ତଥ୍ୟ ଦେବାକୁ ୨ ବିଡିଓଙ୍କୁ ଲୋକପାଳଙ୍କ ନିର୍ଦ୍ଦେଶ

ମାଲକାନଗିର, ୧୦।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜାଣିବାକୁ ଚାହୁଁଥିବା କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗି ନିରାଶ ହେବା ପରେ ଆବେଦନକାରୀ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଲୋକପାଳ ମାମଲାକୁ ଗ୍ରହଣକରି ଆବେଦନକାରୀଙ୍କୁ ଶୀଘ୍ର ତଥ୍ୟ ଯୋଗାଇଦେବାକୁ ମାଲକାନଗିରି ଜିଲାର ୨ଜଣ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବରରୁ ଜଣାପଡିଛି, ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଉଡୁପା ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଠିକ୍‌ ଭାବେ ଯାଞ୍ଚକରି ଜିଲାପାଳଙ୍କ ମାଧ୍ୟମରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆଇନଜୀବୀ ଅଶୋକ ପଟ୍ଟନାୟକ ମାଥିଲି ଜନ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ। ମାଥିଲି ପଞ୍ଚାୟତ ସମିତିକୁ ହାତିରାମ ବିଦ୍ୟାଳୟରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ତଥ୍ୟ ମାଗିଥିଲେ। ସେହିପରି ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ପଟ୍ଟନାୟକ ପଞ୍ଚାୟତରେ ପହଞ୍ଚତ୍ ସମ୍ପୃକ୍ତ ଅଧିକାରୀଙ୍କୁ ରେକର୍ଡ ଯାଞ୍ଚ ଲାଗି କହିଥିଲେ। ମାତ୍ର ଗ୍ରାମ ରୋଜଗାର ସେବକଙ୍କ ପାଖରେ ରେକର୍ଡ ରହିଛି। ସେ କାମରେ ବ୍ଲକ ଯାଇଛନ୍ତି କହି ସମ୍ପୃକ୍ତ ଅଧିକାରୀ ରେକର୍ଡଗୁଡିକ ଦେଖାଇ ନ ଥିଲେ। ପରେ ପଟ୍ଟନାୟକ ଲୋକପାଳଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ। ମାମଲାକୁ ବିଚାର ପାଇଁ ଗ୍ରହଣକରି ଲୋକପାଳ ସୁନାକର ପାଳ ମାଲକାନଗିରି ବିଡିଓ ଓ ମାଥିଲି ବିଡିଓଙ୍କୁ ସମସ୍ତ ନଥିପତ୍ର ଯାଞ୍ଚ ପାଇଁ ପଟ୍ଟନାୟକଙ୍କୁ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅବହେଳା କଲେ ଅର୍ଥଦଣ୍ଡ ସହ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପ୍ରତ୍ୟେକ ଗରିବ ପରିବାରଙ୍କୁ ୧୦୦ ଦିନ କାମ ଦେବାର ବ୍ୟବସ୍ଥା ସହ ଗ୍ରାମର ଉନ୍ନତି ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏଥିରେ ଦୁର୍ନୀତି ଯୋଗୁ ଏହାର ଅର୍ଥ ହିତାଧିକାରୀଙ୍କ ନିକଟକୁ ନ ଯାଇ ବାଟମାରଣା ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri