ମଧ୍ୟାହ୍ନଭୋଜନରେ ଝିଟିପିଟି

ଡେରାବିଶ,୧୯ା୧୧(ବେବର୍ତ୍ତା ଅଜୟ ଦାସ)୩ରୁ ୬ ବର୍ଷ ଯାଏ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହିତ ଖେଳକୌତୁକ ମାଧ୍ୟମରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପିଲାଙ୍କ ଯତ୍ନ ପାଇଁ କେନ୍ଦ୍ରରେ ଅବସ୍ଥାପିତ ଥିବା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସମ୍ପୂର୍ଣ୍ଣ ଭାବେ ତପତ୍ର ରହିଥାନ୍ତି। ଏଥିପାଇଁ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାଦାନ ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ତେବେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ଓ ସେହି ଖାଦ୍ୟ ଖାଇ ୧୧ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣା ଶନିବାର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ୍‌ ଅଧୀନ ନରସିଂହପୁର ପଞ୍ଚାୟତ ମୁଣ୍ଡିଲୋ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ୧୭ ଜଣ ପିଲାଙ୍କ ଉପସ୍ଥାନ ଥିଲା। ସେମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଭାତ ଡାଲମା ପ୍ରସ୍ତୁତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପିଲାମାନେ ଖାଇବା ପାଇଁ ବସିଥିଲେ। ହେଲେ ଖାଇବା ସମୟରେ ଡାଲମାରେ ଏକ ଝିଟିପିଟି ମୁଣ୍ଡ ବାହାରିବା ପିଲାମାନେ ଦେଖିଥିଲେ। ଏହାପରେ ସେହି ଖାଦ୍ୟ ଖାଇଥିବା ୧୧ ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ। ସେଥିମଧ୍ୟରୁ ୩ ପିଲାଙ୍କର ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ସମସ୍ତ ପିଲା ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ଅଧ୍ୟୟନରତ ପିଲାଙ୍କ ଅଭିଭାବକ ମହଲରେ ଭୟ ସୃଷ୍ଟି ହୋଇଛି। ଏ ବିଷୟରେ ଗ୍ରାମର ଜଣେ ଅଭିଭାବକ ଶୈଳବାଳା ମଲିକ କହିଛନ୍ତି, ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହେବା ପରେ ଆମେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ। ମାତ୍ର ପିଲାମାନଙ୍କ ସାଙ୍ଗରେ ଅଙ୍ଗନଓ୍ବାଡି କର୍ମୀ କିମ୍ବା ସହାୟିକା ଯାଇ ନ ଥିଲେ। ଏ ସଂକ୍ରାନ୍ତରେ ଅଙ୍ଗନଓ୍ବାଡି କର୍ମୀ ହରପ୍ରିୟା ସେଠୀ କହିଛନ୍ତି, ସହାୟିକା ନଳକୂପରୁ ଆଣିଥିବା ପାଣିରେ ଝିଟିପିଟି ପଡ଼ିଥିଲା। ତାହା ସେ ଜାଣି ନ ପାରି ଖାଦ୍ୟ ପ୍ରସ୍ତୁତ କରିଥିଲେ। ତେବେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଜଣେ ପିଲା ନ ଖାଇ ଘରକୁ ନେଇ ଯାଇଥିଲେ। ଘରେ ଡାଲମାରୁ ଝିଟିପିଟି ବାହାରିବା ଖବର ପାଇବା ପରେ ଅନ୍ୟ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇ ନ ଥିଲା। ସନ୍ଦେହ ଦୂର କରିବା ପାଇଁ ସମସ୍ତ ପିଲାଙ୍କୁ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ନେଇଯାଇଥିଲୁ। ଚିକିତ୍ସା ପରେ ସମସ୍ତ ପିଲା ସୁସ୍ଥ ହୋଇ ଘରକୁ ଫେରିଥିବା ସେ ସୂଚନା ଦେଇଛନ୍ତି। ଏନେଇ ସିଡିପିଓ ସ୍ନେହଲତା ସାହୁ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ସନ୍ଧ୍ୟାରେ ଉଭୟଙ୍କୁ ବାରମ୍ବାର ଫୋନ୍‌ କରାଯାଇଥିଲା। ହେଲେ ଉଭୟ ଅଧିକାରୀ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri