Posted inଜାତୀୟ

ବିବାହିତ ମହିଳାଙ୍କ ସହ ଲିଭଇନ୍‌ ବେଆଇନ

ଜୟପୁର,୧୭।୮ : ଜଣେ ପୁରୁଷଙ୍କ ସହ ଲିଭଇନ୍‌ରେ ଥିବା ବିବାହିତ ମହିଳାଙ୍କ ସମ୍ପର୍କକୁ ବେଆଇନ କହିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏଥି ସହିତ ଜଷ୍ଟିସ ସତିଶ କୁମାର ଶର୍ମା ଆବେଦନକାରୀଙ୍କ ପୋଲିସ ସୁରକ୍ଷା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀ ୩୦ ବର୍ଷୀୟା ବିବାହିତ ମହିଳା ଓ ତାଙ୍କ ୨୭ ବର୍ଷୀୟ ପୁରୁଷ ବନ୍ଧୁ ଆବେଦନରେ ସେମାନଙ୍କ ଜୀବନ ପ୍ରତି ବିପଦ ଦର୍ଶାଇଥିଲେ।

ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷ ରଖୁଥିବା ଓକିଲ ଦର୍ଶାଇଥିଲେ ଯେ, ଦୁଇ ଆବେଦନକାରୀ ସାବାଳକ ଅଟନ୍ତି। ଆଉ ସହମ୍ମତିରେ ଲିଭ୍‌ଇନ ରିଲେଶନଶିପ୍‌ରେ ଅଛନ୍ତି। ମହିଳା ଜଣଙ୍କ ଅନ୍ୟତ୍ର ବିବାହ କରିଛନ୍ତି। କିନ୍ତୁ ଅଲଗା ରହିବାକୁ ତାଙ୍କୁ ବାଧ୍ୟ କରାଯାଉଛି। କାରଣ ଶାଶୁଘରେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଛନ୍ତି ସ୍ବାମୀ। ଏବେ ମହିଳାଙ୍କ ସହ ଲିଭ ଇନ୍‌ରେ ଥିବା ବ୍ୟକ୍ତିଙ୍କୁ ଧମକ ମିଳୁଛି। ସେମାନଙ୍କ ଜୀବନ ବିପଦ ଅଛି। ଏଣୁ ଆବେଦନକାରୀଙ୍କୁ ପୋଲିସ ସୁରକ୍ଷା ଦିଆଯାଉ।

କିନ୍ତୁ ଦୁଇ ଆବେଦନକାରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଅବୈଧ, ସାମାଜ ବିରୋଧୀ ଓ ଏହା ଆଇନ ବିରୋଧରେ ବୋଲି ଦର୍ଶାଇଥିଲେ ମହିଳାଙ୍କ ସ୍ବାମୀ ଓ ତାଙ୍କ ପରିବାର ପକ୍ଷ ରଖୁଥିବା ଓକିଲ। ଉଭୟଙ୍କ ଯୁକ୍ତିଙ୍କୁ ଶୁଣିବା ପରେ ଜଷ୍ଟିସ ଶର୍ମା କହିଥିଲେ, ପ୍ରଥମ ଆବେଦନକାରୀ ଜଣେ ବିବାହିତା। ସେ ବିବାହ ବିଚ୍ଛେଦ କରି ନାହାନ୍ତି। ଏହାସତ୍ତ୍ୱେ ସେ ଦ୍ୱିତୀୟ ଆବେଦନକାରୀଙ୍କ ସହ ଲିଭଇନ୍‌ ରିଲେଶନଶିପ୍‌ରେ ରହୁଛନ୍ତି। ଏହି ପରିପେକ୍ଷୀରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବେଆଇନ। ଏଣୁ ଏମାନଙ୍କୁ ପୋଲିସ ସୁରକ୍ଷା ଦେବାର ଅର୍ଥ ଏଭଳି ଅନୈତିକ ସମ୍ପର୍କକୁ ଅନୁମତି ଦେଇଦେବା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ସରକାରଙ୍କ ବଡ଼ ଉପହାର, ୨୦ ପ୍ରତିଶତ ବଢିଲା DA, ଆଶା କର୍ମୀଙ୍କୁ ମିଳିବ ୨ହଜାର, ମହିଳାଙ୍କ ପାଇଁ ମାଗଣା ବସ ସେବା

କୋଲକାତା,୨୨।୬: ସୋମବାର, ପଶ୍ଚିମବଙ୍ଗ ସରକାର ଅନେକ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) 20 ପ୍ରତିଶତ ବୃଦ୍ଧି କରିବାକୁ…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri