Posted inଜାତୀୟ

ଏବିଜି ଶିପ୍‌ୟାର୍ଡ ଅଧିକାରୀଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ

ନୂଆଦିଲ୍ଲୀ,୧୬ା୨: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତ ଏବିଜି ଶିପ୍‌ୟାର୍ଡ କମ୍ପାନୀର ମୁଖ୍ୟ ତଥା ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଛି। ସେମାନେ ଯେପରି ଦେଶ ଛାଡ଼ି ଯାଇ ନ ପାରିବେ, ସେଥିପାଇଁ ପୋଲିସ ଓ ସୁରକ୍ଷା କର୍ମୀମାନେ ବିମାନବନ୍ଦର ଏବଂ ସୀମାନ୍ତ ଘାଟି ଉପରେ ନଜର ରଖିବାକୁ କୁହାଯାଇଛି।
ଦେଶର ୨୮ ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଋଣ ନେଇ ଠକିବା ଅଭିଯୋଗରେ ସିବିଆଇ ଶନିବାର ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଋଷି କମଳେଶ ଅଗ୍ରଓ୍ବାଲଙ୍କ ସମେତ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ୍‌ ମୁଥାସ୍ବାମୀ ଏବଂ ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରଓ୍ବାଲ ଓ ରବି ବିମଳ ନେଭେଟିଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏସ୍‌ବିଆଇ ପକ୍ଷରୁ ୨୦୧୯ ନଭେମ୍ବର ୮ରେ ଠକେଇ ସମ୍ପର୍କରେ ଏତଲା ଦିଆଯାଇଥିଲା। ଯାଞ୍ଚ ପରେ ସିିବିଆଇ ଗତ ୭ ତାରିଖରେ ଏଫ୍‌ଆଇଆର୍‌ କରିଥିଲା। ଶନିବାର ସୁରଟ, ଭାରୁଚ, ମୁମ୍ବାଇ ଓ ପୁଣେ ସମେତ ୧୩ଟି ସ୍ଥାନରେ ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ ହୋଇଥିଲା। ସେହିପରି ଏବିଜି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ ବିରୋଧରେ ମଧ୍ୟ ଆପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ ଓ ପଦର ଦୁରୁପଯୋଗ ଅଭିଯୋଗରେ ଆଇପିସିର ବିଭିନ୍ନ ଦଫା ଏବଂ ଦୁର୍ନୀତି ନିବାରଣ ଆଇନ ବଳରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ନୀରବ ମୋଦି, ମେହୁଲ ଚୋକ୍‌ସି, ବିଜୟ ମାଲ୍ୟା ଦେଶ ଛାଡ଼ି ପଳାଇଯାଇଥିବାବେଳେ ଏବିଜି ଶିପ୍‌ୟାର୍ଡ ଠକେଇ ମାମଲାରେ ଯେପରି ଅଭିଯୁକ୍ତମାନେ ବିଦେଶ ଯାଇ ନ ପାରନ୍ତି, ସେଥିପାଇଁ ଲୁକ୍‌ଆଉଟ ସର୍କୁଲାର ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ସ୍ତ୍ରୀଙ୍କୁ ଦେଖିଦେଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri