ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ଶୀର୍ଷରେ ପହଞ୍ଚି ନ ଥିବା ସତର୍କ ସୂଚନା ଜାରି କରିଛନ୍ତି। ଏପରିସ୍ଥଳେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ସଫଳ ହୋଇ ନ ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ପ୍ରତି ଅନ୍‌ଲକ୍‌ ପର୍ଯ୍ୟାୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ ବଢ଼ିଥିବା ଜେଏନ୍‌ୟୁର ସେଣ୍ଟର ଅଫ୍‌୍‌ ସୋସିଆଲ୍‌ ମେଡ଼ସିନ୍‌ ଆଣ୍ଡ କମ୍ୟୁନିଟି ହେଲଥ୍‌ର ଅଧ୍ୟକ୍ଷା ସଂଘମିତ୍ରା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଅସଫଳ ରହିଥିବା ସେ ମତପୋଷଣ କରିଛନ୍ତି। ପ୍ରଥମେ ହଟସ୍ପଟ୍‌ରେ କଡ଼ା କଟକଣା ଜାରି କରାଯାଇଥିଲେ ଏହାର ସୁଫଳ ମିଳିପାରିଥାନ୍ତା ବୋଲି ସେ କହିଛନ୍ତି। ସଂକ୍ରମଣ ବଢୁଥିବାବେଳେ ଦେଶର ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଅନ୍‌ଲକ୍‌ ବ୍ୟତିତ କୌଣସି ବିକଳ୍ପ ମଧ୍ୟ ନ ଥିଲା। ଲକ୍‌ଡାଉନ୍‌ ଏବଂ ଅନ୍‌ଲକ୍‌ ଧୀରେଧୀରେ କରାଯିବାର ଆବଶ୍ୟକତା ଥିଲା ବୋଲି ପବ୍ଲିକ୍‌ ହେଲଥ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଡାକ୍ତର ଗିରିଧର ଆର୍‌. ବାବୁ ପ୍ରକାଶ କରିଛନ୍ତି। ଭାରତରେ ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ କମ ମୃତ୍ୟୁ ଘଟିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଲି ପାଇଁ ତୃଣମୂଳକୁ ଅନୁମତି ଭାଜପାକୁ ମନା

କୋଲକାତା, ୬।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶାସକ ତୃଣମୂଳ ମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି...

ଅମାନିଆଙ୍କ ଗାଡ଼ି ଚକାରୁ ପବନ କାଢ଼ିଦେଲା ପୋଲିସ

ବିଞ୍ଝାରପୁର,୯।୪(ଡି.ଏନ.ଏ.)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କେତେଜଣ ଅମାନିଆଙ୍କୁ ସାବାଡ କରିଛି ପୋଲିସ। ବିନା କାରଣରେ ବାଇକ ଧରି...

ଭୁଶୁଡିଲା ନିର୍ମାଣାଧୀନ କୋଠା: ୫ ଚାପି ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି। ୫ ଜଣ ଲୋକ ତଳେ ପୋତି ହୋଇଥିବା ଅଗ୍ନିଶମ ବିଭାଗ...

ଡାକ୍ତର ଏମ ଶ୍ରୀନିବାସ ଏମ୍ସର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୩ ।୯: ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ସବୁଠାରୁ ବଡ ଚିକିତ୍ସା ସଂସ୍ଥା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ)କୁ ନୂଆ ନିର୍ଦ୍ଦେଶକ ମିଳିଛନ୍ତି...

ସିଏଏ ବିରୋଧରେ ବିପକ୍ଷ ମେଳି ଆଜି

ନୂଆଦିଲ୍ଲୀ,୧୩ା୧ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି।...

୧୪୦୦ କି.ମି. ସବୁଜ ପ୍ରାଚୀର ନିର୍ମାଣ ଯୋଜନା

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମା ପର୍ଯ୍ୟନ୍ତ ୧୪୦୦ କିଲୋମିଟର ଦୀର୍ଘ ଓ ୫ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସବୁଜ ବେଲ୍ଟ ନିର୍ମାଣ ଲାଗି କେନ୍ଦ୍ର ସରକାର...

ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଲେ ମୋଦି

ଦୋହା,୧୯।୧୨: କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଏହା ସହିତ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ...

ମଇଁଷିଙ୍କୁ ଧକ୍କାଦେବାର ଦିନକ ପରେ ଗାଈକୁ ପିଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୮ା୧୦: ମଇଁଷି ପଲଙ୍କୁ ଧକ୍କା ଦେବାର ଦିନକ ପରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶୁକ୍ରବାର ଗୁଜରାଟର ଆନନ୍ଦ ଷ୍ଟେଶନ ନିକଟରେ ଏକ ଗାଈକୁ ଧକ୍କା...

Advertisement
Archives

Model This Week