ନିଖୋଜର ୨ ବର୍ଷ ପରେ ଗୁପ୍ତ କୋଠରିରୁ ଶିଶୁ ଉଦ୍ଧାର

ନ୍ୟୁୟର୍କ, ୧୮ା୨: ନ୍ୟୁୟର୍କରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ସାମ୍‌ନାକୁ ଆସିଛି। ୨ ବର୍ଷ ହେଲା ଜଣେ ୬ ବର୍ଷର ଶିଶୁ କନ୍ୟା ନିଖୋଜ ଥିବାବେଳେ ପୋଲିସ ସୋମବାର ରାତିରେ ତାଙ୍କୁ ନ୍ୟୁୟର୍କର ହୁଡ୍‌ସନ୍‌ ଭ୍ୟାଲିରେ ଏକ ଗୁପ୍ତ କୋଠରିରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। କାୟୁଗା ହାଇଟ୍‌ସର ପୂର୍ବରେ ପ୍ରାୟ ୨୧୦ କି.ମି. ଦୂରରେ ଥିବା ଏକ ଶିଡ଼ି ଘର ତଳେ ଛୋଟ, ଅନ୍ଧାରିଆ ତଥା ଥଣ୍ଡା ଘରେ ଶିଶୁକନ୍ୟା ଜଣକୁ ତାଲା ପକାଇ ରଖାଯାଇଥିଲା। ପୈସ୍‌ଲି ଶୁଲ୍‌ଟିସ୍‌ ୨୦୧୯ ଜୁଲାଇରେ ସମାନ ସ୍ଥାନରୁ ନିଖୋଜ ହୋଇଥିଲେ। ପୈସଲିଙ୍କ ଜନ୍ମକଲା ମା’ବାପା ତାଙ୍କ ହେପାଜତ ହରାଇବା ପରେ ସେମାନେ ହିଁ ତାଙ୍କୁ ଅପହରଣ କରିଥିବା ପୋଲିସ ସନ୍ଦେହ କରିଥିଲା। ଏବେ ଶିଶୁଙ୍କୁ ତାଙ୍କ ଆଇନଗତ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ପୈସଲିଙ୍କ ଜନ୍ମକଲା ମା’ ବାପା ଏବଂ ଜେଜେଙ୍କ ନାଁରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଦୁର୍ବଳ ହେଉଛି କରୋନା: ୨୪ ଘଣ୍ଟାରେ ଘଟିନି କୌଣସି ସଂକ୍ରମଣ

ବେଜିଂ, ୧୯।୩: କରୋନା ସଂକ୍ରମଣ ଚାଇନାରେ ଏବେ ଦୁର୍ବଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କୌଣସି ନୂଆ ସଂକ୍ରମଣ ଘଟଣା ଘଟି...

ଚାଇନା ଗସ୍ତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସ୍‌ଲାମାବାଦ,୨୯।୩: ଅଫଗାନିସ୍ତାନ ଉପରେ ଅୟୋଜିତ ହେଉଥିବା ଏକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରୈଶି ମଙ୍ଗଳବାର ଚାଇନା ଅଭିମୁଖେ ଯାତ୍ରା...

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା...

ସ୍ପାଏଓ୍ବେର ବ୍ଲକ୍‌ କଲା ଏନ୍‌ଏସ୍‌ଓ

ଓ୍ବାଶିଂଟନ, ୧।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ବିବାଦକୁ ନେଇ ଭାରତ ସମେତ ବିଭିନ୍ନ ଦେଶରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଇସ୍ରାଏଲ୍‌...

୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା

ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ...

ଚନ୍ଦ୍ରରେ ମଣିଷଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ ସୁପର୍‌ କମ୍ପ୍ୟୁଟର

ସନଫ୍ରାନ୍‌ସିସ୍କୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଓ ହ୍ୟୁଲେଟ ପାକାର୍ଡ ଏଣ୍ଟରପ୍ରାଇଜ୍‌(ଏଚ୍‌ପିଇ) ସହଭାଗିତାରେ ନିର୍ମାଣ କରାଯାଇଥିବା ଏକ ନୂଆ ସୁପର୍‌ କମ୍ପ୍ୟୁଟର ନାସାର ଅନ୍ତରୀକ୍ଷ ଅଭିଯାନରେ...

ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ହଟାଇଲେ ମେଲାନିଆ

ୱାଶିଂଟନ,୧୩ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନ କ୍ଷମତା ହଟାଇବା ପରେ ଏବେ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ କୁଆଡେ...

ବିବାହ ପ୍ରତି ଚାଇନା ଯୁବବର୍ଗଙ୍କ ମୋହଭଙ୍ଗ…

ବେଜିଂ, ୩।୪ : ଚାଇନାରେ ଏବେ ବିବାହ କରିବାକୁ ଯୁବବର୍ଗ ଅମଙ୍ଗ ହେବାରେ ଲାଗିଛନ୍ତି। ବିବାହ ପ୍ରତି ସେମାନଙ୍କର ମୋହ ଭଙ୍ଗ ହୋଇଛି। ଫଳରେ ବାର୍ଷିକ...

Advertisement
Archives

Model This Week