୨୦ ବର୍ଷରେ ଓଡ଼ିଶା ବିକାଶକୁ ଦେଖ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବିଗତ ୨୦ ବର୍ଷରେ ଓଡ଼ିଶାରେ ବିକାଶର ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟିଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ମଙ୍ଗଳବାର ଲୋକସେବା ଭବନରେ ଆଇଏସ୍‌ ଶିକ୍ଷାନବିସମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ଏହି ଅବସରରେ ଗ୍ରାମୀଣ ଯୋଗାଯୋଗ, ଗ୍ରାମୀଣ ଆବାସ, ଇକୋ-ଟୁରିଜିମ୍‌ ପରିଚାଳନା, ଜଳସେଚନ ସମ୍ଭାବନା ସୃଷ୍ଟି, କୃଷିକ୍ଷେତ୍ରରେ ବିକାଶ ଏବଂ ସ୍ବାସ୍ଥ୍ୟସେବା ବିଶେଷକରି କୋଭିଡ୍‌-୧୯ ପରିଚାଳନା ଦେଖିବାକୁ ମୁଖ୍ୟ ଶାସନ ସଚିବ ଶିକ୍ଷାନବିସମାନଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଭିଡ୍‌-୧୯ ପରିଚାଳନା ବେଶ୍‌ ସଫଳ ହୋଇଛି। ସ୍ଥିତିର ବାସ୍ତବ ଆକଳନ, ଆଗୁଆ ପ୍ରସ୍ତୁତି, ତଳସ୍ତରରୁ ଉପରସ୍ତର ଯାଏ ଟିମ୍‌ ଗଠନ, ଏସ୍‌ଓପି, ଟେକ୍ନୋଲୋଜିର ଉପଯୋଗ ଏବଂ ତ୍ୱରିତ ରେସ୍‌ପନ୍ସ ସିଷ୍ଟମ ତଥା ସର୍ବୋପରି ବିଭିନ୍ନ ସ୍ତରରେ ଜନସାଧାରଣଙ୍କ ଅଂଶଗ୍ରହଣ ହେଉଛି ଏହି ସଫଳତାର ମୂଳମନ୍ତ୍ର। ଓଡ଼ିଶାର ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି। ଭବିଷ୍ୟତରେ ଯେକୌଣସି ଜନସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ଲାଗି ପ୍ରଶାସନକୁ ପ୍ରସ୍ତୁତ ରଖିବାରେ ଏହା ଆପଣମାନଙ୍କ ପାଇଁ ସହାୟକ ହେବ ବୋଲି ସେ କହିଥିଲେ। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କଳାହାଣ୍ଡି, ନୂଆପଡ଼ା ଏବଂ କୋରାପୁଟ ଭଳି ଜିଲାରେ ୨ରୁ ୩ ଦିନ ରହଣି କରିବାକୁ ଶିକ୍ଷାନବିସମାନଙ୍କୁ ପରାମର୍ଶ ଦେଇଥିଲେ। ଦାରିଦ୍ର୍ୟ ଏବଂ ଅନାହାର ପାଇଁ ଏକଦା ପରିଚିତ ଥିବା କଳାହାଣ୍ଡି ଆଜି ଖାଦ୍ୟ ଶସ୍ୟ ଏବଂ ପନିପରିବା ଉପତ୍ାଦନରେ ମୁଖ୍ୟ ଭୂମିକା ନେଉଛି। ସେହିପରି ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ୨୦୧୯ରେ ‘ଫନି’ ଏବଂ ୨୦୨୧ରେ ‘ଗୁଲାବ’ ବାତ୍ୟା ଯାଏ କିପରି ପରିର୍ବନ ହୋଇଛି, ସେ ବିଷୟରେ ଜାଣିବାକୁ ପ୍ରଦୀପ ପରାମର୍ଶ ଦେଇଥିଲେ। ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ର ଅତିରିକ୍ତ କମିଶନର ହିମାଂଶୁ ପଣ୍ଡା କହିଛନ୍ତି, ୨୦୨୦ ବ୍ୟାଚ୍‌ର ୫ ଅଧିକାରୀଙ୍କୁ ନେଇ ଏହି ଶିକ୍ଷାନବିସ ଗ୍ରୁପ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?