କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେଠାରେ କାମ କରୁଥିବା ସମୟରେ ଅନେକ ଶ୍ରମିକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହେଉଛି। କେତେକଙ୍କ ମୃତଦେହ ଟଙ୍କା ଅଭାବରୁ ପରିବାର ଲୋକେ ଗାଁକୁ ଆଣିପାରୁ ନ ଥିବାବେଳେ କାଁ ଭାଁ କେତେଜଣଙ୍କ ମୃତଦେହ ଗାଁକୁ ଫେରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଧର୍ମଗଡ ଉପଖଣ୍ଡରେ ଥିବା ଧର୍ମଗଡ, କୋକସରା, କଲମପୁର, ଗୋଲାମୁଣ୍ଡା, ଜୁନାଗଡ, ଜୟପାଟଣା ଆଦି ବ୍ଲକରୁ ଅନେକ ଶ୍ରମିକ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଗତ ୧ବର୍ଷରେ ଏଠାକାର ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି। ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ଶ୍ରମବିଭାଗ ଦୃଷ୍ଟି ଦେଉ ନ ଥିବାରୁ ସମସ୍ୟା ବଢିବାରେ ଲାଗିଛି। ଜିଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ପ୍ରାୟ ୩ହଜାର ଭୋଟର ଥିବାବେଳେ ସେଥିମଧ୍ୟରୁ ୨ହଜାର ଲୋକ ଏବେ ଦାଦନ ଯାଇଥିବା ଜଣାପଡିଛି। ଗ୍ରାମର ପ୍ରାୟ ଘରର ସଦସ୍ୟ ଦାଦନ ଯାଇଛନ୍ତି। ଦାଦନ ଯାଇଥିବା ଯୋଗୁ ଅନେକ ଘରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯେଉଁମାନଙ୍କ ପରିବାରର ରାଶନ କାର୍ଡ ଅଛି ସେମାନେ କେବଳ ରାଶନ କାର୍ଡ ଖଣ୍ଡିକ ବଞ୍ଚାଇ ରଖିବା ପାଇଁ ଘରେ ଜଣେ ସଦସ୍ୟଙ୍କୁ ଛାଡି ଯାଇଛନ୍ତି। ଏହି ଗାଁ ବ୍ଲକର ଦାଦନ ଶ୍ରମିକମାନଙ୍କ ହବ୍‌ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ଲୋକେ ଏଠାରେ କାମଧନ୍ଦା ନ ପାଇ ବାଧ୍ୟ ହୋଇ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେମାନେ ଦାଦନ ଖଟିବାକୁ ଗୁଜରାଟ, ଚେନାଇ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ପୁଣେ, ତେଲେଙ୍ଗାନା ଓ ଗୋଆ ଭଳି ରାଜ୍ୟକୁ ଯାଇଛନ୍ତି। ମାନଝରି ଗାଁରେ ଗତ ୨ବର୍ଷ ମଧ୍ୟରେ ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ତ୍ରିଲୋଚନ ବିଶିଙ୍କ ଚେନାଇରେ ମୃତ୍ୟୁ ହୋଇଥିବାବେଳେ ଗତ ମାର୍ଚ୍ଚ ୩୧ରେ ଉଦ୍ଧବ କାଣ୍ଡଙ୍କ ତେଲେଙ୍ଗାନାର ଏକ ଇଟା ଭାଟିରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗ୍ରାମର ଦିବ୍ୟ ଶଙ୍କର ଦାସ ଓ କମେନି କାଣ୍ଡ କହନ୍ତି, କାମଧନ୍ଦା ନ ପାଇବାରୁ ଆମ ଗାଁର ପ୍ରତି ଘରର ଲୋକ ଦାଦନ ଯାଇଛନ୍ତି। ଏଠାରେ କାମ କଲେ ଠିକ୍‌ ପରିମାଣରେ ଟଙ୍କା ମିଳୁନାହିଁ। ସେଥିପାଇଁ ସମସ୍ତେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି କହିଛନ୍ତି। ସେହିପରି ଗ୍ରାମର ଜଣେ ବୃଦ୍ଧା ନମିତା ମାଝି କହନ୍ତି, ଏଠାରେ କାମ ନ ମିଳିବାରୁ ପରିବାର ପ୍ରତିପୋଷଣ ପାଇଁ ମୋ ପୁଅ, ବୋହୂ ଓ ନାତି ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଏ ନେଇ ଜିଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ସଚେତନ କରିବା ସତ୍ତ୍ୱେ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବାକୁ ଯିବା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜୀକରଣ କରିବାର ନିୟମ ରହିଥିଲେ ମଧ୍ୟ ତାହାକୁ ସେମାନେ ମାନୁନାହନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri