ଚପରାସୀ ପଦବୀ ପାଇଁ ଇଞ୍ଜିନିୟରିଂ ପିଲାଙ୍କ ଲମ୍ବା ଲାଇନ, ସୋସିଆଲ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ,୨୮।୧୦ : ବେକାର ଯୁବବର୍ଗମାନେ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଚାକିରି ଖୋଜିବାରେ ବ୍ୟସ୍ତ, କିନ୍ତୁ ଯେତେବେଳେ ଲୋକମାନେ ସେମାନଙ୍କର ଯୋଗ୍ୟତାଠାରୁ ବହୁତ କମ ଯୋଗ୍ୟତାର ଚାକିରି ପାଇଁ ଆବେଦନ କରିବା ଆରମ୍ଭ କରନ୍ତି ସେତେବେଳେ ଏହାସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ସେମାନେ କେବଳ ଆବେଦନ କରନ୍ତି ନାହିଁ ବରଂ ଚାକିରି ପାଇବା ପାଇଁ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ମଧ୍ୟ କରନ୍ତି। କାହିଁକି ନୁହେଁ, ସେମାନଙ୍କ ପାଇଁ କିଛି ନ ଥିବା ଅପେକ୍ଷା କିଛି ରହିବା ବହୁଗୁଣା ଭଲ। ଏଭଳି ଏକ ମାମଲା ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ କେରଳରୁ ଆସିଛି। ଏଠାରେ ଧ୍ୟ ଇଞ୍ଜିନିୟରମାନେ ୨୩ ହଜାର ଟଙ୍କା ବେତନ ଥିବା ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏଥିପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା କେବଳ ସପ୍ତମ ପାସ ଥିଲା। ଏଥିରେ ଦ୍ୱିତୀୟ ଯୋଗ୍ୟତା ଥିଲା ଆବେଦନକାରୀ ସାଇକେଲ ଚଲାଇବା ଜାଣିଥିବା ଉଚିତ।

ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ବି.ଟେକ ପାଶ କରିଥିବା ଯୁବବର୍ଗମାନେ କରଳର ଏର୍ନାକୁଲମ ଜିଲାର ସରକାରୀ କାର୍ଯ୍ୟାଳୟରେ ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି। ୧୦୧ ପ୍ରାର୍ଥୀ ଏଥିପାଇଁ କରାଯାଇଥିବା ସାଇକେଲ ଚାଳନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି ଚାକିରି ପାଇଁ ଆବେଦନ କରିବାର କାରଣ ବର୍ଣ୍ଣନା କରି ଜଣେ ପ୍ରାର୍ଥୀ କହିଛନ୍ତି ଏହି ଚାକିରି ସୁରକ୍ଷିତ ଏବଂ ଏଥିରେ କୌଣସି ରିସ୍କ ନାହିଁ। ଏହା ବ୍ୟତୀତ ଏଥିରେ କୌଣସି ଟେନସନ ନାହିଁ। କେବଳ ଏତିକି ନୁହେଁ, ଏହି ଚାକିରୀ ପାଇବା ପାଇଁ ଶହ ଶହ ଯୁବକ ଧାଡିରେ ରହି ପରସ୍ପର ମଧ୍ୟରେ ଧସ୍ତାଧସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଅନେକ କିଲୋମିଟରର ଲମ୍ବା ଧାଡି ଥିଲା ।

ଜନସଂଖ୍ୟା ବୃଦ୍ଧି ସହିତ ଦେଶରେ ବେକାରୀ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେମାନଙ୍କର ଯୋଗ୍ୟତା ଆଧାରରେ ଏତେ ସଂଖ୍ୟକ ଜନସଂଖ୍ୟାକୁ ଚାକିରି ଯୋଗାଇବା ସମ୍ଭବ ନୁହେଁ। ଚାକିରି ନ ପାଇ ଅନେକ ଯୁବବର୍ଗ ପ୍ରତିଦିନ ଉଦାସୀନତାର ଶିକାର ହେଉଛନ୍ତି। ଏହି କାରଣରୁ, ସେମାନେ ଘର ଚଳାଇବା ପାଇଁ ଯେକୌଣସି କାମ କରିବାକୁ ବାଧ୍ୟ ହୁଅନ୍ତି। ଅଧିକାଂଶ ଯୁବବର୍ଗ ସୁରକ୍ଷିତ ଚାକିରି ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?