Posted inଜାତୀୟ

ମୁସଲମାନଙ୍କ ଜୀବନ ବିପଦରେ

ନୂଆଦିଲ୍ଲୀ, ୨୭ା୧୨: ଦିଲ୍ଲୀ ଓ ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ଘୃଣିତ ବକ୍ତବ୍ୟକୁ ନେଇ ସୁପ୍ରମକୋର୍ଟର ୭୬ ଜଣ ଆଇନଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଧର୍ମ ସଂସଦରେ ଦିଆଯାଇଥିବା ଧମକ କେବଳ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିନାହିଁ ଏହା କୋଟି କୋଟି ମୁସଲମାନ ନାଗରିକଙ୍କ ଜୀବନ ପ୍ରତି ମଧ୍ୟ ଆତଙ୍କର କାରଣ ହୋଇଛି। ଘୃଣିତ ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କ ତାଲିକା ଦେଇ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ଏଭଳି ଧର୍ମ ସଂସଦ ବନ୍ଦ କରାଯିବା ଲାଗି ନ୍ୟାୟପାଳିକାର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି। ସିଜେଆଇଙ୍କୁ ଲେଖାଯାଇଥିବା ପତ୍ରରେ ଖ୍ୟାତନାମା ଆଇନଜୀବୀ ଦୁଷ୍ୟନ୍ତ ଡାଭେ, ପ୍ରଶାନ୍ତ ଭୂଷଣ, ବ୍ରିନ୍ଦା ଗ୍ରୋଭର, ସଲମାନ ଖୁର୍ସିଦ ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ ପ୍ରମୁଖ ସ୍ବାକ୍ଷର କରିଛନ୍ତି। ଦୁଇଟି ଧର୍ମ ସଂସଦରେ ଦିଆଯାଇଥିବା ବକ୍ତୃତା କେବଳ ଘୃଣିତ ମନ୍ତବ୍ୟ ନୁହେଁ, ବରଂ ଗୋଟିଏ ସମ୍ପ୍ରଦାୟର ଗଣହତ୍ୟା ଲାଗି ଖୋଲା ଆହ୍ବାନ ବୋଲି ସେମାନେ କହିଛନ୍ତି।
ଗଣହତ୍ୟା ଏବଂ ମୁସଲମାନଙ୍କ ବିରୋଧରେ ଅସ୍ତ୍ର ଧରିବା ଲାଗି ଦିଆଯାଇଥିବା ଖୋଲା ଆହ୍ବାନକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି। ହରିଦ୍ୱାର ଘଟଣାର ୪ ଦିନ ପରେ ପୋଲିସ ମାମଲା ରୁଜୁ କରିଥିଲା, ଯେଉଁଥିରେ ମାତ୍ର ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ପରେ ଧରମ ଦାସ ଓ ସାଧ୍ୱୀ ଅନ୍ନପୂର୍ଣ୍ଣାଙ୍କ ନଁା ସେଥିରେ ଯୋଡ଼ାଯାଇଛି। ସାଧ୍ୱୀ ଅନ୍ନପୂର୍ଣ୍ଣା (ପୂର୍ବରୁ ପୂଜା ଶକୁନ ପାଣ୍ଡେ ଭାବେ ପରିଚିତ) ଧର୍ମ ସଂସଦରେ କହିଥିଲେ, ଯଦି ତୁମେ ସେମାନଙ୍କୁ ଶେଷ କରିବାକୁ ଚାହୁଁଛ, ତେବେ ସେମାନଙ୍କୁ ମାରିଦିଅ। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷକୁ ହତ୍ୟା କରିବା ଲାଗି ଆମେ ୨୦୦ ସୈନ୍ୟ ଚାହୁଁ ବୋଲି ସେ କହୁଥିବା ଏକ ଭିଡିଓ ପ୍ରସାରିତ ହୋଇଛି। ଯେଉଁମାନେ ଏହି ଧର୍ମ ସଂସଦ ଆୟୋଜନ କରିଥିଲେ ଓ ଉତ୍ତେଜକ ବକ୍ତବ୍ୟ ଦେଇଥିଲେ, ସେମାନେ କୌଣସି ଭୁଲ୍‌ କରି ନ ଥିବା କହୁଛନ୍ତି। ସେ ଯାହା କହିଥିଲେ ସେଥିପାଇଁ ଲଜ୍ଜିତ ନୁହନ୍ତି ଏବଂ ପୋଲିସକୁ ଭୟ କରନ୍ତି ନାହିଁ ବୋଲି ହିନ୍ଦୁ ରକ୍ଷା ସେନାର ପ୍ରବୋଧାନନ୍ଦ ଗିରି କହିଛନ୍ତି। ଗିରିଙ୍କ ଅନେକ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବରିଷ୍ଠ ଭାଜପା ନେତାମାନଙ୍କ ସହ ଫଟୋରେ ଦେଖିବାକୁ ମିଳିଥାଏ। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ସେ କହିଛନ୍ତି, ‘ମ୍ୟାନ୍‌ମାର ଭଳି ଆମ ପୋଲିସ, ରାଜନେତା, ସୈନ୍ୟ ଓ ପ୍ରତ୍ୟେକ ହିନ୍ଦୁ ନିଶ୍ଚୟ ଅସ୍ତ୍ର ଉଠାଇ ଅଭିଯାନରେ ସାମିଲ ହେବେ। ଏହା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ’। ପୂର୍ବରୁ ଏଭଳି ଉତ୍ତେଜକ ମନ୍ତବ୍ୟ ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇପିସିର ଧାରା ୧୫୩, ୧୫୩ଏ, ୧୫୩ବି, ୨୯୫ଏ, ୫୦୪, ୫୦୬, ୧୨୦ବି, ୩୪ରେ କୌଣସି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଏଭଳି ଧର୍ମୀୟ ସମାବେଶ ରୋକିବା ଲାଗି ନ୍ୟାୟପାଳିକାର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଥିବା ଆଇନଜୀବୀମାନେ ସିଜେଆଇଙ୍କୁ କହିଛନ୍ତି। ଅଦାଲତରେ ଏଭଳି ଅନେକ ପିଟିଶନ ବିଚାର ଅପେକ୍ଷାରେ ପଡ଼ି ରହିଥିବା ସେମାନେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?