ଶୌଚାଳୟରେ ତାଲା, ଯାତ୍ରୀ ହଇରାଣ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦିଆଯାଉଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ। ଶୌଚାଳୟରେ ତାଲା ପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପରିସ୍ରାଗାର ନିର୍ମାଣ କରାଯାଇଥିଲେ ମଧ୍ୟ ଉଦ୍‌ଘାଟନ ପର ଠାରୁ ତାଲା ଝୁଲୁଛି। ସେହିପରି ଚଳିତବର୍ଷ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଏପରିକି ମିଶନ ଗୃହ ଉଦ୍‌ଘାଟନ ହେଉଛି, ହେଲେ ଶୌଚାଳୟ ସୁବିଧା ନାହିଁ। ୩ବର୍ଷ ହେବ ଦୁଇଟି ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଟେଣ୍ଡରରେ ଭାଗ ଛିଡୁ ନ ଥିବାରୁ ଏହାର ପୁନରୁଦ୍ଧାର ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ବାବଦକୁ ପୌର ପ୍ରଶାସନ ପକ୍ଷରୁ ପ୍ରତି ମାସରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ତେବେ ଆଦାୟ ରାଜସ୍ବ କେଉଁଠି ଖର୍ଚ୍ଚ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌର ପ୍ରଶାସନର ଦାୟିତ୍ୱହୀନତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ପୁରୁଣା ବସ୍‌ଷ୍ଟାଣ୍ଡ ପେଟ୍ରୋଲ ପମ୍ପ ନିକଟ ଏବଂ ନୂଆ ବସ୍‌ଷ୍ଟାଣ୍ଡ ଠାରେ ଦୁଇଟି ଶୌଚାଳୟ ରହିଛି। ଗତ ଦୁଇ ବର୍ଷ ହେବ ଶୌଚାଳୟରେ ତାଲା ଝୁଲୁଛି। ଫଳରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ବସ୍‌ଷ୍ଟାଣ୍ଡରେ ରହିଥିବା ଶୌଚାଳୟ ଚାରିପଟେ ଅନାବନା ଗଛଲତା ଉଠି ଲୁଚିଗଲାଣି। ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ କୋଠାରେ ଅନାବନା ଗଛଲତା ଉଠିଲାଣି। ସେହପରି ପୁରୁଣା ବସଷ୍ଟାଣ୍ଡ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ ଲୋକଙ୍କ ମୁକ୍ତ ପରିସ୍ରାଗାର ପାଲଟିଛି। ଉଭୟ ବସ୍‌ଷ୍ଟାଣ୍ଡରେ ଶୌଚ ପାଇଁ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳାମାନେ ହଇରାଣ ହେଉଛନ୍ତି। ଗତବର୍ଷ ସହରରେ ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆ ବସ୍‌ଷ୍ଟାଣ୍ଡ ମାକେର୍ଟ କମ୍ପ୍ଲେକ୍ସ ଆଦି ସ୍ଥାନରେ ପରିସ୍ରାଗାର ଉଦ୍‌ଘାଟନ ହୋଇଥିଲା। ଲୋକଙ୍କ କାମରେ ଆସିବ କ’ଣ ଏଥିରେ ୨୪ ଘଣ୍ଟା ତାଲା ଝୁଲୁଛି। ଅନ୍ୟପଟେ ସ୍ଥାନୀୟ ବ୍ୟବସାୟୀମାନେ ନିଜ ବ୍ୟବହାର ଲାଗି ତାଲା ପକାଇ ରଖୁଥିବା କେତେଜଣ ଯାତ୍ରୀ କହିଛନ୍ତି। ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାର ସ୍ଥାନୀୟ ବ୍ୟବସାୟୀଙ୍କ କବ୍‌ଜାରେ ରହିଥିବା ଜଣାପଡିଛି। ଚଳିତବର୍ଷ ଆଉ ୩ଟି ପରିସ୍ରାଗାର ଉଦ୍‌ଘାଟନ କରାଯାଇଛି। ସେଠାରେ ମଧ୍ୟ ସମାନ ଦୃଶ୍ୟ ରହିଛି। ଏନେଇ କଂଗ୍ରେସ ନେତା ଶିଶିର ପରିଡା କୁହନ୍ତି, ସହରର ଦୁଇଟି ଶୌଚାଳୟ ବନ୍ଦ ପଡିଛି। ଫଳରେ ବାହାରୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଲାରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ପୌର ଉପାଧ୍ୟକ୍ଷା ସୌର୍ଯ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ନୂଆବସ୍‌ଷ୍ଟାଣ୍ଡ ଏବଂ ପୁରୁଣା ବସ୍‌ଷ୍ଟାଣ୍ଡର ଶୌଚାଳୟ ପୁନରୁଦ୍ଧାର ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri