Advertisement

ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ପଞ୍ଜାବର ଥିଲେ। ଜଣେ ଫାର୍ମାସିଷ୍ଟ ମା ଏବଂ ଡାକ୍ତର ପିତାଙ୍କ ପୁଅ ସୁନକ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ବିଦ୍ୟାଳୟ ’ଓ୍ବିନଚେଷ୍ଟରରେ ଅଧ୍ୟୟନ କରିଛନ୍ତି। ଏହା ପରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।

ସେ ଗୋଲ୍ଡମ୍ୟାନ ସାକ୍ସ ଗ୍ରୁପ ଇଙ୍କଙ୍‌ରେ କାର୍ଯ୍ୟ କରିଥିଲେ ଏବଂ ପରେ ଆମେରିକାର କାଲିଫର୍ନିଆରେ ଅବସ୍ଥିତ ଷ୍ଟାନଫୋର୍ଡ ୟୁନିଭରସିଟିରୁ ତାଙ୍କର ଏମବିଏ କରିଥିଲେ। ଏଠାରେ ସେ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତା ମୁର୍ତ୍ତିଙ୍କୁ ଭେଟିଥିଲେ। ସେ ୨୦୦୯ରେ ଅକ୍ଷତାଙ୍କୁ ବିବାହ କରିଥିଲେ। ତାଙ୍କର କୃଷ୍ଣା ଏବଂ ଅନୁଷ୍କା ନାମକ ଦୁଇ ଝିଅ ଅଛନ୍ତି।

୨୦୧୫ ରେ ୟର୍କଶାୟାରର ରିଚମଣ୍ଡରୁ ସୁନକ ସାଂସଦ ହୋଇଥିଲେ। ସେ ସଂସଦରେ ଭଗବଦ ଗୀତା ଛୁଇଁ ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ। ଫେବୃଆରୀ ୨୦୨୦ ରେ, ସେ ବ୍ରିଟେନର କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଭାବରେ ଏକ୍ସଚେୟାରର ଚାନ୍ସେଲର୍‌ ଅର୍ଥାତ୍ତ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଉମରାହ’ ଉପରେ ସାମୟିକ କଟକଣା ଜାରି କଲା ସୌଦି

ରିୟାଧ,୨୭।୨: କରୋନା ସଂକ୍ରମଣ ଯୋଗୁ ସୌଦି ଏଠାକୁ ‘ଉମରାହ’ ପାଇଁ ଆସୁଥିବା ମୁସଲମାନ୍‌ ଶ୍ରଦ୍ଧାଳୁଙ୍କ ଉପରେ ସାମୟିକ କଟକଣା ଜାରି କରିଛି। ସ୍ଥିତିରେ ସୁଧାର ନ...

ମାସ୍କ୍‌ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ...

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା...

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ...

ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ୩ ମାସ ପରେ ପୁଣି ହୋଇପାରନ୍ତି ସଂକ୍ରମିତ!

ନ୍ୟୁୟର୍କ,୧୫।୮: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ବିଶ୍ୱର କୋଟି କୋଟି...

ଖୁସି ଖବର: ଆସିଲା କରୋନା ଔଷଧ

ଓ୍ବାଶିଂଟନ,୨୩ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ। ବ୍ରିଟେନ, ଆମେରିକା, ଇସ୍ରାଏଲ ସମେତ ଅନେକ ଦେଶରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି।...

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନାଙ୍କ ପରଲୋକ

ଓ୍ବାଶିଂଟନ୍‌, ୧୫ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନା ଟ୍ରମ୍ପ୍‌(୭୩)ଙ୍କ ଗୁରୁବାର ଅପରାହ୍ନରେ ନ୍ୟୁୟର୍କରେ ପରଲୋକ ହୋଇଛି। ଏ ନେଇ ଟ୍ରମ୍ପ୍‌ ନିଜ...

ସର୍ବଦଳୀୟ ସରକାର ପାଇଁ ପ୍ରସ୍ତୁତି

କଲମ୍ବୋ,୧୧ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଆକସ୍ମିକ ପଳାୟନ ଗୃହଯୁଦ୍ଧ ଆଡ଼କୁ ମୁହଁାଇଥିବା ଦ୍ୱୀପରାଷ୍ଟ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସାମ୍ପ୍ରତିକ ରାଜନୈତିକ...

Advertisement
Archives

Model This Week