ଏସ୍‌ସିବି ପବ୍ଲିକ ସ୍କୁଲରେ ତାଲା

କଟକ ଅଫିସ,୩।୧୨:ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ଲାଗି ଏସ୍‌ସିବି ପବ୍ଲିକ ସ୍କୁଲ ବନ୍ଦ ହେବ। ଏହି ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ। ତେବେ ସ୍କୁଲ ପରିଚାଳନା କମିଟିର ଏହି ନିଷ୍ପତ୍ତିରେ ଅଭିଭାବକମାନେ ଖପ୍ପା ହୋଇଛନ୍ତି। ବୁଧବାର ସକାଳେ ସ୍କୁଲ ମୁଖ୍ୟ ଫାଟକ ଆଗରେ ଶତାଧିକ ଅଭିଭାବକ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ସ୍କୁଲ କମିଟି ଅତି ତରବରିଆ ଭାବେ ଏପରି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ମଧ୍ୟ ଅଭିଭାବକମାନଙ୍କୁ ଆଗୁଆ ସୂଚନା ଦିଆଯାଇନାହିଁ। ଏହି ସ୍କୁଲକୁ ଡିଏଭି ସହ ମିଶ୍ରଣ କରାଗଲେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ତେଣୁ ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବି ପବ୍ଲିକ ସ୍କୁଲରେ ଅଧ୍ୟୟନରତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ। ଟ୍ୟୁଶନ ଫି ଅପରିବର୍ତ୍ତିତ ରଖିବା ସହ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଡିଏଭି ପରିଚାଳନା କମିଟିରେ ସାମିଲ ପାଇଁ ଚେଷ୍ଟା କରାଯିବ ବୋଲି ଏସ୍‌ସିବି ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ଉଚ୍ଚଶିକ୍ଷା ତଥା ଦ୍ୱାଦଶ ଶ୍ରେଣୀ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ମିଶ୍ରଣ ସହାୟକ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜିଖାଇ ୮୦ରୁ ଊଦ୍ଧର୍‌ବ ଝାଡ଼ାବାନ୍ତିରେ ଆକ୍ରାନ୍ତ

କୁଆମରା,୨୭।୭(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ବୁଧବାର ରାତିରେ ଭୋଜି ଖାଇ ୮୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ...

ଅମାନିଆଙ୍କ ପାଇଁ କଠୋର

ସମ୍ବଲପୁର,(ବ୍ୟୁରୋ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶକୁ ଲକଡାଉନ କରି କେତେକ କଟକଣା ଘୋଷଣା କରାଯାଇଛି । ହେଲେ କେତେକ ଏହାକୁ ମାନୁ ନାହାନ୍ତି। ଏଣୁ...

ଅର୍ଥାଭାବ ଯୋଗୁ ଚିକିତ୍ସାରୁ ବଞ୍ଚତ୍ତ ଯୁବକ

ଯାଜପୁର ଟାଉନ,୧୩ା୧(ଡିଏନ୍‌ଏ): ରାଜ୍ୟ ସରକାର ସାଧାରଣଙ୍କ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ତାହା ପହଞ୍ଚତ୍ ପାରୁନାହିଁ। ଅନ୍ଧ ବିଶ୍ୱାସର...

କଣ୍ଡକ୍ଟରଙ୍କୁ ମାଡ଼, ଜେଲଗଲେ ଯୁବକ

ଆସିକା,୨୫ା୧୧(ଡି.ଏନ୍‌.ଏ.) -ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର ଇଣ୍ଡନପୁର ଗ୍ରାମ ଛକ ନିକଟରେ ଏକ ଘରୋଇ ବସ୍‌ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ...

ଅଠେଇଶରେ ଅଧୁରା ଅନୁଗୋଳ

ଅନୁଗୋଳ ଅଫିସ,୧ା୪: ୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୨୭ ବର୍ଷ ମଧ୍ୟରେ...

ଗଞ୍ଜାମ ବ୍ଲକକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ପଶିଆସିଥିବା ଆଶଙ୍କା: ସୂଚନା ପାଇଲେ ଜଣାଇବାକୁ ପ୍ରଶାସନର ଅନୁରୋଧ

ଗଞ୍ଜାମ,୪ା୪(ବ୍ୟୁରୋ)- ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ଲୋକ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ଅଂଚଳକୁ ପଶିଆସିଥିବା ପ୍ରଶାସନ ଅନୁମାନ କରିଛି । ଏଥିପାଇଁ ତହସିଲଦାର ଅବନୀ...

କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ଭାଙ୍ଗିଲେ ଫଳକ

ସଜନାଗଡ଼, ୮ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ...

ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ଓ ଚିକିତ୍ସା ବ୍ୟବସ୍ଥା କରାଯାଉ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧ା୯: ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଥଇଥାନ କରିବା ଓ ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନେଇ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ...

Advertisement


Archives

Model This Week

Why Dharitri