ଚାଇନାରେ ଲକ୍‌ଡାଉନ, କୋଟିଏରୁ ଅଧିକ ଘରେ ବନ୍ଦୀ…

ବେଜିଂ, ୬।୭ : ଚାଇନାରେ କାରୋନା ମହାମାରୀର ବିଏ.୫.୨ ଭାରିଆଣ୍ଟ ସଂକ୍ରମଣ ବ୍ୟପାିବାରେ ଲାଗିଛି। ଫଳରେ ସୁରକ୍ଷ ାଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଜାରି ହୋଇଛି। ଏହା ଦ୍ୱାରା କୋଟିଏରୁ ଅଧିକ ଲୋକ ଘରେ ବନ୍ଦୀ ରହିବାକୁ ବାଧ୍ୟ ହୋଇଛନ୍ତି। ବୁଧବାର ପ୍ରମୁଖ ପର୍ଯ୍ୟଟନ ସହରରେ ବ୍ୟବସାୟ ବନ୍ଦ ରହିଛି। ଏକ ନୂତନ ଲକଡାଉନ କ୍ଲଷ୍ଟର ଗଠନ ସହିତ, ସମ୍ପୂର୍ଣ୍ଣ ପ୍ରତିବନ୍ଧକର ଭୟ ଦେଶକୁ ପୁଣି ଫେରି ଆସିଛି।

ବୁଧବାର ଦେଶରେ ୩୦୦ରୁ ଅଧିକ ସଂକ୍ରମଣ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଦେଶର ବୃହତ୍ତମ ସହର ସାଂଘାଇ ଏବଂ ଐତିହାସିକ ଉତ୍ତର ସିଆନ ସହରରେ ଏହି ନୂତନ ଲକ୍‌ଡାଉନ କ୍ଲଷ୍ଟର ଗଠନ କରାଯାଇଛି। କର୍ତ୍ତୃପକ୍ଷ ପୁଣି ଥରେ ସହରର ଅଧାରୁ ଅଧିକ ଜିଲାରେ ବ୍ୟାପକ ପରୀକ୍ଷା ଆରମ୍ଭ କରିଛନ୍ତି। ଏଥିସହ ବୁଧବାର ସମସ୍ତ କରୋକ ବାର ବନ୍ଦ ରହିଛି।

ସିୟାନରେ, ଗତ ବର୍ଷ ଶେଷରେ ୧୩ ନିୟୁତ ଲୋକଙ୍କୁ ଲ୍‌କଡାଉନରେ ରହିବାକୁ ପଡ଼ିଥିଲା। ଏବେ ଏଠାରେ ୨୯ ଜଣ ଆକାନ୍ତଙ୍କୁ ଚିହ୍ନଟ କରାଯିବା ପରେ ପୁନର୍ବାର ଅସ୍ଥାୟୀ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ବର୍ଜ୍ୟବସ୍ତୁ ପରିଚାଳନା କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି।

ପବ, ଇଣ୍ଟରନେଟ କାଫେ ଏବଂ କରୋକ ବାର୍‌ ଭଳି ସର୍ବସାଧାରଣ ମନୋରଞ୍ଜନ ସ୍ଥାନଗୁଡ଼ିକ ମଙ୍ଗଳବାର ବୁଧବାର ମଧ୍ୟରାତ୍ରିରୁ ବନ୍ଦ ରହିଛି। ରାଜ୍ୟ ଗଣମାଧ୍ୟମ ମଙ୍ଗଳବାର ମଧ୍ୟରାତ୍ରିରେ ପରୀକ୍ଷା ପାଇଁ ଲାଇନରେ ଠିଆ ହୋଇଥିବା ସିଆନ ବାସିନ୍ଦାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲା। ମହାମାରୀର ଟ୍ରାକ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ସମସ୍ତ ନୂତନ ମାମଲା ଓମିକ୍ରନ ଭାରିଆଣ୍ଟର ବିଏ.୫.୨ରୁ ଆସିଛି।

ସଦ୍ୟତମ ମାମଲା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପାଇଁ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି। ଜାପାନର ବ୍ୟାଙ୍କ ନୋମୁରା ଆକଳନ କରିଛି ଯେ ଅତି କମରେ ୧୧୪.୬ ନିୟୁତ ଲୋକ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକ୍‌ଡାଉନରେ ଅଛନ୍ତି। ଗତ ସପ୍ତାହର ସଂଖ୍ୟା ୬୬.୭ ମିଲିୟନ ତୁଳନାରେ ଏହା ବହୁ ଅଧିକ ରହିଛି। ଗତ ସପ୍ତାହରେ କରୋନାର ୧୦୦୦ ନୂଆ ମାମଲା ଚିହ୍ନଟ ହୋଇଥିଲା। କେନ୍ଦ୍ରୀୟ ଅନୁହୁ ପ୍ରଦେଶରେ ଏହାକୁ ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?