Posted inଜାତୀୟ

ବଦଳିବାକୁ ଯାଉଛି ଲକର ନିୟମ

ନୂଆଦିଲ୍ଲୀ,୨୦।୮: ୨୦୨୨ ଜାନୁୟାରୀ ପହିଲାରୁ ସାରା ଦେଶରେ ନୂଆ ଲକର ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ଜରୁରୀ କାଗଜପତ୍ର କିମ୍ବା ଗହଣା ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସେଫ୍‌ ଡିପୋଜିଟ ଲକର ନେଇଛନ୍ତି ତେବେ ଖୁସି ଖବର। ଏଥିରେ ରଖାଯାଇଥିବା ସାମଗ୍ରୀକୁ କ୍ଷତି ପହଞ୍ଚିଲେ ଗ୍ରାହକ କ୍ଷତିପୂରଣ ପାଇବେ। ଲକର ସମ୍ପର୍କିତ ନିୟମକୁ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତନ କରିଥିବା ଜଣାପଡିଛି। ଆର୍‌ବିଆଇ ନିୟମ ମୁତାବକ, ଲକରରେ ରଖାଯାଇଥିବା ସାମଗ୍ରୀ ବ୍ୟାଙ୍କର ଭୁଲ୍‌ ଲାଗି କ୍ଷତିଗ୍ରସ୍ତ ହେଲେ ଗ୍ରାହକଙ୍କୁ ଏହାର ଭଡା ଉପରେ ପ୍ରାୟ ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ। ଲକର ଯେଉଁ ବିଲ୍‌ଡିଂରେ ରହିଥିବ ଏହା ଭାଙ୍ଗିଗଲେ କିମ୍ବା ଏଥିରେ ନିଆଁ ଲାଗିଲେ, ଚୋରି, ଡକାୟତି, ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଠକେଇ ଭଳି ମାମଲା କ୍ଷେତ୍ରରେ ଗ୍ରାହକ କ୍ଷତିପୂରଣ ପାଇବେ। ଲକର ପରିସରକୁ ସୁରକ୍ଷିତ କରିବା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ ବ୍ୟାଙ୍କ କରିବେ।
ପ୍ରାକୃତିକ ଦୁର୍ବିପାକଜନିତ କ୍ଷୟକ୍ଷତିରେ ଲକର ସାମଗ୍ରୀ କ୍ଷତିଗ୍ରସ୍ତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଦେବେ ନାହିଁ। ସେହିଭଳି ନୂଆ ଲକର ନେବାକୁ ଚାହୁଁଥିବା ଲୋକଙ୍କୁ ଆବେଦନ କରିବାକୁ ପଡିବ। ଯଦି ଲକର ଖାଲି ନ ଥାଏ ଗ୍ରାହକଙ୍କୁ ଓ୍ବେଟିଂ ଲିଷ୍ଟ ନମ୍ବର ଦିଆଯିବ। ଖାଲି ଲକରର ତାଲିକା ଏବଂ ଓ୍ବେଟିଂ ଲିଷ୍ଟ ତାଲିକା ବ୍ୟାଙ୍କଗୁଡିକୁ ଦେବାକୁ ପଡିବ। ସେଫ୍‌ ଡିପୋଜିଟ ଲକର କ୍ଷେତ୍ରରେ ପାରଦର୍ଶିତା ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଥର ଲକର ସୁବିଧା ନେଉଥିବା ଲୋକଙ୍କୁ ଟର୍ମ ଡିପୋଜିଟ ଦେବାକୁ ପଡିବ ନାହିଁ। ଯଦି ଆପଣଙ୍କ ଖାତା ଚାଲୁଛି ବ୍ୟାଙ୍କ ଆପଣଙ୍କୁ ଏଭଳି ଟର୍ମ ଜମା ଦେବାକୁ କହିପାରିବ ନାହିଁ। ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କ ଲକର ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ କିମ୍ବା ଇ-ମେଲ୍‌ ଜରିଆରେ ପ୍ରଦାନ କରିବେ। ଯଦି ବ୍ୟାଙ୍କ ଲକର ଶିଫ୍ଟ କରୁଥାନ୍ତି ସେ ସମ୍ପର୍କିତ ସୂଚନା ମଧ୍ୟ ପୂର୍ବରୁ ପ୍ରଦାନ କରିବେ।
ଲକରର ଭଡ଼ା ଠିକ୍‌ ସମୟରେ ଯେଭଳି ମିଳିବ ଏଥିଲାଗି ବ୍ୟାଙ୍କ ଆଲଟମେଣ୍ଟ ସମୟରେ ଟର୍ମ ଡିପୋଜିଟ ନେବାର ଅନୁମତି ମିଳିବ। ଏହା ଲକରର ୩ ବର୍ଷର ଭଡା ସହ ସମାନ ହେବ। ଯଦି ଆପଣ ସେଫ୍‌ ଡିପୋଜିଟ ଲକର ନେବାକୁ ଚାହୁଁଛନ୍ତି ଏ ନେଇ ଆପଣ ପ୍ରଥମେ ଏହାର ଉପଲବ୍ଧତା ସମ୍ପର୍କରେ ଜାଣନ୍ତୁ। ପ୍ରଥମେ ବ୍ୟାଙ୍କ ସହ ଏନେଇ ରିଟେଲ ଏଗ୍ରିମେଣ୍ଟ କରିବାକୁ ପଡ଼ିବ। ଲକର ମେଣ୍ଟେନାନ୍ସ ଲାଗି ଗ୍ରାହକଙ୍କୁ ବ୍ୟାଙ୍କର ନିୟମ ଅନୁସାରେ ଅର୍ଥ ଦେବାକୁ ପଡିବ। ଲକର ଏକା କିମ୍ବା କାହା ସହ ମିଳିତ ଭାବେ ନେଇ ପାରିବେ। ଯଦି ଲକର ରଖିବା ପାଇଁ ଚାହୁଁନାହାନ୍ତି ତେବେ ଏଥି ଲାଗି ସରେଣ୍ଡର ଆପ୍ଲିକେଶନ ଦେବାକୁ ପଡିବ। ଲକର ଖାଲି କରିବା ପରେ ଏହାର ଚାବିକୁ ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?