ଚାଇନାରେ ପୁଣି ଲକ୍‌ଡାଉନ୍‌…

ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍‌ଡାଉନ୍‌ ଜାରି ହୋଇଛି। ଓମିକ୍ରନ ଭାରିଆଣ୍ଟ୍‌ର ଆ୍ରକାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାରୁ ଚାଇନାର ଜେଜିଆଙ୍ଗ ଅଞ୍ଚଳରେ ପୁନର୍ବାର ଲକ୍‌ଡାଉନ୍‌ ଲାଗୁ ସମ୍ପର୍କରେ ଘୋଷଣା କରାଯାଇଛି। ଏଠାରେ ୧୨ରୁ ଅଧିକ କମ୍ପାନୀର ଉତ୍ପାଦନ ବନ୍ଦ କରାଯାଇଛି।

୬ ରୁ ୧୨ ଡିସେମ୍ବର ମଧ୍ୟରେ, ଜେଜିଆଙ୍ଗରେ ୧୭୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ସ୍ଥାନୀୟ ଭାବରେ ସଂକ୍ରମିତ ହୋଇଛନ୍ତି। ସୋମବାର ଚାଇନାର ମୋଟ ୮୦ ସ୍ଥାନୀୟ ସଂକ୍ରମଣର ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୪ ଜଣ କେବଳ ଜେଜିଆଙ୍ଗ ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପ୍ରାନ୍ତୀୟ ସରକାର କହିଛନ୍ତି ଯେ, ନିଙ୍ଗବୋରେ ୪୪ ଆକ୍ରାନ୍ତ, ଶାଓସିଂରେ ୭୭ ଜଣ ଏବଂ ଗୋଟିଏ ବିନାଲକ୍ଷଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୧୭ ଜଣଙ୍କୁ ପ୍ରାଦେଶିକ ରାଜଧାନୀ ହାଙ୍ଗଜୋରୁ ଚିହ୍ନଟ ହୋଇଛନ୍ତିି। ଜେଜିଆଙ୍ଗ ପ୍ରାଦେଶିକ କେନ୍ଦ୍ର ରୋଗ ନିୟନ୍ତ୍ରଣ ଏବଂ ନିରାକରଣର ଜଣେ ଅଧିକାରୀ କହିଛନ୍ତି ଯେ ଜିନୋମ ସିକ୍ୱେନ୍ସିଂ ବିଶ୍ଳେଷଣରୁ ଜଣାପଡିଛି ଯେ ଡେଲଟା ଷ୍ଟ୍ରେନ ଏଓ୍ବାଇ-୪ ଯୋଗୁ ତିନୋଟି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କରୋନା ଭାଇରସ ଅପେକ୍ଷା ଏହା ଦ୍ରୁତ ସଂକ୍ରମଣ କରିବା ସହିତ ଅଧିକ ବିପଜ୍ଜନକ।

ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସାଧାରଣଙ୍କ ସମାବେଶ ଏବଂ ପ୍ରଦେଶ ବାହାକରକୁ ଯାତ୍ରା କରିବାକୁ ବାରଣ କରିଛନ୍ତି।

କରୋନା ମହାମାରୀର ପ୍ରଥମ ଆକାନ୍ତଙ୍କୁ ଡିସେମ୍ବର ୨୦୧୯ରେ ଚାଇନାର ଉହାନରୁ ଚିହ୍ନଟ କରାଯାଇଥିଲା। ଖୁବ ଶୀଘ୍ର ଏହା ସମଗ୍ର ଚାଇନାରେ ବ୍ୟାପିଗଲା ଏବଂ କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ଏହାର ସଂକ୍ରମଣ ହୋଇଥିଲା। କରୋନା ଯୋଗୁ ଚାଇନାରେ ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ଆସିବା ପରେ ଏଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE : କେନ୍ଦୁଝରରେ ଆଉ ୨ କରୋନା ପଜିଟିଭ, ଉଭୟ ସୁରଟ ଫେରନ୍ତା

ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତ ଦ୍ୱୟ...

ସୂର୍ଯ୍ୟନଗର ଆବଦ୍ଧାଞ୍ଚଳରେ ବଳବତ୍ତର ରହିଲା କଟକଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜଧାନୀ ସୂର୍ଯ୍ୟନଗରରେ ଆବଦ୍ଧାଞ୍ଚଳ କଟକଣା ବଳବତ୍ତର ରହିଛି। ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ବିଜ୍ଞପ୍ତିରେ ବୁଧବାର ଏହା ପ୍ରକାଶ ପାଇଛି। ସମ୍ପୃକ୍ତ...

ଶପଥ ନେବ ତାଲିବାନ୍‌ ସରକାର

କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍‌ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି...

ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ...

ଫାଇଜର ଟିକାକୁ ଡବ୍ଲୁଏଚ୍‌ଓର ମଞ୍ଜୁରୀ, ଭାରତକୁ ମିଳିପାରେ ଖୁସିଖବର

ନୂଆଦିଲ୍ଲୀ,୧ ।୧: ଫାଇଜର ଓ ବାୟୋଏନଟେକର କରୋନା ଭାଇରସ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମଞ୍ଜୁରୀ ମିଳିଯାଇଛି । ଏହାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ...

ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ...

କୋହଲିଙ୍କ ଟ୍ରିମ୍‌ ଆଟ୍‌ ହୋମ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ନେଇ ଆସନ୍ତି ସେଲିବ୍ରିଟି। ଆଉ ଲୋକେ ବି ଏହାକୁ ଖୁବ୍‌ ଆପଣେଇବାର ଦେଖିବାକୁ ମିଳିଥାଏ।...

ଲକ୍‌ଡାଉନ୍‌ରେ ବି ଭାରତରେ ଜନ୍ମ ନେବେ ୨ କୋଟି ୧୦ ଲକ୍ଷ ଶିଶୁ: ଚାଇନା ଦ୍ୱିତୀୟ ସ୍ଥାନରେ

ଜେନେଭା, ୧୧।୭: ଚଳିତ ୨୦୨୦ ବର୍ଷରେ ପୃଥିବୀରେ ୧୧ କୋଟିରୁ ଅଧିକ ଶିଶୁ ଜନ୍ମ ହେବେ। କରୋନା ମହାମାରୀ ସଙ୍କଟରେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି...

Advertisement
Archives

Model This Week