Posted inଜାତୀୟ

‘ଲଗାନ୍‌ ସେ ଲଗାମ୍‌ ତକ୍‌’: ସୁନକଙ୍କୁ ନେଇ ଶଶି ଥରୁରଙ୍କ ଟୁଇଟ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ଏକ ନିଆରା ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ‘ଲଗାନ୍‌ ସେ ଲଗାମ୍‌ ତକ୍‌’। ମାତ୍ର ୭୫ ବର୍ଷ ମଧ୍ୟରେ ଜୟ ହିନ୍ଦ୍‌। ଥରୁର ଏହାକୁ ଟୁଇଟ କରିବା ସହିତ ଅଭିନେତା ଆମିର ଖାନଙ୍କ ଫିଲ୍ମ ଲଗାନ୍‌ ଏବଂ ଋଷି ସୁନକଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି। ଫିଲ୍ମ ଲଗାନ୍‌ ଭାରତରେ ବ୍ରିଟିଶ ଶାସନ ଉପରେ ଆଧାରିତ।

ଏହାପୂର୍ବରୁ ଶଶି ଥରୁର ପ୍ରଧାନମନ୍ତ୍ରୀ ଭାବରେ ସୁନକ ନିର୍ବାଚିତ ହେବାକୁ ସ୍ବାଗତ କରିଥିଲେ ଏବଂ ଆଶାବ୍ୟକ୍ତ କରିଥିଲେ ଯେ ଦିନେ ଭାରତ ମଧ୍ୟ ଏହି ପରମ୍ପରାକୁ ଗ୍ରହଣ କରିବ। ପୂର୍ବରୁ ଥରୁର ଲେଖିଥିଲେ ଯଦି ଏହା ଘଟେ, ମୁଁ ଭାବୁଛି ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡିବ ଯେ ବ୍ରିଟିଶମାନେ ସଂଖ୍ୟାଲଘୁଙ୍କୁ ସବୁଠାରୁ ଶକ୍ତିଶାଳୀ ପଦବୀ ପ୍ରଦାନ କରି ଦୁନିଆରେ ଏକ ବିରଳ କାର୍ଯ୍ୟ କରିଛନ୍ତି। ଆମେ ଭାରତୀୟମାନେ ସୁନକର ଏହି ସଫଳତାକୁ ପାଳନ କରୁଛୁ ତେଣୁ ଆସନ୍ତୁ ସଚ୍ଚୋଟ ଭାବରେ ପଚାରିବା ଏଭଳି ସ୍ଥିତି ଭାରତରେ ହୋଇପାରିବ କି?


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ

ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍‌ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri