Posted inଫୁରସତ

୭୨ ବର୍ଷରେ ଦେଖାଯାଉଛନ୍ତି ଷୋହଳ ବୟସୀ ପରି, ଚେହେରା ଦେଖି ଲୋକେ କହିଲେ…

ସମସ୍ତେ ଚାହାନ୍ତି ଯୁବାବସ୍ଥାରେ ରହିବାକୁ। ବୟସ ବଢ଼ିବା ସହ ଆକ୍ଟିଭ୍‌ ରହିବାକୁ ସମସ୍ତଙ୍କର ଇଚ୍ଛା। ସେ ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। କେହି କେହି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି। ମାତ୍ର ଆମେରିକାର ଜଣାଶୁଣା ଫ୍ୟାଶନ ଡିଜାଇନର ବେରା ଓ୍ବାଙ୍ଗ୍‌ଙ୍କ ଫଟୋ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛିଦିନ ତଳେ ସେ ତାଙ୍କର ୭୨ ତମ ଜନ୍ମଦିନ ପାଳନ କରିଥିବା ବେଳେ ତାଙ୍କ ଚେହେରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେ ଜଣେ ୧୬ ବୟସୀଙ୍କ ପରି ଦେଖାଯାଉଥିଲେ।

ଫ୍ୟାଶନ ଡିଜାଇନର ବେରାଙ୍କ ଷ୍ଟାଇଲିଶ ଫଟୋ ଦେଖି ଯେ କେହି ଆଖିରେ ଧୋକା ଖାଇବେ। ସେ ଜଣେ ଆମେରିକାର ଫ୍ୟାଶନ ଡିଜାଇନର। ସେ ହଲିଉଡ୍‌ ପାଇଁ ଡ୍ରେସ୍‌ ଡିଜାଇନ କରନ୍ତି। ୨୭ ଜୁନ୍‌ରେ ସେ ୭୨ ବର୍ଷରେ ପଦାର୍ପଣ କରିଥିଲେ। ମାତ୍ର ପାର୍ଟିକୁ ଯିଏ ଆସିଲା ସେ ଦେଖି ଘଡିଏ ଚାହିଁଲା।  ବେରା ପାର୍ଟିରେ ଖୁବ୍‌ ସୁନ୍ଦର ଲାଗୁଥିଲେ। ବୟସ ଏତେ ବଢ଼ିଥିଲେ ମଧ୍ୟ ଜମା ଜଣାପଡୁନି। ସେ ପାର୍ଟିରେ ଏକ ହଳଦିଆ ରଙ୍ଗର ଡ୍ରେସ୍‌ରେ ହଟ୍‌ ଦେଖାଯାଉଥିଲେ। ପାର୍ଟିରେ ୬୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଅତିଥିମାନେ ବେରାଙ୍କ ୟଙ୍ଗ୍‌ ଲୁକ୍‌କୁ ବେଶ୍‌ ପ୍ରଶଂସା କରିଥିଲେ। ପାର୍ଟିରେ ବେରାଙ୍କ ବନ୍ଧୁ ତଥା ଡିଜାଇନର ଡୋନା କରନ, କେଲ୍‌ଓ୍ବିନ୍‌ କ୍ଲେନ୍‌, ବ୍ରିଜେଟ୍‌ ଫୋଲେ ଏବଂ ଆଲିନା ଚୋଙ୍କ ସହିତ ଖୁବ୍‌ ମଜା କରିଥିଲେ। ପାର୍ଟିରେ ସମସ୍ତଙ୍କ ନଜର ଥିଲା ବେରାଙ୍କ ଉପରେ। ସୋସିଆଲ ମିଡିଆରେ ବେରାଙ୍କ ଫଟୋ ଭାଇରାଲ ହେବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ୭୨ ବର୍ଷର। ମାତ୍ର ୫୦ ବର୍ଷ ଛୋଟ ଲାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri