ଉପନିର୍ବାଚନ ନିୟମ କହିଲେ ଲୋହାନୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ଏପ୍ରିଲ ୧୭ରେ ହେବ। ଏନେଇ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପୂର୍ବରୁ ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ଆଲୋଚନା କରିଛନ୍ତି। ଲୋହାନୀ କହିଛନ୍ତି, ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଅଞ୍ଚଳରେ ପୂର୍ବରୁ ଚାଲୁ ରହିଥିବା ସମସ୍ତ କାର୍ଯ୍ୟ ଜାରି ରହିବ। ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଏବଂ ସମ୍ପୃକ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନ ସମ୍ପର୍କିତ ଖର୍ଚ୍ଚ ଏକ ରେଜିଷ୍ଟରରେ ଲିପିବଦ୍ଧ କରାଯିବ। ପ୍ରାର୍ଥୀମାନେ ନିଜର ଦୈନିକ ଖର୍ଚ୍ଚ ରେଜିଷ୍ଟାରରେ ଲେଖିବେ। ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ୩ ଥର ରେଜିଷ୍ଟାର ପରଖିବେ। କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଉପନିର୍ବାଚନରେ ସାମିଲ ସମସ୍ତ ଅଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ମାସ୍କ, ସାନିଟାଇଜର, ସ୍କାନିଂ ଇତ୍ୟାଦିକୁ ନିର୍ବାଚନ ସମୟରେ ବାଧ୍ୟତାମୂଳକ କରାଯିବ। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗ ଭୋଟର ଏବଂ ସନ୍ଦିଗ୍ଧ କୋଭିଡ୍‌ ରୋଗୀଙ୍କ ଲାଗି ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି। ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନରେ ଅଂଶଗ୍ରହଣ କଲେ ସେମାନେ ଉଭୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଅତିକମ୍‌ରେ ୩ ଥର ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ପ୍ରଚାର, ପ୍ରସାର କରିବେ। ନିର୍ବାଚନ ଆୟୋଗ ପ୍ରଚାର, ପ୍ରସାର ଲାଗି ସ୍ବତନ୍ତ୍ର ନିୟମ ଆଣିଛନ୍ତି। ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡିକ ଉପନିର୍ବାଚନ ଲାଗି ପ୍ରଚାର ପାଇଁ ୩୦ଜଣରୁ ଅଧିକ ଓ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ପ୍ରଚାର ପାଇଁ ୧୫ଜଣରୁ ଅଧିକ ତାରକା ପ୍ରଚାରକ ଆଣିପାରିବେ ନାହିଁ। ପ୍ରାର୍ଥୀମାନେ ନିଜ ପୋଷ୍ଟର ଏବଂ ଲିଫଲେଟ୍‌ରେ ପ୍ରକାଶକ ଓ ମୁଦ୍ରାକରଙ୍କ ନାମ ରଖିବେ। ଯଦି ଛାପା, ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ରାଜନୈତିକ ଦଳଗୁଡିକ ପ୍ରଚାର କରନ୍ତି ତେବେ ସେନେଇ ହୋଇଥିବା ଖର୍ଚ୍ଚ ତାଲିକା ପ୍ରାର୍ଥୀ ଓ ଦଳର ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟରେ ପଡିବ ବୋଲି ଲୋହାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୁକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୁକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri