Posted inଜାତୀୟ

୧୦୫ ଲୋକ ସଭା ଆସନରେ ଭାଜପାକୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ଏନଡିଏ ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ରାଜନୈତିକ ଯୁଦ୍ଧଭେରି ବଜାଇବା ଆରମ୍ଭ କରିସାରିଛି। ଅନ୍ୟପକ୍ଷରେ, କଂଗ୍ରେସ ସହିତ ୨୬ଟି ବିରୋଧୀ ଦଳ ଇଣ୍ଡିଆନ ନାଶନାଲ ଡେଭଲପମେଣ୍ଟ ଇଂକ୍ଲୁସିଭ ଏଲାଏନ୍ସ ଅର୍ଥାତ୍‌ INDIA ମିଳିତ ମଞ୍ଚ ଅଧୀନରେ ନିର୍ବାଚନରେ ପ୍ରବେଶ କରିବାକୁ ଘୋଷଣା କରିଛନ୍ତି।
ଏସବୁ ଭିତରେ ୨୦୧୯ ଓ ୨୦୨୪ର ଲୋକ ସଭା ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଉପରେ ନଜର ପକାଇବା ଦରକାର। ଏହି ସଂଖ୍ୟା ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ। ହେଲେ ଏହି ସଂଖ୍ୟା ୨୦୨୪ ଲୋକ ସଭା ନିର୍ବାଚନରେ କି ପ୍ରଭାବ ପକାଇବ ତାହା ଏବେଠାରୁ କହିବା ମୁସ୍କିଲ ହେବ। ଏହାପରେ ବି ଏହି ସଂଖ୍ୟାରୁ ଭାଜପାର ବିଜୟକୁ ନେଇ ଅନୁମାନ କରାଯାଇପାରେ।

ଦି ପ୍ରିଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ଲୋକ ସଭା ନିର୍ବାଚନରେ ଶାସକ ଦଳ ଭାଜନା ତିନି ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୧୦୫ ଆସନରେ ବିଜୟ ଲାଭ କରିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ସମାନ ଭୋଟରେ ଜିତିଥିବା ଆସନ ଅପେକ୍ଷା ଭାଜପାର ଏହି ବିଜୟ ୬୩ ଆସନ ଅଧିକ ଥିଲା।
୨୦୧୯ ଲୋକ ସଭା ନିର୍ବାଚନରେ, ୨୩୬ ଏମପିଙ୍କ ମଧ୍ୟରୁ ଯେଉଁମାନେ ଦୁଇ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ, ୧୬୪ ଜଣ କେବଳ ଭାଜପାର ଥିଲେ। ଏଥି ସହିତ, ତିନି ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ୧୩୧ ଏମପିଙ୍କ ମଧ୍ୟରୁ ୧୦୫ ଜଣ ଭାଜପାର ଥିଲେ। ଅବଶିଷ୍ଟ ୨୬ ଏମପିଙ୍କ ମଧ୍ୟରୁ ୧୦ଜଣ ଡିଏମକେ ଏବଂ ୫ ଜଣ କଂଗ୍ରେସରୁ ଆସିଥିଲେ। ଭାଜପା ପ୍ରାର୍ଥୀମାନେ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୪୪ଟି ଆସନ ଜିତିଥିଲେ। କେବଳ ଏତିକି ନୁହେଁ ଦଳର ୧୫ ଜଣ ଏମପି ଥିଲେ ଯେଉଁମାନେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିବାକୁ ଯାଉଥିଲେ।
ଲୋକତନ୍ତ୍ରର ବିଜୟ ପରାଜୟ ଉପରେ କାହାର ହାତ ନ ଥାଏ। ହେଲେ ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରାଯାଉଛି କି ଏସବୁ ଆସନରେ ଭାଜପାକୁ ହରାଇବା ବିରୋଧୀ ମେଣ୍ଟ ‘ଇଣ୍ଡିଆ‘ ପାଇଁ ସହଜ ନୁହେଁ। ବିରୋଧୀଙ୍କୁ ଏସବୁ ଆସନରେ ଭାଜପାଠାରୁ କଡା ଚ୍ୟାଲେଞ୍ଜ ମିଳିବ। ତେଣୁ ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରାଯାଉଛି କି ଏହି ୧୦୫ ଆସନରେ ଭାଜପାକୁ ହରାଇବା ବିରୋଧୀ ପାଇଁ ଏତେଟା ସହଜ ନ ହୋଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri