Posted inଫୁରସତ

‘ଭଲ ଜୀବନସାଥୀଟିଏ ଖୋଜୁଛି’

ବିବାହ ପାଇଁ ମ୍ୟାଟ୍ରିମୋନି ସାଇଟ୍‌ସର ସହାୟତା ନିଆଯାଉଥିବା ଦେଖିଥିବେ ବା ଶୁଣିଥିବେ। ମାତ୍ର ଆମେରିକା ଟେକ୍ସାସର ଜଣେ ବ୍ୟକ୍ତି ଝିଅ ଖୋଜିବା ପାଇଁ ଏକ ଭିନ୍ନ ତରିକା ଆପଣାଇଛନ୍ତି। ୬୬ ବର୍ଷୀୟ ଜିମ୍‌ ବେଜ୍‌ ଜୀବନସାଥୀ ଖୋଜିବା ପାଇଁ ଏକ ବୋର୍ଡରେ ନିଜର ଫଟୋ ଲଗାଇ ଜାତୀୟ ରାଜପଥ ପାର୍ଶ୍ୱରେ ଲଗାଇଛନ୍ତି।

ବୋର୍ଡରେ ଲେଖାଯାଇଛି, ମୁଁ ଜଣେ ଭଲ ମହିଳା ଖୋଜୁଛି। ଯାହାଙ୍କ ବୟସ ୫୦ରୁ ୫୫ ହୋଇଥିବ। ଯିଏ ଦୟାଳୁ ହୋଇଥିବେ ଏବଂ ଭଲ କଥା କହୁଥିବେ। ସେମାନେ ବୋର୍ଡର ତଳେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।

ଜିମ୍‌ଙ୍କର ପୂର୍ବରୁ ଦୁଇଥର ବିବାହ ହୋଇ ଛାଡ଼ପତ୍ର ହୋଇସାରିଛି। ପୂର୍ବ ସ୍ତ୍ରୀଙ୍କର ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି। ଜିମ୍‌ କୁହନ୍ତି,ମୁଁ ଭଲ ମହିଳା ଖୋଜୁଛି। ଡେଟିଂ ଆପ୍‌ରୁ ଆରମ୍ଭ ହୋଇଥିଲା। କିନ୍ତୁ ପରେ ମୋତେ ଲାଗିଲା ଡେଟିଂ ଆପ୍‌ କୌଣସି ବ୍ୟକ୍ତିତ୍ୱ ସମ୍ପର୍କରେ ଠିକ୍‌ରେ ଜଣାପଡ଼ିବ ନାହିଁ। ଯାହା ପରେ ଜିମ୍‌ ଏକ ବୋର୍ଡରେ ଫଟୋ ଲଗାଇ ଜାତୀୟ ରାଜପଥ ପାର୍ଶ୍ୱରେ ଲଗାଇଦେଲେ।

ଜିମ୍‌ କୁହନ୍ତି, ମୁଁ ଏମିତି ଜଣେ ଜୀବନସାଥୀ ଖୋଜୁଛି ଯିଏ ମୋତେ ବିପଦ ସମୟରେ ସାଥ୍‌ ଦେବେ। ସେ ଆହୁରି କହିଛନ୍ତି, ମୋର ବ୍ୟସ୍ତବହୁଳ ଜୀବନ। ମାତ୍ର ଏକୁଟିଆ ବଞ୍ଚିବାକୁ ଚାହେଁନାହିଁ। ମୁଁ ଚାହଁୁଛି କାହା କାନ୍ଧ ଉପରେ ମୁଣ୍ଡ ରଖିବି ଆଉ ସେ ମୋତେ କହିବ ଚିନ୍ତା କରନା, ସବୁ ଠିକ୍‌ ହୋଇଯିବ।

ଅନ୍ୟପକ୍ଷରେ ଜିମ୍‌ଙ୍କ ଏହି ବୋର୍ଡ ଦେଖି ତାଙ୍କ ସହ ଡେଟ୍‌ରେ ୫ ଜଣ ମହିଳା ଯାଇ ସାରିଲେଣି। ୨୪ ଜଣରୁ ଅଧିକ ଭଏଲ ମେଲ୍‌ ବି ପଠାଇଛନ୍ତି। ମାତ୍ର କେହି ତାଙ୍କର ପସନ୍ଦ ହୋଇନାହାନ୍ତି। ଏବେ ବି ସେ ଜଣେ ଭଲ ଜୀବନସାଥୀ ଖୋଜି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?