ଲୁଟେ କୋଇ ମନ୍‌ କା ନଗର…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଶୁକ୍ରବାର ୭୩ ବର୍ଷ ପୂରଣ ହୋଇଛି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟା ଭାଦୁରି ଥିଲା। ୧୯୬୩ରେ ସେ ସତ୍ୟଜିତ୍‌ ରାୟଙ୍କ ଫିଲ୍ମ ମହାନଗରରେ ଅଭିନୟ କରିଥିଲେ। ଏହାପରେ ୧୯୭୧ରେ ହୃଷିକେଶ ମୁଖାର୍ଜୀଙ୍କ ହିନ୍ଦୀ ଫିଲ୍ମ ଗୁଡ୍ଡିରେ ସେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିବାକୁ ସକ୍ଷମ ହୋଇଥିଲେ। ସେହିବର୍ଷ ଉପହାରରେ ଫିଲ୍ମରେ ସେ ଅଭିନୟ କରିଥିଲେ। ଏହାପରେ କୋସିସ, କୋରାକାଗଜ, ଅଭିମାନ, ଚୁପ୍‌କେ ଚୁପ୍‌କେ, ମିଲି, ଶୋଲେ, ନୌକର, ସିଲ୍‌ସିଲା ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ସଫଳ ରହିଥିଲା। ଅଭିମାନ ଫିଲ୍ମର ଲୁଟେ କୋଇ ମନ୍‌ କା ନଗର… ଏବଂ ତେରେ ମେରେ ମିଲନ କି ଏ ରୈନା… ଗୀତ ଏବେ ମଧ୍ୟ ସଭିଙ୍କ ମନକୁ ଭାବୁକ କରିଥାଏ। ଗୁଡ୍ଡି ଶୁଟିଂ ସେଟରେ ଅମିତାଭ ବଚ୍ଚନଙ୍କ ସହିତ ଜୟାଙ୍କର ପ୍ରଥମ ସାକ୍ଷାତ୍‌ ହୋଇଥିଲା। ଏହାପରେ ଦୁଇଜଣଙ୍କ ମଧ୍ୟରେ ପରିଚୟରୁ କଥାବାର୍ତ୍ତା ଏବଂ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ୧୯୭୩ ଜୁନ ୩ରେ ବିବାହ ହୋଇଥିଲା। ବିବାହରେ ଗୁଲଜାରଙ୍କ ସମେତ ମାତ୍ର ୫ ଜଣ ବରଯାତ୍ରୀ ଥିଲେ। ବିବାହ ଉତ୍ସବରେ ଅଭିନେତା ଆସରାନୀ ଏବଂ ଅଭିନେତ୍ରୀ ଫରିଦା ଜଲାଲ ମଧ୍ୟ ସାମିଲ ହୋଇଥିଲେ। ସେହି ସମୟରେ ଅମିତାଭଙ୍କ ଫିଲ ଜଞ୍ଜିର ସୁପର ହିଟ୍‌ ହୋଇଥିଲା। ତେଣୁ ବିବାହ ପରେ ଅମିତାଭ ଜୟାଙ୍କ ସହିତ ଲଣ୍ଡନ ବୁଲି ଯିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଆଗୁଆ ଟିକେଟ ହୋଇଥିବାରୁ ତରବରିଆ ଭାବେ ବିବାହ ଆୟୋଜନ କରାଯାଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ‘ସିଆଇଡି’ ଫେମ୍‌ ଅଭିନେତା

ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ଏକାଧିକ ଅଙ୍ଗ...

ସ୍ବାମୀଙ୍କୁ ଏହି ୩ ନାଁରେ ଡାକନ୍ତି କ୍ୟାଟ୍ରିନା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସବୁଠୁ ହଟ୍‌ କପଲ୍‌ ଭାବେ ଜଣାଶୁଣା। ଉଭୟ ପରସ୍ପରର ପ୍ରଶଂସା କରିବାକୁ ଆଦୌ ପଛାନ୍ତି ନାହିଁ।...

ପୁଣି ଇତିହାସ ରଚିଲେ ଦୀପିକା

ମୁମ୍ବାଇ: ଭାରତୀୟ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ ଏବେ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ...

ଫଟୋ ଶେୟାର କରି ଅଦା ଶର୍ମା କହିଲେ ଏମିତି…

ମୁମ୍ବାଇ: ‘କେରଲା ଷ୍ଟୋରୀ’ ପରେ ଅଭିନେତ୍ରୀ ଅଦା ଶର୍ମା ବର୍ତ୍ତମାନ ଭାରତୀୟ ସିନେମାରେ ଏକ ବଡ଼ ନାଁ ହୋଇପାରିଛନ୍ତି। ଏହି ଅଭିନେତ୍ରୀ କେବଳ ହିନ୍ଦୀରେ ନୁହେଁ...

ଆସନ୍ତା ଦୀପାବଳିରେ ରିଲିଜ୍‌ ହେବନି ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ-୫’, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ‘ହାଉସଫୁଲ’ ଅନ୍ୟତମ। ଲୋକପ୍ରିୟ ଫ୍ରାଞ୍ଚାଇଜ ‘ହାଉସଫୁଲ’ ଏହାର ପ୍ରତ୍ୟେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ ହସାଇ...

ଏହିଦିନ ମୁମ୍ବାଇରେ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ରଣଦୀପ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ରଣଦୀପ ହୁଡା ବିବାହ କରିଥିଲେ। ‘ଜିସମ ୨’ ଅଭିନେତା ରଣଦୀପ ମଧ୍ୟ ଏହି ଓ୍ବେଡିଂ ସିଜନରେ ତାଙ୍‌କର ସଂସାର ଗଢିଛନ୍ତି।...

ଡେଟିଂର ଚର୍ଚ୍ଚା ଭିତରେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ନଜର ଆସିଲେ ବାଦଶାହା

ମୁମ୍ବାଇ: ପ୍ରସିଦ୍ଧ ଗାୟକ-ରାପର ବାଦଶାହ ଏବଂ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିରଙ୍କ ମଧ୍ୟରେ ଡେଟିଂର ଗୁଜବ କିଛି ସମୟ ଧରି ଚାଲିଛି। ଯେତେବେଳେ ରାପର୍‌ ଦୁବାଇରେ...

ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ଭାବେ ଜଣାଶୁଣା। ୧୯୯୭ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାମିଲ ଚଳଚ୍ଚିତ୍ର ‘ଇରୁଭର୍‌’ ସହିତ କ୍ୟାରିଅର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri