ସଫଳତାକୁ ଦେଖାଯାଉ

କିଛି ରୋଚକ ଖବରର ଶିରୋନାମା ଅନେକ ସମୟରେ ଅଗ୍ରହଣୀୟ ହୋଇଥିଲେ ବି ସେସବୁକୁ ପ୍ରସ୍ତୁତ କରାଯାଉଛି। ବିଶେଷ ଭାବରେ ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି) ସହ ବିଭିନ୍ନ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷା ଓ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଲା ବେଳେ ଏଭଳି ଅନେକ ଖବର ନଜରକୁ ଆସେ। ଉଦାହରଣ ସ୍ବରୂପ, କେବଳ ତେଲୁଗୁ ଭାଷାରେ ଦକ୍ଷତା ଥିବା ଆନ୍ଧ୍ର ପ୍ରଦେଶର ଜଣେ ଚାଷୀଙ୍କ ପୁଅ ଆର୍‌. ଗୋପାଳକୃଷ୍ଣ ଯେତେବେଳେ ୨୦୧୭ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇଲେ, ଭାରତର ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମର ଖବରରେ ଶିରୋନାମା ରହିଲା, ଇଂରାଜୀ ନ ଜାଣି ଉପହାସର ପାତ୍ର ହୋଇଥିବା ଚାଷୀର ପୁଅ ସିଭିଲ ସର୍ଭିସ୍‌ ପରୀକ୍ଷାରେ ତୃତୀୟ। ୨୦୧୯ରେ ଯେତେବେଳେ କେରଳ ୱାୟନାଡ୍‌ ଅଞ୍ଚଳର କୁରିଚିୟା ଜନଜାତିର ଶ୍ରୀଧନ୍ୟା ସୁରେଶ ଆଇଏଏସ୍‌ ପାଇଲେ, ହେଡ୍‌ଲାଇନ ରହିଲା-କେରଳ ଜନଜାତି ନାରୀ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜନଜାତି ସମ୍ପ୍ରଦାୟର ପ୍ରଥମ ଆଇଏଏସ୍‌। ୨୦୧୬ରେ ପଶ୍ଚିମବଙ୍ଗର ଶ୍ୱେତା ଅଗ୍ରୱାଲଙ୍କ ସଫଳତାକୁ ଏକ ଜାତୀୟ ଖବରକାଗଜ ପ୍ରକାଶ କଲା-ଊନବିଂଶ ସ୍ଥାନରେ ତେଜରାତି ଦୋକାନୀଙ୍କ ଝିଅ ପଶ୍ଚିମବଙ୍ଗ ଟପ୍ପର।
ଏହିଭଳି ବ୍ୟକ୍ତିଗତ ଗାଥାଗୁଡ଼ିକ କୌଣସି ଅପୂର୍ବ ଘଟଣା ନୁହେଁ। ଆମେ ଯଦି ସଂଖ୍ୟାଗତ ତଥ୍ୟ ଦେଖିବା, ତେବେ ଏହି ବିକାଶ ଏକ ବ୍ୟାପକ ସାମାଜିକ ପରିବର୍ତ୍ତନକୁ ଇଙ୍ଗିତକରେ। ୨୦୨୩ର ୟୁପିଏସ୍‌ସି ପରୀକ୍ଷାଫଳ ଅନୁସାରେ ମୋଟ ୧୦୧୬ କୃତୀ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୬୯ ଜଣ (ଅନୂ୍ୟନ ଦୁଇତୃତୀୟାଂଶ) ଅନୁସୂଚିତ ଶ୍ରେଣୀରୁ ଥିଲେ (୧୧୫ ଇଡବ୍ଲ୍ୟୁଏସ୍‌, ୩୦୩ ଓବିସି, ୧୬୫ ଏସ୍‌ସି ଓ ୮୬ ଏସ୍‌ଟି)। ସେହିଭଳି ୨୦୨୨ରେ ୯୩୩ ଜଣ ମଧ୍ୟରୁ ୫୮୮ ଜଣ ଏହି ଶ୍ରେଣୀଗୁଡ଼ିକରୁ ଥିଲେ। ଜେଇଇ ଆଡ୍‌ଭାନ୍ସଡ୍‌ ୨୦୨୪ରେ ୧.୮ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ୪୮,୨୪୮ଙ୍କ ଭିତରେ ଅହମଦାବାଦର ଦଳିତ ବାଳକଠାରୁ ଆସାମ ଚା’ବଗିଚାର ବାଳିକା ସହ ୧୩,୮୦୦ ଏସ୍‌ସି, ୫୦୦୦ ଏସ୍‌ଟି ଏବଂ ୫୫୦୦ ଇଡବ୍ଲ୍ୟୁଏସ୍‌ ପରୀକ୍ଷାର୍ଥୀ ଅନ୍ତର୍ଭୁକ୍ତ ଥିଲେ। ଏହି ଅଭୂତପୂର୍ବ ସଫଳତା ପ୍ରମାଣ କରେ ଯେ ଦେଶର ପ୍ରତ୍ୟେକ ଅଞ୍ଚଳରୁ ମେଧାବୀମାନେ ଆଗକୁ ବଢୁଛନ୍ତି। ଆଇଆଇଏମ୍‌ ଗୁଡ଼ିକର ସଫଳତାରେ ମଧ୍ୟ ସମାନ ତଥ୍ୟ। ୨୦୧୫-୨୦୨୫ ମଧ୍ୟରେ ଭର୍ତ୍ତି ହୋଇଥିବା ୬୫,୯୭୮ ଛାତ୍ରଙ୍କ ମଧ୍ୟରୁ ୧୭,୧୮୪ ଓବିସି, ୯,୭୨୧ ଏସ୍‌ସି, ଓ ୪,୧୪୦ ଏସ୍‌ଟି ଥିଲେ। ଏହି ସଂଖ୍ୟାଗତ ସଫଳତା ଆଜି ଭାରତର ପ୍ରତିଟି ଉପେକ୍ଷିତ ଓ ବଞ୍ଚିତ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ସ୍ବପ୍ନ ସତ୍ୟରେ ପରିଣତ ହେବାର ପ୍ରମାଣ ଯାହା ସେମାନଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଏହା ଏକ ସାମୂହିକ ଚେତନାର ଉନ୍ନତି, ଏକ ସାମାଜିକ ଧାରାର ପରିବର୍ତ୍ତନ ସହ ଆଗକୁ ବଢ଼ିବାର ଶୁଭ ସୂଚନା।
କିନ୍ତୁ ଏଠି ପ୍ରଶ୍ନ ହେଉଛି, ଗଣମାଧ୍ୟମ ଏବଂ ସାଧାରଣ ଶିକ୍ଷିତ ଲୋକମାନେ ଏହି ସଫଳତାଗୁଡ଼ିକୁ କିପରି ଦେଖୁଛନ୍ତି? ‘ଦିନ ମଜୁରିଆର ପୁଅ ଆଇଏଏସ୍‌’, ‘ଚାଷୀର ପୁଅ ଆଇପିଏସ୍‌’, ‘ଅଟୋ ଚାଳକର ଝିଅ ଅମୁକରେ ଟପ୍ପର’, ‘ପରିବା ବିକାଳିର ପୁଅ ଅମୁକରେ ପ୍ରଥମ’, ‘ରିକ୍ସାବାଲା ଝିଅର କମାଲ’, ‘ଆଦିବାସୀ ପୁଅର ଐତିହାସିକ ରେକର୍ଡ’ ଇତ୍ୟାଦି ଶିରୋନାମା ଥାଇ ପରିବେଷିତ ହେଉଥିବା ଖବର ଶ୍ରୋତାମାନଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ, କିନ୍ତୁ ଏହା ମଧ୍ୟରେ ଲୁଚିଥାଏ ଏକ ସୂକ୍ଷ୍ମ ବୈଷମ୍ୟ, ଯାହା ପରୋକ୍ଷରେ ସୂଚାଇଥାଏ ଯେ ଏହିଭଳି ପୃଷ୍ଠଭୂମିର ଲୋକେ ଅଭିନବ ସଫଳତା ପାଇବାକୁ ଯୋଗ୍ୟ ନୁହନ୍ତି। ଏମିତି ଖବର ପରିବେଷଣକରି କ’ଣ ଜୋର୍‌ଦେଇ କହିହେବ ଯେ ଧନୀ-ଗରିବ, ଉଚ୍ଚ-ନୀଚ, ଜାତି-ଅଜାତି, ଶ୍ରମିକ-ମାଲିକ ଶ୍ରେଣୀର ଊର୍ଦ୍ଧ୍ୱରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉଛି ବୋଲି! କୃତୀ ଛାତ୍ରୀଛାତ୍ର ଓ ପ୍ରତିଯୋଗୀଙ୍କ ସଫଳତାର କାହାଣୀ ପରଷୁ ପରଷୁ ସେମାନଙ୍କର ମାତାପିତା ଓ ଅଭିଭାବକମାନଙ୍କୁ ସମାଜ ଆଖିରେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ବାଧ୍ୟ କରାଯାଇଥାଏ। ଆଇଏଏସ୍‌ ଅଧିକାରୀଙ୍କ ପିଲାମାନେ ଆଇଏଏସ୍‌ ହେଲେ ଅବା ଡାକ୍ତର କି ଇଞ୍ଜିନିୟରଙ୍କର ପିଲାମାନେ ଡାକ୍ତର କି ଇଞ୍ଜିନିୟର ହେଲେ ଖବର ଏତେ ଜୋର୍‌ଦାର ହୁଏ ନାହିଁ। ସତେ ଯେମିତି ଜଣେ ଦିନ ମଜୁରିଆ କି ରିକ୍ସାବାଲାର ପୁଅଝିଅ ଏସବୁ ପାଇଁ ହକ୍‌ଦାର ନ ଥିଲେ ବା ନାହାନ୍ତି ଯେଉଁଥିପାଇଁ ସେମାନଙ୍କର ଏଭଳି ଅଚାନକ ସଫଳତା ଏକ ଦୃଷ୍ଟି ଆକର୍ଷଣକାରୀ ଢଙ୍ଗରେ ପ୍ରଚାରପ୍ରସାର କରିବାକୁ ରୋଚକ ଖବରର ଖୋରାକ ଯୋଗାଇଦେଇଥାଏ।
ଅଭାବୀ ଘରର ପିଲାମାନେ ସଫଳତାର ଶିଡ଼ି ଚଢ଼ନ୍ତି ସତ, ହେଲେ ସେମାନେ ତାଙ୍କର ଅଭାବୀ ଅତୀତ ଭୁଲି ଆଗକୁ ବଢ଼ିବାକୁ ଯେତେ ଚେଷ୍ଟାକଲେ ମଧ୍ୟ ଏ ସମାଜ ଏମିତି ଖବର ଆଢୁଆଳରେ କେବେ ଭୁଲିବାକୁ ଦିଏ ନାହଁ। ଜଣେ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଓ ଭାରତର ରାଷ୍ଟ୍ରପତି ଥିବା ସତ୍ତ୍ବେ ଡ. ଏପିଜେ ଅବଦୁଲ କଲାମଙ୍କୁ ଏବେ ବି ଜଣେ ଖବରକାଗଜ ହକର ଭାବେ ଆମେ ମନେରଖିଛନ୍ତି। ଖବର କ’ଣ ଏମିତି ପରିବେଷଣ କରାଯାଇ ପାରିବ ନାହିଁ ଯାହାଦ୍ୱାରା ତାଙ୍କର ଦୁଃଖଦ ଅତୀତକୁ ଭୁଲି ଆମେ ଡ. କଲାମଙ୍କୁ କେବଳ ତାଙ୍କର ଶ୍ରେଷ୍ଠ କୃତି ପାଇଁ ମନେରଖିପାରିବା! ସଫଳତା ଯାହାର, ତା’ରି କଥା ଆଲୋଚନା ହେଉ। ହେଲେ ଅଭିଭାବକମାନଙ୍କର ଦାରିଦ୍ର୍ୟ ଓ ଅଭାବ ଅନଟନକୁ ନିର୍ଦ୍ଦେଶକରିବା ପରୋକ୍ଷରେ ସେମାନଙ୍କୁ ଅପମାନ ଦେଲା ଭଳି ଯାହା ତଥାକଥିତ ସଭ୍ୟ ସମାଜର ଗରିବ, ଖଟିଖିଆଙ୍କ ପ୍ରତି ଆଜିର ଏ ଅତ୍ୟାଧୁନିକ ଯୁଗରେ ଏକ ରୁଗ୍ଣ ମାନସିକତାର ପରିପ୍ରକାଶ। ସେମାନଙ୍କୁ ଏବେ ବି ସହଜରେ ଓ ସମାନ ଭାବରେ ଗ୍ରହଣ କରିପାରିନାହୁଁ।
ସଫଳତା ସେତେବେଳେ ମୂଲ୍ୟବାନ୍‌ ହୁଏ ଯେତେବେଳେ ବ୍ୟକ୍ତିବିଶେଷଠାରେ ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ସମର୍ପଣ ଭାବ ଓ ପ୍ରତିଶ୍ରୁତିବଦ୍ଧତା ଅନ୍ତର୍ନିହିତ ହୋଇ ରହିଥାଏ। ଜଣେ ଚାଷୀଙ୍କ ପୁଅ ଯଦି ଆଇଏଏସ୍‌ ହୁଏ, ତେବେ ଆମେ ତାଙ୍କର ମେଧା, ଦୃଢ଼ ସଙ୍କଳ୍ପ ଓ ଶିକ୍ଷା ପ୍ରତି ଭଲପାଇବାକୁ ବିଶେଷ ଭାବେ କହିପାରିବା ଅଥବା ଲେଖିପାରିବା। କିନ୍ତୁ ତାଙ୍କ ପିତାମାତାଙ୍କର ବୃତ୍ତି ଓ ଅଭାବ ଅନଟନକୁ ଅଗ୍ରପଂକ୍ତିରେ ଆଣି ସେହି ସଫଳତାକୁ ଅଲଗା ଭାବେ ଦେଖିବା ଏକ ପ୍ରକାର ବୈଷମ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ସଫଳତାକୁ ଆଲୋକିତ କରିବାରେ ଆମେ ତାଙ୍କର ପ୍ରତିଭା, ଅନୁଶାସନ ଓ ଶିକ୍ଷା ସମ୍ପର୍କରେ ଅଧିକ ଆଲୋଚନା କରିବା ଉଚିତ, ତାଙ୍କ ମାତାପିତାଙ୍କ ବୃତ୍ତି କିମ୍ବା ଆର୍ଥିକ ଅଭାବ ଅନଟନ ନୁହେଁ।
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?