ଲଗାନ ଫେମ୍‌ ଜାଭେଦ ଖାନ୍‌ ଆମରୋହିଙ୍କ ପରଲୋକ…

ମୁମ୍ବାଇ,୧୪।୨ : ହିନ୍ଦୀ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ଜାଭେଦ ଖାନ୍ନ୍‌ ଆମରୋହିଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ, ଜାଭେଦ ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅଭିନୟ ଯାତ୍ରାରେ ଜାଭେଦ ଏହିପରି ଅନେକ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଚରିତ୍ରରେ ଅଭିନୟ କରିଥିଲେ, ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ।

ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ତାଙ୍କ ଅଭିନୟ କ୍ୟାରିୟରରେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ଜାଭେଦ ଆମିର ଖାନଙ୍କ ଫିଲ୍ମ ‘ଲଗାନ’ରେ ରାମ ସିଂଙ୍କ ଭୂମିକା ପାଇଁ ବିଶେଷ ମାନ୍ୟତା ପାଇଥିଲେ।

ଜାଭେଦ ପ୍ରାୟ ୫୦ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଥିଲେ। ଅନେକ ଚମତ୍କାର ଚରିତ୍ରରେ ଅଭିନୟ ମାଧ୍ୟମରେ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ।

ଜାଭେଦ ଅନ୍ଦାଜ ଆପନା ଆପନା ଏବଂ ଚକ ଦେ ଇଣ୍ଡିଆରେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ। ମିଡିଆ ଆର୍ଟ ଇନଷ୍ଟିଚ୍ୟୁଟରେ ଅଭିନୟ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ। ମୁମ୍ବାଇରେ ଜନ୍ମିତ ଜାଭେଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ସହ ଲଗାନରେ କାମ କରିଥିବା ଅଭିନେତା ଅଖିଳେନ୍ଦ୍ର ମିଶ୍ର ଜାଭେଦଙ୍କ ଫଟୋ ନିଜ ଫେସବୁକ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ବିନମ୍ର ଶ୍ରଦ୍ଧାଞ୍ଜଳି ଜାଭେଦ ଖାନ ସାହେବ।

ଜାଭେଦ୧୯୭୩ ମସିହାରେ ଫିଲ୍ମ ଜଲତେ ବଦନରେ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ତାଙ୍କର ଚମତ୍କାର ଅଭିନୟ ସହିତ ସେ ଏପରି ଅନେକ ଚରିତ୍ରରେ ଅଭିନୟ କରିଥିଲେ ଯାହା ସ୍ମରଣୀୟ ହୋଇ ସବୁ ଦିନ ପାଇଁ ଅଭିନୟ ଦୁନିଆରେ ରହି ଯାଇଛି। ତାଙ୍କର ଅଭିନୟ ଦକ୍ଷତା ନୁରୀ, ପସନ୍ଦ ଆପନି ଆପନି, ବଜାର, ରଙ୍ଗ ବିରଙ୍ଗୀ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ର ବ୍ୟତୀତ ଜାଭେଦ ବହୁ ଜଣାଶୁଣା ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ। ସେଥିମଧ୍ୟରୁ ସିରିଏଲ ର୍ମିଜା ଘାଲିବ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri