Posted inଭଦ୍ରକ

ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ ମାସରେ ଆମ୍ବ ପଣସ ସମୟରେ ଦନ୍ତା ହାତୀଟି ଆଗରପଡା ଅଞ୍ଚଳର ପାଟକନା, ରାଉତରାପୁର, ମହାନ୍ତିପଡା ଆଦି ଗ୍ରାମକୁ ଆସୁଥିବା ବେଳେ ଚଳିତ ବର୍ଷ ଦନ୍ତାଟି ଗତ ଶନିବାର ରାତିରେ ମହାନ୍ତିପଡା ନିକଟସ୍ଥ ସାଳନ୍ଦୀ ନଦୀ କୂଳ ଆମ୍ବତୋଟାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ହଦଗଡ ହସ୍ତୀ ଅଭୟାରଣ୍ୟରୁ ହାତୀଟି ଖାଦ୍ୟ ଅନ୍ବେଷଣରେ ଆସି ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ଭାଙ୍ଗି ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦନ୍ତା ଦିନ ବେଳା ସାଳନ୍ଦୀ ନଦୀର ଅପର ପାର୍ଶ୍ୱରେ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ରାତିରେ ନଦୀ ପାର ହୋଇ ଜନବସତିକୁ ଆସିଥାଏ। ବନ ବିଭାଗକୁ ଲୋକେ ଜଣାଇବା ପରେ ଆଗରପଡ଼ା ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖିବା ସହ ବାଣ ଫୁଟାଇ ହାତୀକୁ ଘଉଡ଼ାଇ ଦିଆଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?