ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଧାରଣାରେ ବସିଲେ କାଉନସିଲର

ଆନନ୍ଦପୁର,୧୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ଡାକ୍ତରଖାନା ଖୋଲା ରହିଥିଲେ ମଧ୍ୟ ୮.୪୫ ପର୍ଯ୍ୟନ୍ତ କେହି ଡାକ୍ତର ଆସି ନ ଥିଲେ। ଫଳରେ ଶାଳବଣି ଛକ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇ ଶାଳବଣିର ଶାନ୍ତିଲତା ସାହୁ ନାମକ ଜଣେ ମହିଳା ସକାଳ ୭.୪୫ରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ମାତ୍ର ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀସେବାରେ ବ୍ୟାହତ ହୋଇଥିଲା। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନନ୍ଦପୁର ପୌରପରିଷଦ ୯ ନଂ ଓ୍ବାର୍ଡର କାଉନସିଲର ସନତ୍‌ କୁମାର କର ଓ ୮ ନଂ ଓ୍ବାର୍ଡର କାଉନସିଲର ସୁରେନ୍ଦ୍ର କୁମାର ଦାସ ଡାକ୍ତରଖାନାରେ ପହଞ୍ଚି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଧିକାରୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ପରବର୍ତ୍ତୀ ସମୟ ୮ ଟା ୪୫ରେ ଜଣେ ଡାକ୍ତର ପହଞ୍ଚି ରୋଗୀଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ। ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପୌରପରିଷଦର ୫ଟି ଓ୍ବାର୍ଡ ସହିତ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ୮ ନଂ ଓ ୯ ନଂ କାଉନସିଲରଙ୍କ ସହିତ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ। ପରିସ୍ଥିତି ଉତ୍ତେଜନାମୂଳକ ଲକ୍ଷ୍ୟ କରି ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପରବର୍ତ୍ତୀ ସମୟରେ ଆନନ୍ଦପୁର ଉପଜିଲାପାଳ ଅନିଲ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି କାଉନସିଲର ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଶୁକ୍ରବାର ଏକ ବୈଠକ ଡକାଇ ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?