ବିଦ୍ୟୁତ୍‌ ବିଲ୍‌ ଆଦାୟ ବାହାନାରେ ଲୁଟ୍‌

ଖୁଣ୍ଟା/କୁଆମରା, ୨୮।୪(ଡି.ଏନ.ଏ.): ବିଦ୍ୟୁତ୍‌ ବିଭାଗର କର୍ମଚାରୀ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ସୁନାଚେନ୍‌ ଲୁଟ୍‌ କରିଛନ୍ତି। ବୁଧବାର ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ପୁରୁଣା ବାରିପଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ପୁରୁଣା ବାରିପଦା ପେଟ୍ରୋଲ ପମ୍ପ ନିକଟସ୍ଥ ଅବସରପ୍ରାପ୍ତ ଫାର୍ମାସିଷ୍ଟ ପ୍ରଭାସ ଚନ୍ଦ୍ର ହୋତାଙ୍କ ସ୍ତ୍ରୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିଭା ଷଡ଼ଙ୍ଗୀ ମଧ୍ୟାହ୍ନରେ ଘରେ ଏକା ଥିଲେ। ଜଣେ ବ୍ୟକ୍ତି ନିଜକୁ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇଥିଲେ ଏବଂ ବିଲ୍‌ ନେବା ପାଇଁ ଆସିଥିବା ପ୍ରତିଭାଙ୍କୁ କହିଥିଲେ। ଘରେ ତାଙ୍କ ସ୍ବାମୀ ନ ଥିବା ପ୍ରତିଭା କହିବା ସହ ଫୋନ କରୁଥିଲେ। ଏହି ସମୟରେ ଉକ୍ତ ବ୍ୟକ୍ତି ତାଙ୍କଠାରୁ ଫୋନଟିକୁ ଛଡ଼ାଇବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ସେ ପିନ୍ଧିଥିବା ସୁନାଚେନ୍‌ଟିକୁ ବେକରୁ ଝାମ୍ପି ନେଇ ଏକ ବାଇକ୍‌ରେ ସେଠାରୁ ଚମ୍ପଟ ମାରିଥିଲେ।
ଖବର ପାଇ କୁଆମରା ପାଣ୍ଡି ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ଲୁଟେରାଙ୍କ ସୁରାକ୍‌ ପାଇପାରି ନାହିଁ। ପ୍ରକାଶ ଥାଉକି, ସମାନ ଢଙ୍ଗରେ ଗତ ୬ ମାସ ଭିତରେ ଏପରି ୫ଟି ସ୍ଥାନରେ ବନ୍ଧୁକ ଦେଖାଇ ଲୁଟ୍‌ ଘଟଣା ଘଟିଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri