ମଧ୍ୟାହ୍ନଭୋଜନରେ ଝିଟିପିଟି

ଡେରାବିଶ,୧୯ା୧୧(ବେବର୍ତ୍ତା ଅଜୟ ଦାସ)୩ରୁ ୬ ବର୍ଷ ଯାଏ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହିତ ଖେଳକୌତୁକ ମାଧ୍ୟମରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପିଲାଙ୍କ ଯତ୍ନ ପାଇଁ କେନ୍ଦ୍ରରେ ଅବସ୍ଥାପିତ ଥିବା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସମ୍ପୂର୍ଣ୍ଣ ଭାବେ ତପତ୍ର ରହିଥାନ୍ତି। ଏଥିପାଇଁ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାଦାନ ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ତେବେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ଓ ସେହି ଖାଦ୍ୟ ଖାଇ ୧୧ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣା ଶନିବାର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ୍‌ ଅଧୀନ ନରସିଂହପୁର ପଞ୍ଚାୟତ ମୁଣ୍ଡିଲୋ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ୧୭ ଜଣ ପିଲାଙ୍କ ଉପସ୍ଥାନ ଥିଲା। ସେମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଭାତ ଡାଲମା ପ୍ରସ୍ତୁତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପିଲାମାନେ ଖାଇବା ପାଇଁ ବସିଥିଲେ। ହେଲେ ଖାଇବା ସମୟରେ ଡାଲମାରେ ଏକ ଝିଟିପିଟି ମୁଣ୍ଡ ବାହାରିବା ପିଲାମାନେ ଦେଖିଥିଲେ। ଏହାପରେ ସେହି ଖାଦ୍ୟ ଖାଇଥିବା ୧୧ ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ। ସେଥିମଧ୍ୟରୁ ୩ ପିଲାଙ୍କର ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ସମସ୍ତ ପିଲା ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ଅଧ୍ୟୟନରତ ପିଲାଙ୍କ ଅଭିଭାବକ ମହଲରେ ଭୟ ସୃଷ୍ଟି ହୋଇଛି। ଏ ବିଷୟରେ ଗ୍ରାମର ଜଣେ ଅଭିଭାବକ ଶୈଳବାଳା ମଲିକ କହିଛନ୍ତି, ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହେବା ପରେ ଆମେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ। ମାତ୍ର ପିଲାମାନଙ୍କ ସାଙ୍ଗରେ ଅଙ୍ଗନଓ୍ବାଡି କର୍ମୀ କିମ୍ବା ସହାୟିକା ଯାଇ ନ ଥିଲେ। ଏ ସଂକ୍ରାନ୍ତରେ ଅଙ୍ଗନଓ୍ବାଡି କର୍ମୀ ହରପ୍ରିୟା ସେଠୀ କହିଛନ୍ତି, ସହାୟିକା ନଳକୂପରୁ ଆଣିଥିବା ପାଣିରେ ଝିଟିପିଟି ପଡ଼ିଥିଲା। ତାହା ସେ ଜାଣି ନ ପାରି ଖାଦ୍ୟ ପ୍ରସ୍ତୁତ କରିଥିଲେ। ତେବେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଜଣେ ପିଲା ନ ଖାଇ ଘରକୁ ନେଇ ଯାଇଥିଲେ। ଘରେ ଡାଲମାରୁ ଝିଟିପିଟି ବାହାରିବା ଖବର ପାଇବା ପରେ ଅନ୍ୟ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇ ନ ଥିଲା। ସନ୍ଦେହ ଦୂର କରିବା ପାଇଁ ସମସ୍ତ ପିଲାଙ୍କୁ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ନେଇଯାଇଥିଲୁ। ଚିକିତ୍ସା ପରେ ସମସ୍ତ ପିଲା ସୁସ୍ଥ ହୋଇ ଘରକୁ ଫେରିଥିବା ସେ ସୂଚନା ଦେଇଛନ୍ତି। ଏନେଇ ସିଡିପିଓ ସ୍ନେହଲତା ସାହୁ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ସନ୍ଧ୍ୟାରେ ଉଭୟଙ୍କୁ ବାରମ୍ବାର ଫୋନ୍‌ କରାଯାଇଥିଲା। ହେଲେ ଉଭୟ ଅଧିକାରୀ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri