ଏହି ରାଜ୍ୟରେ ମେ’୨୫ ଯାଏ ବଢ଼ିଲା ଲକ୍‌ଡାଉନ

ପାଟନା,୧୩।୫: ବିହାରରେ ବର୍ଦ୍ଧିତ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍‌ଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମେ’ ୨୫ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ମନ୍ତ୍ରୀମାନେ ଓ ଉଚ୍ଚ ପଦାଧିକାରୀ ସାମିଲ ହୋଇଥିଲେ। ଉକ୍ତ ଲକ୍‌ଡାଉନରୁ ରାଜ୍ୟରେ ସକରାତ୍ମକ ଫଳ ମିଳିଥିବାରୁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମେ’୧୫ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଅବଧିକୁ ମେ’ ୨୫ ଯାଏ ବୃଦ୍ଧି କରାଯାଉଛି। ହେଲେ ଚଳିତ ଥର ଲକ୍‌ଡାଉନ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଣିକି ବିବାହ ସମାରୋହରେ ୨୦ଜଣ ବ୍ୟକ୍ତି ସାମିଲ ହୋଇପାରିବେ। ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୋକାନ ଖୋଲିବା ସମୟର ମଧ୍ୟ ପରିବର୍ତ୍ତନ କରାଯାଇଛି। ସହରାଞ୍ଚଳରେ ପନିପରିବା, ରାଶନ, ଅଣ୍ଡା, ମାଛ ଦୋକାନଗୁଡ଼ିକ ସକାଳ ୮ଟାରୁ ୧୦ଟା ଯାଏଁ ଖୋଲା ରହିବ ଏବଂ ଗ୍ରାମାଞ୍ଚଳରେ ଏହା ୧୨ଟା ଯାଏଁ ଖୋଲା ରହିବ। ଆଉ ବାକି କଟକଣା ପୂର୍ବଭଳି ବଳବତ୍ତର ରହିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସହ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ‘ପ୍ରଳୟ’, ରାଫେଲ-ସୁଖୋଇ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨୩।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ପୁର୍ବୋତ୍ତର ଭାରତରେ ଏକ ବଡ ଏକ୍ସରସାଇଜ କରିବାକୁ ଯାଉଛି। ଏହି ଓ୍ବାର ଏକ୍ସରସାଇଜକୁ ‘ପ୍ରଳୟ’...

ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାରେ ବାଜପେୟୀଙ୍କୁ ଟପିଲେ ମୋଦି, ନେଲସନ ମଣ୍ଡେଲାଙ୍କ ହେବେ ସମକ୍ଷକ…

ନୂଆଦିଲ୍ଲୀ,୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତରେ ଆମେରିକା ସଂସଦର ମିଳିତ ଅଧିବେଶନକୁ ମଧ୍ୟ...

ଭାଜପା ନବନିର୍ବାଚିତ ରାଜ୍ୟସଭା ଏମ୍‌ପି ଗୁରୁତର

ବେଙ୍ଗାଲୁରୁ,୧୭।୯- ନବର୍ନିବାଚିତ ରାଜ୍ୟସଭା ଏମ୍‌ପି ତଥା କର୍ନାଟକ ଭାଜପା ନେତା ଅଶୋକ ଗାସ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମହାମାରୀ କରୋନାରେ ଅଶୋକ ଆକ୍ରାନ୍ତ ହେବା...

ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୧: ବିଶ୍ୱ ଆର୍ଥିକ ମଞ୍ଚ ବା ୱାର୍ଲଡ ଇକୋନମିକ ଫୋରମ(ଡବ୍ଲୁଇଏଫ୍‌)ର ଅନଲାଇନ ଆୟୋଜିତ ହେବାକୁ ଯାଉଥିବା ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ...

ଅବୁ ଆଜମିଙ୍କ ସହଯୋଗୀଙ୍କ ଘର ସମେତ ୩୦ ସ୍ଥାନରେ ଆଇଟି ଚଢ଼ାଉ

ମୁମ୍ବାଇ,୧୬ା୧୧: ବେନାମୀ ସମ୍ପତ୍ତି ଏବଂ କଳାଧନ ମାମଲାରେ ଆୟକର ବିଭାଗ ମଙ୍ଗଳବାର ସମାଜବାଦୀ ପାର୍ଟି ନେତା ଅବୁ ଆଜମିଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। ଅବୁଙ୍କ...

କରୋନା ଭ୍ୟାକ୍ସିନକୁ ନେଇ ଖୁସି ଖବର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏବେ ଏହାର ସଫଳ ଚିକିତ୍ସାକୁ ନେଇ ଚାଲିଛି ଗବେଷଣା।...

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ, ୫ ହଜାର ଟଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀମନ୍ଦିର ସେବାୟତମାନେ କରୋନା ସଂକ୍ରମଣଠାରୁ କିପରି ଦୂରେଇ ରହିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ...

ଫାଇଜର ଟିକାର ପାର୍ଶ୍ୱପ୍ରତିକ୍ରିୟା: ଆଲର୍ଜି ଥିବା ଲୋକେ ନ ନେବାକୁ ସତର୍କ ସୂଚନା ଜାରି

ଲଣ୍ଡନ,୧୦।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ସାର୍ବଜନୀକ ଭାବେ ଦିଆଯିବା ଆରମ୍ଭ ହୋଇଛି। ତେବେ ଟିକା...

Advertisement
Archives

Model This Week