ପାଣି ନେବାକୁ ରାତି ୩ରୁ ଲମ୍ବାଧାଡ଼ି

ଚାନ୍ଦବାଲି, ୧୦।୧୨ (କିଷାନ ପାତ୍ର)ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଉତୁକୁଡ଼ା ପଞ୍ଚାୟତର ଚକିଆସାହି ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ରହିଛି। ଉକ୍ତ ଗ୍ରାମକୁ ଯାତାୟାତ କରିବା ପାଇଁ ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ପିଇବା ପାଣି ପାଇଁ ସରକାରୀ ନଳକୂପ ପାଖରେ ଲମ୍ବାଧାଡ଼ି ଲାଗୁଛି। ଗଁାକୁ ପକ୍କାରାସ୍ତା ଓ ଅଧିକ ନଳକୂପ ବସାଇବା ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସରକାରଙ୍କ ପକ୍ଷରୁ ଚାନ୍ଦବାଲିରେ ମେଗା ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା ବ୍ୟବସ୍ଥା ହୋଇଥିବା ବେଳେ ଏହି ଗ୍ରାମକୁ ସଂଯୋଗ କରାଯାଇ ନାହିଁ। ଗ୍ରାମର ଲୋକେ ପାଣି ଆଣିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଉକ୍ତ ଗ୍ରାମରେ ୬୫ ପରିବାର ବସବାସ କରୁଛନ୍ତି। ମୋଟ ୫ଶହରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ଏବେ ମାତ୍ର ଗୋଟିଏ ସରକାରୀ ନଳକୂପ ଅଛି। ଏତେସଂଖ୍ୟକ ଲୋକ ଯୋଗୁ ଗ୍ରାମର ମହିଳାମାନେ ଗୋଟିଏ ନଳକୂପରୁ ପାଣି ନେବାକୁ ରାତି ୩ଟାରୁ ସେଠାରେ ଲମ୍ବାଧାଡ଼ିରେ ରହି ଅପେକ୍ଷା କରିବାକୁ ପଡ଼ୁଛି। ଓ୍ବାର୍ଡମେମ୍ବର ମମତା ବେହେରା କହନ୍ତି, ଗ୍ରାମରେ ପୂର୍ବରୁ ଦୁଇଟି ସରକାରୀ ନଳକୂପ ଥିଲା। ସେଥିମଧ୍ୟରୁ ଗୋଟିଏ ନଳକୂପ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେଲା ହେଲା ଅଚଳ ହୋଇପଡ଼ିଛି। ଏହାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ତେବେ ଗ୍ରାମରେ ପିଇବା ପାଣି ସମସ୍ୟା ମାସକର କିମ୍ବା ବର୍ଷକର ନୁହେଁ ଦୀର୍ଘ ୧୦ବର୍ଷ ଧରି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶାସକ ଦଳ ପକ୍ଷରୁ ଦୁଇ ଦୁଇଥର ଲଗାତର ବିଧାୟକ ହେବା ପରେ ମଧ୍ୟ ଏହି ଗ୍ରାମର ମୌଳିକ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଆଗାମୀ ନିର୍ବାଚନ ପୂର୍ବରୁ ରାସ୍ତା ଓ ପାଣି ସମସ୍ୟା ସମାଧାନ ନ ହେଲେ ଏଥର ଭୋଟ୍‌ ଦେବେ ନାହିଁ। ଏଥିସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଗ୍ରାମର କାହ୍ନୁଚରଣ ବେହେରା କହିଛନ୍ତି। ଏ ସମ୍ପର୍କରେ ଉତୁକୁଡ଼ା ସରପଞ୍ଚ ସ୍ବର୍ଣ୍ଣଲତା ପୁହାଣ କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପରେ ୩ଥର ପଞ୍ଚାୟତ ସମିତି ବୈଠକରେ ସେ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ସେହିପରି ଗ୍ରାମବାସୀଙ୍କ ସହ ଯାଇ ଏନେଇ ବିଡିଓଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?