ଶୌଚାଳୟରେ ତାଲା, ଯାତ୍ରୀ ହଇରାଣ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦିଆଯାଉଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ। ଶୌଚାଳୟରେ ତାଲା ପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପରିସ୍ରାଗାର ନିର୍ମାଣ କରାଯାଇଥିଲେ ମଧ୍ୟ ଉଦ୍‌ଘାଟନ ପର ଠାରୁ ତାଲା ଝୁଲୁଛି। ସେହିପରି ଚଳିତବର୍ଷ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଏପରିକି ମିଶନ ଗୃହ ଉଦ୍‌ଘାଟନ ହେଉଛି, ହେଲେ ଶୌଚାଳୟ ସୁବିଧା ନାହିଁ। ୩ବର୍ଷ ହେବ ଦୁଇଟି ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଟେଣ୍ଡରରେ ଭାଗ ଛିଡୁ ନ ଥିବାରୁ ଏହାର ପୁନରୁଦ୍ଧାର ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ବାବଦକୁ ପୌର ପ୍ରଶାସନ ପକ୍ଷରୁ ପ୍ରତି ମାସରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ତେବେ ଆଦାୟ ରାଜସ୍ବ କେଉଁଠି ଖର୍ଚ୍ଚ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌର ପ୍ରଶାସନର ଦାୟିତ୍ୱହୀନତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ପୁରୁଣା ବସ୍‌ଷ୍ଟାଣ୍ଡ ପେଟ୍ରୋଲ ପମ୍ପ ନିକଟ ଏବଂ ନୂଆ ବସ୍‌ଷ୍ଟାଣ୍ଡ ଠାରେ ଦୁଇଟି ଶୌଚାଳୟ ରହିଛି। ଗତ ଦୁଇ ବର୍ଷ ହେବ ଶୌଚାଳୟରେ ତାଲା ଝୁଲୁଛି। ଫଳରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ବସ୍‌ଷ୍ଟାଣ୍ଡରେ ରହିଥିବା ଶୌଚାଳୟ ଚାରିପଟେ ଅନାବନା ଗଛଲତା ଉଠି ଲୁଚିଗଲାଣି। ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ କୋଠାରେ ଅନାବନା ଗଛଲତା ଉଠିଲାଣି। ସେହପରି ପୁରୁଣା ବସଷ୍ଟାଣ୍ଡ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ ଲୋକଙ୍କ ମୁକ୍ତ ପରିସ୍ରାଗାର ପାଲଟିଛି। ଉଭୟ ବସ୍‌ଷ୍ଟାଣ୍ଡରେ ଶୌଚ ପାଇଁ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳାମାନେ ହଇରାଣ ହେଉଛନ୍ତି। ଗତବର୍ଷ ସହରରେ ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆ ବସ୍‌ଷ୍ଟାଣ୍ଡ ମାକେର୍ଟ କମ୍ପ୍ଲେକ୍ସ ଆଦି ସ୍ଥାନରେ ପରିସ୍ରାଗାର ଉଦ୍‌ଘାଟନ ହୋଇଥିଲା। ଲୋକଙ୍କ କାମରେ ଆସିବ କ’ଣ ଏଥିରେ ୨୪ ଘଣ୍ଟା ତାଲା ଝୁଲୁଛି। ଅନ୍ୟପଟେ ସ୍ଥାନୀୟ ବ୍ୟବସାୟୀମାନେ ନିଜ ବ୍ୟବହାର ଲାଗି ତାଲା ପକାଇ ରଖୁଥିବା କେତେଜଣ ଯାତ୍ରୀ କହିଛନ୍ତି। ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାର ସ୍ଥାନୀୟ ବ୍ୟବସାୟୀଙ୍କ କବ୍‌ଜାରେ ରହିଥିବା ଜଣାପଡିଛି। ଚଳିତବର୍ଷ ଆଉ ୩ଟି ପରିସ୍ରାଗାର ଉଦ୍‌ଘାଟନ କରାଯାଇଛି। ସେଠାରେ ମଧ୍ୟ ସମାନ ଦୃଶ୍ୟ ରହିଛି। ଏନେଇ କଂଗ୍ରେସ ନେତା ଶିଶିର ପରିଡା କୁହନ୍ତି, ସହରର ଦୁଇଟି ଶୌଚାଳୟ ବନ୍ଦ ପଡିଛି। ଫଳରେ ବାହାରୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଲାରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ପୌର ଉପାଧ୍ୟକ୍ଷା ସୌର୍ଯ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ନୂଆବସ୍‌ଷ୍ଟାଣ୍ଡ ଏବଂ ପୁରୁଣା ବସ୍‌ଷ୍ଟାଣ୍ଡର ଶୌଚାଳୟ ପୁନରୁଦ୍ଧାର ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?