Posted inଫୁରସତ

୭୨ ବର୍ଷରେ ଦେଖାଯାଉଛନ୍ତି ଷୋହଳ ବୟସୀ ପରି, ଚେହେରା ଦେଖି ଲୋକେ କହିଲେ…

ସମସ୍ତେ ଚାହାନ୍ତି ଯୁବାବସ୍ଥାରେ ରହିବାକୁ। ବୟସ ବଢ଼ିବା ସହ ଆକ୍ଟିଭ୍‌ ରହିବାକୁ ସମସ୍ତଙ୍କର ଇଚ୍ଛା। ସେ ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। କେହି କେହି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି। ମାତ୍ର ଆମେରିକାର ଜଣାଶୁଣା ଫ୍ୟାଶନ ଡିଜାଇନର ବେରା ଓ୍ବାଙ୍ଗ୍‌ଙ୍କ ଫଟୋ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛିଦିନ ତଳେ ସେ ତାଙ୍କର ୭୨ ତମ ଜନ୍ମଦିନ ପାଳନ କରିଥିବା ବେଳେ ତାଙ୍କ ଚେହେରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେ ଜଣେ ୧୬ ବୟସୀଙ୍କ ପରି ଦେଖାଯାଉଥିଲେ।

ଫ୍ୟାଶନ ଡିଜାଇନର ବେରାଙ୍କ ଷ୍ଟାଇଲିଶ ଫଟୋ ଦେଖି ଯେ କେହି ଆଖିରେ ଧୋକା ଖାଇବେ। ସେ ଜଣେ ଆମେରିକାର ଫ୍ୟାଶନ ଡିଜାଇନର। ସେ ହଲିଉଡ୍‌ ପାଇଁ ଡ୍ରେସ୍‌ ଡିଜାଇନ କରନ୍ତି। ୨୭ ଜୁନ୍‌ରେ ସେ ୭୨ ବର୍ଷରେ ପଦାର୍ପଣ କରିଥିଲେ। ମାତ୍ର ପାର୍ଟିକୁ ଯିଏ ଆସିଲା ସେ ଦେଖି ଘଡିଏ ଚାହିଁଲା।  ବେରା ପାର୍ଟିରେ ଖୁବ୍‌ ସୁନ୍ଦର ଲାଗୁଥିଲେ। ବୟସ ଏତେ ବଢ଼ିଥିଲେ ମଧ୍ୟ ଜମା ଜଣାପଡୁନି। ସେ ପାର୍ଟିରେ ଏକ ହଳଦିଆ ରଙ୍ଗର ଡ୍ରେସ୍‌ରେ ହଟ୍‌ ଦେଖାଯାଉଥିଲେ। ପାର୍ଟିରେ ୬୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଅତିଥିମାନେ ବେରାଙ୍କ ୟଙ୍ଗ୍‌ ଲୁକ୍‌କୁ ବେଶ୍‌ ପ୍ରଶଂସା କରିଥିଲେ। ପାର୍ଟିରେ ବେରାଙ୍କ ବନ୍ଧୁ ତଥା ଡିଜାଇନର ଡୋନା କରନ, କେଲ୍‌ଓ୍ବିନ୍‌ କ୍ଲେନ୍‌, ବ୍ରିଜେଟ୍‌ ଫୋଲେ ଏବଂ ଆଲିନା ଚୋଙ୍କ ସହିତ ଖୁବ୍‌ ମଜା କରିଥିଲେ। ପାର୍ଟିରେ ସମସ୍ତଙ୍କ ନଜର ଥିଲା ବେରାଙ୍କ ଉପରେ। ସୋସିଆଲ ମିଡିଆରେ ବେରାଙ୍କ ଫଟୋ ଭାଇରାଲ ହେବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ୭୨ ବର୍ଷର। ମାତ୍ର ୫୦ ବର୍ଷ ଛୋଟ ଲାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri