Posted inଜାତୀୟ

ମୁସଲମାନଙ୍କ ଜୀବନ ବିପଦରେ

ନୂଆଦିଲ୍ଲୀ, ୨୭ା୧୨: ଦିଲ୍ଲୀ ଓ ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ଘୃଣିତ ବକ୍ତବ୍ୟକୁ ନେଇ ସୁପ୍ରମକୋର୍ଟର ୭୬ ଜଣ ଆଇନଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଧର୍ମ ସଂସଦରେ ଦିଆଯାଇଥିବା ଧମକ କେବଳ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିନାହିଁ ଏହା କୋଟି କୋଟି ମୁସଲମାନ ନାଗରିକଙ୍କ ଜୀବନ ପ୍ରତି ମଧ୍ୟ ଆତଙ୍କର କାରଣ ହୋଇଛି। ଘୃଣିତ ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କ ତାଲିକା ଦେଇ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ଏଭଳି ଧର୍ମ ସଂସଦ ବନ୍ଦ କରାଯିବା ଲାଗି ନ୍ୟାୟପାଳିକାର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି। ସିଜେଆଇଙ୍କୁ ଲେଖାଯାଇଥିବା ପତ୍ରରେ ଖ୍ୟାତନାମା ଆଇନଜୀବୀ ଦୁଷ୍ୟନ୍ତ ଡାଭେ, ପ୍ରଶାନ୍ତ ଭୂଷଣ, ବ୍ରିନ୍ଦା ଗ୍ରୋଭର, ସଲମାନ ଖୁର୍ସିଦ ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ ପ୍ରମୁଖ ସ୍ବାକ୍ଷର କରିଛନ୍ତି। ଦୁଇଟି ଧର୍ମ ସଂସଦରେ ଦିଆଯାଇଥିବା ବକ୍ତୃତା କେବଳ ଘୃଣିତ ମନ୍ତବ୍ୟ ନୁହେଁ, ବରଂ ଗୋଟିଏ ସମ୍ପ୍ରଦାୟର ଗଣହତ୍ୟା ଲାଗି ଖୋଲା ଆହ୍ବାନ ବୋଲି ସେମାନେ କହିଛନ୍ତି।
ଗଣହତ୍ୟା ଏବଂ ମୁସଲମାନଙ୍କ ବିରୋଧରେ ଅସ୍ତ୍ର ଧରିବା ଲାଗି ଦିଆଯାଇଥିବା ଖୋଲା ଆହ୍ବାନକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି। ହରିଦ୍ୱାର ଘଟଣାର ୪ ଦିନ ପରେ ପୋଲିସ ମାମଲା ରୁଜୁ କରିଥିଲା, ଯେଉଁଥିରେ ମାତ୍ର ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ପରେ ଧରମ ଦାସ ଓ ସାଧ୍ୱୀ ଅନ୍ନପୂର୍ଣ୍ଣାଙ୍କ ନଁା ସେଥିରେ ଯୋଡ଼ାଯାଇଛି। ସାଧ୍ୱୀ ଅନ୍ନପୂର୍ଣ୍ଣା (ପୂର୍ବରୁ ପୂଜା ଶକୁନ ପାଣ୍ଡେ ଭାବେ ପରିଚିତ) ଧର୍ମ ସଂସଦରେ କହିଥିଲେ, ଯଦି ତୁମେ ସେମାନଙ୍କୁ ଶେଷ କରିବାକୁ ଚାହୁଁଛ, ତେବେ ସେମାନଙ୍କୁ ମାରିଦିଅ। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷକୁ ହତ୍ୟା କରିବା ଲାଗି ଆମେ ୨୦୦ ସୈନ୍ୟ ଚାହୁଁ ବୋଲି ସେ କହୁଥିବା ଏକ ଭିଡିଓ ପ୍ରସାରିତ ହୋଇଛି। ଯେଉଁମାନେ ଏହି ଧର୍ମ ସଂସଦ ଆୟୋଜନ କରିଥିଲେ ଓ ଉତ୍ତେଜକ ବକ୍ତବ୍ୟ ଦେଇଥିଲେ, ସେମାନେ କୌଣସି ଭୁଲ୍‌ କରି ନ ଥିବା କହୁଛନ୍ତି। ସେ ଯାହା କହିଥିଲେ ସେଥିପାଇଁ ଲଜ୍ଜିତ ନୁହନ୍ତି ଏବଂ ପୋଲିସକୁ ଭୟ କରନ୍ତି ନାହିଁ ବୋଲି ହିନ୍ଦୁ ରକ୍ଷା ସେନାର ପ୍ରବୋଧାନନ୍ଦ ଗିରି କହିଛନ୍ତି। ଗିରିଙ୍କ ଅନେକ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବରିଷ୍ଠ ଭାଜପା ନେତାମାନଙ୍କ ସହ ଫଟୋରେ ଦେଖିବାକୁ ମିଳିଥାଏ। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ସେ କହିଛନ୍ତି, ‘ମ୍ୟାନ୍‌ମାର ଭଳି ଆମ ପୋଲିସ, ରାଜନେତା, ସୈନ୍ୟ ଓ ପ୍ରତ୍ୟେକ ହିନ୍ଦୁ ନିଶ୍ଚୟ ଅସ୍ତ୍ର ଉଠାଇ ଅଭିଯାନରେ ସାମିଲ ହେବେ। ଏହା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ’। ପୂର୍ବରୁ ଏଭଳି ଉତ୍ତେଜକ ମନ୍ତବ୍ୟ ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇପିସିର ଧାରା ୧୫୩, ୧୫୩ଏ, ୧୫୩ବି, ୨୯୫ଏ, ୫୦୪, ୫୦୬, ୧୨୦ବି, ୩୪ରେ କୌଣସି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଏଭଳି ଧର୍ମୀୟ ସମାବେଶ ରୋକିବା ଲାଗି ନ୍ୟାୟପାଳିକାର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଥିବା ଆଇନଜୀବୀମାନେ ସିଜେଆଇଙ୍କୁ କହିଛନ୍ତି। ଅଦାଲତରେ ଏଭଳି ଅନେକ ପିଟିଶନ ବିଚାର ଅପେକ୍ଷାରେ ପଡ଼ି ରହିଥିବା ସେମାନେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri