Posted inଜାତୀୟ

ଭାଲେଣ୍ଟାଇନ୍ସ ଡେ’ରେ ଦିଲ୍ଲୀରେ ଲିଭ୍‌ ଇନ ପାର୍ଟନରଙ୍କୁ ହତ୍ୟା, ଢାବା ଫ୍ରିଜ୍‌ରୁ ମିଳିଲା ମୃତଦେହ…

ନୂଆଦିଲ୍ଲୀ,୧୪।୨ : ଦିଲ୍ଲୀରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପୁଣିଥରେ ରାଜଧାନୀରେ ଶ୍ରଦ୍ଧା ହତ୍ୟା ମାମଲା ପରି ଏକ ଘଟଣା ଘଟିଛି। ଏଠାରେ ପୋଲିସ ୍ଢାବାରୁ ଜଣେ ଯୁବତୀଙ୍କର ମୃତଦେହ ଜବତ କରିଛି। ମୃତଦେହକୁ ଏକ ଫ୍ରିଜରେ ରଖାଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତଦେହ ଉଦ୍ଧାର କରିଛି। ଏହି ଅଭାବନୀୟ ଘଟଣା ଦିଲ୍ଲୀର ବାବା ହରିଦାସ ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି।  ଏହି ମାମଲାରେ ସାହିଲ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଦ୍ୱାରକାର ଅତିରିକ୍ତ ଡେପୁଟି କମିଶନର ବିକ୍ରମ ସିଂ କହିଛନ୍ତି ଯେ ମଙ୍ଗଳବାର ସକାଳେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଏବଂ ତାଙ୍କ ମୃତଦେହ ଗାଁର ବାହାର ଅଞ୍ଚଳରେ ଥିବା ଏକ ଢାବାରେ ଲୁଚାଇ ରଖାଯାଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଏହି ମାମଲାରେ ଅଭିଯୁକ୍ତ ସାହିଲ ଗେହଲୋଟଙ୍କୁ ଗିରଫ କରାଯାଇଛି। ସେ ମିତ୍ରାଓ୍ବଁ ଗାଁର ବାସିନ୍ଦା୍‌। ଏହି ପ୍ରସଙ୍ଗରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ସାହିଲ ଫେବୃଆରୀ ୧୦ ରେ ବିବାହ କରିଥିଲେ। ଏହାକୁ ନେଇ ତାଙ୍କ ଲିଭ୍‌ ଇନ ପାର୍ଟନର ଆପତ୍ତି କରିଥିଲେ। ଦୁହେଁ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ହରିୟାଣାର ଝାଞ୍ଜରର ବାସିନ୍ଦା ଥିଲେ। ଯଦି ସାହିଲ ଅନ୍ୟ ଜଣେ କାହାକୁ ବିବାହ କରନ୍ତି ତେବେ ଯୁବତୀ ଜଣକ ତାଙ୍କ ବିରୋଧରେ ଆଇନଗତ ମାମଲା ଆଣିବେ ବୋଲି ଧମକ ଦେଉଥିଲେ।

ସୂଚନାଯୋଗ୍ୟ, ୨୦୨୨ ମେ ୧୮ରେ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଅଭିଯୋଗ ହୋଇଛି ଯେ ଆଫତାବ ନାମକ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ଶ୍ରଦ୍ଧାଙ୍କୁ ଗାଳିଗୁଲଜ କରି ମେହେରୋଲି ଅଞ୍ଚଳରେ ହତ୍ୟା କରିଥିଲେ। ତା’ପରେ ସେ ମୃତ ଦେହକୁ ଅନେକ ଖଣ୍ଡରେ କାଟିଥିଲେ। ଅଭିଯୁକ୍ତ ଶ୍ରଦ୍ଧାଙ୍କ ମୃତଦେହ ରଖିବା ପାଇଁ ଏକ ଫ୍ରିଜ କିଣିଥିଲେ। ସେ ମୃତ ଦେହର ଖଣ୍ଡଗୁଡ଼ିକୁ ଏଥିରେ ରଖିଥିଲେ। ସେ ପ୍ରତିଦିନ ରାତିରେ ଶ୍ରଦ୍ଧାଙ୍କ ମୃତଦେହର ଖଣ୍ଡଗୁଡ଼ିକୁ ମେହେରୋଲି ଜଙ୍ଗଲରେ ପକାଉଥିଲେ। ୨୦୨୨ ନଭେମ୍ବର ୧୨ ରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ନାର୍କୋ ଏବଂ ପଲିଗ୍ରାଫି ପରୀକ୍ଷାରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?