ଶକ୍ତିର ଅନନ୍ୟ ଉତ୍ସ ଲିଥିୟମ୍‌

ଡ. ଚିତ୍ତରଞ୍ଜନ ମିଶ୍ର

ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ) ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରର ରିଆସି ଜିଲାର ସାଲାଲ୍‌-ହାଇମାନା କ୍ଷେତ୍ରରେ ୫.୯ ନିୟୁତ ଟନ୍‌ର ଆନୁମାନିକ ଲିଥିୟମ୍‌ ଭଣ୍ଡାର ଆବିଷ୍କାର କରିଛି। ଲିଥିୟମ୍‌ ଧାତୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ପଦ। ଏହାକୁ କିନ୍ତୁ ‘ଷ୍ଟ୍ରାଟେଜିକ୍‌ ମେଟାଲ୍‌’ ବୋଲି ଅଭିହିତ କରାଯାଇଥାଏ। ଏହାର ଆବିଷ୍କାର ଶକ୍ତି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ସାବ୍ୟସ୍ତ ହେବା ସହ ଲିଥିୟମ୍‌ ଚାହିଦାକୁ ଏହା ବହୁ ପରିମାଣରେ ମେଣ୍ଟାଇ ପାରିବ ଏବଂ ଦେଶରେ ‘ଲିଥିୟମ୍‌ ଯୁଗ’ର ଶୁଭାରମ୍ଭ କରିବ। ଇଲେକ୍ଟ୍ରିକ୍‌ ଭେହିକିଲ୍‌ (ଇ.ଭି.) ବା ବିଦ୍ୟୁତ୍‌ଚାଳିତ ଗାଡ଼ିରେ ବ୍ୟବହୃତ ଲିଥିୟମ୍‌-ଆୟନ୍‌ ବ୍ୟାଟେରିରେ ଏହା ଏକ ପ୍ରମୁଖ ଅଂଶ। ଏତଦ୍‌ବ୍ୟତୀତ, ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ରେ ବାରମ୍ବାର ଚାର୍ଜ କରାଯାଉଥିବା ଲିଥିୟମ୍‌-ଆୟନ୍‌ ବ୍ୟାଟେରିରେ ମଧ୍ୟ ଲିଥିୟମ୍‌ ରହିଥାଏ। ଏହି ଆବିଷ୍କାର ପରେ ଭାରତ ସମଗ୍ର ବିଶ୍ୱରେ ୭ମ ସର୍ବବୃହତ୍‌ ଲିଥିୟମ୍‌ ସମ୍ପଦ ଥିବା ରାଷ୍ଟ୍ର ହୋଇପାରିଛି।
ଲିଥିୟମ୍‌ ପାଇଁ ଭାରତ ସମ୍ପ୍ରତି ଆମେରିକା, ଅଷ୍ଟ୍ରେଲିଆ, ଚିଲି, ଚାଇନା, ଆର୍ଜେଣ୍ଟିନା ଏବଂ ବଲ୍‌ଭିଆ ଉପରେ ବହୁଳ ଭାବେ ନିର୍ଭର କରିଥାଏ। ରୁଷ୍‌ ଓ ୟୁକ୍ରେନ୍‌ର ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଲିଥିୟମ୍‌ର ଯୋଗାଣକୁ ପ୍ରଭାବିତ କରିଛି । ସମଗ୍ର ବିଶ୍ୱରେ ଥିବା ମୋଟ୍‌ ୯୮ ନିୟୁତ ଟନ୍‌ର ଲିଥିୟମ୍‌ ସମ୍ପଦ (ରିସୋର୍ସ)ରୁ ୨୪ ନିୟୁତ ଟନ୍‌ ‘ରିଜର୍ଭ’ ଭାବେ ପରିଗଣିତ ହୋଇଥାଏ। ଏହି ୨୪ ନିୟୁତ ଟନ୍‌ ବ୍ୟବହାରଯୋଗ୍ୟ ଲିଥିୟମ୍‌ ହୋଇଥାଏ।
ପାୱାର ଏବଂ ଟ୍ରାନ୍ସପୋର୍ଟ ସେକ୍ଟରରେ ଲିଥିୟମ୍‌-ଆୟନ୍‌ ବ୍ୟାଟେରିର ଚାହିଦା ଦ୍ରୁତ ଗତିରେ ବଢ଼ି ଚାଲିଛି। ସମଗ୍ର ବିଶ୍ୱରେ ୯୮ ନିୟୁତ ଟନ୍‌ର ଲିଥିୟମ୍‌ ରିସୋର୍ସ ରହିଥିଲା ବେଳେ ଭାରତରେ ତାହାର ୫.୫% ଉପଲବ୍ଧ। ଶକ୍ତି, ପରିବେଶ ଓ ଜଳ ପରିଷଦର ବରିଷ୍ଠ କାର୍ଯ୍ୟକ୍ରମ ମୁଖ୍ୟ ରିଷଭ ଜୈନଙ୍କ ମତରେ ଯଦି ଏହି ରିସୋର୍ସର କିଛି ପରିମାଣ ରିଜର୍ଭକୁ ପରିବର୍ତ୍ତିତ କରାଯାଇପାରେ, ତେବେ ତାହା ଭାରତର ଚାହିଦାକୁ ମେଣ୍ଟାଇ ବିଦେଶକୁ ମଧ୍ୟ ରପ୍ତାନି କରାଯାଇପାରିବ।
ଇତ୍ୟବସରରେ କେନ୍ଦ୍ର ସରକାର ୨୦୨୨ ଜୁଲାଇ ୨୯ରେ ଉପତ୍ାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ)କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ନାଁ ରଖାଯାଇଛି ‘ନ୍ୟାଶନାଲ ପ୍ରୋଗ୍ରାମ୍‌ ଅନ୍‌ ଆଡ୍‌ଭାନ୍ସଡ୍‌ କେମେଷ୍ଟ୍ରି ସେଲ୍‌ (ଏସିସି) ବ୍ୟାଟେରି ଷ୍ଟୋରେଜ’। ଏହି ପ୍ରୋଗ୍ରାମ୍‌ ଆନୁକୂଲ୍ୟରେ ୫୦ ଗିଗା ୱାଟ୍‌ ପାୱାର ଏସିସିର ଉପତ୍ାଦନ କ୍ଷମତାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯାହାକି ଭାରତବର୍ଷର ମ୍ୟାନୁଫାକ୍ଚରିଂ ଦକ୍ଷତାରେ ଅଭିବୃଦ୍ଧି ଘଟାଇବ। ଏଥିପାଇଁ ୧୮,୧୦୦ କୋଟିର ଅର୍ଥରାଶି ବ୍ୟୟ ବରାଦ କରାଯାଇଛି। ଏହା ଦେଶରେ ବ୍ୟାଟେରି ସେଲ୍‌ର ଉପତ୍ାଦନକୁ ପ୍ରୋତ୍ସାହିତ କରିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମନୋନୀତ ଏସିସି ବ୍ୟାଟେରି ଷ୍ଟୋରେଜ୍‌ ମ୍ୟାନୁଫାକ୍ଚର୍ସମାନେ ୨ ବର୍ଷ ମଧ୍ୟରେ ଭାରତରେ ଉପତ୍ାଦନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଏଥିପାଇଁ ଚାରୋଟି କମ୍ପାନୀ ଯଥା- ରିଲାଏନ୍ସ ନିୟୁଏନର୍ଜି ସୋଲାର୍‌ (୫ ଜିଡବ୍ଲ୍ୟୁଏଚ୍‌), ଓଲା ଇଲେକ୍ଟ୍ରିକ୍‌ ମୋବିଲିଟି (୨୦ ଜିଡବ୍ଲ୍ୟୁଏଚ୍‌), ହୁଣ୍ଡାଇ ଗ୍ଲୋବାଲ୍‌ ମୋଟର୍ସ (୨୦ ଜିଡବ୍ଲ୍ୟୁଏଚ୍‌) ଏବଂ ରାଜେଶ ଏକ୍ସପୋର୍ଟ୍‌ସ (୫ ଜିଡବ୍ଲ୍ୟୁଏଚ୍‌) ମନୋନୀତ ହୋଇଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଭାରୀଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ। ଭାରତ ସରକାରଙ୍କ ଏହି ପିଏଲ୍‌ଆଇ କାର୍ଯ୍ୟକ୍ରମ ଉପରେ ମତବ୍ୟକ୍ତ କରି ରିଷଭ ଜୈନ କୁହନ୍ତି ଯେ, ଦେଶରେ ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ଏବଂ କଞ୍ଚାମାଲ୍‌ର ପ୍ରକ୍ରିୟାକରଣର ବିକାଶ କ୍ଷେତ୍ରରେ ଦକ୍ଷତାର ଅଭିବୃଦ୍ଧି ଅପରିହାର୍ଯ୍ୟ, ଯାହାକି ଆମତ୍ନିର୍ଭର ଭାରତର ସର୍ଜନାରେ ସହାୟକ ହେବ।
ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ତଥ୍ୟାନୁଯାୟୀ ବଲ୍‌ଭିଆରେ ବିଶ୍ୱର ସର୍ବାଧିକ ୨୧ ନିୟୁତ ଟନ୍‌ର ନିର୍ଦ୍ଧାରିତ ଲିଥିୟମ୍‌ ଭଣ୍ଡାର (ରିସୋର୍ସ) ରହିଅଛି। ତା’ ପଛକୁ ଆର୍ଜେଣ୍ଟିନାରେ ୨୦ ନିୟୁତ ଟନ୍‌, ଆମେରିକାରେ ୧୨ ନିୟୁତ ଟନ୍‌, ଚିଲିରେ ୧୧ ନିୟୁତ ଟନ୍‌, ଅଷ୍ଟ୍ରେଲିଆରେ ୭.୯ ନିୟୁତ ଟନ୍‌, ଚାଇନାରେ ୬.୮ ନିୟୁତ ଟନ୍‌ ଏବଂ ଭାରତରେ ୫.୯ ନିୟୁତ ଟନ୍‌ (ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଆବିଷ୍କୃତ) ଏବଂ ୩.୨ ନିୟୁତ ଟନ୍‌ ଜର୍ମାନୀରେ ରହିଛି।
ଇଲେକ୍ଟ୍ରିକ୍‌ ଭେହିକିଲ୍‌ରେ ବ୍ୟବହାର ଛଡ଼ା ସୋଲାର୍‌ ପ୍ୟାନେଲ୍‌ ଓ ପବନ ଶକ୍ତିର ଉପତ୍ାଦନ କ୍ଷେତ୍ରରେ ଲିଥିୟମ୍‌ ବ୍ୟବହୃତ ହୋଇଥାଏ। ୨୦୭୦ ସୁଦ୍ଧା ଭାରତ ନିମ୍ନ ଅଙ୍ଗାରକ ଅଭିବୃଦ୍ଧି ପଥ ଅନୁସରଣ କରିବାକୁ ବିଶ୍ୱ ସମୁଦାୟକୁ ଦେଇଥିବା ନିର୍ଭର ପ୍ରତିଶ୍ରୁତିକୁ ପୂରଣ କରିବାରେ ଲିଥିୟମ୍‌ ଅତ୍ୟନ୍ତ ସହାୟକ ହେବ। ଏହାଦ୍ୱାରା ‘ନେଟ୍‌ ଜିରୋ’ ଅଙ୍ଗାରକ ଉତ୍ସର୍ଜନ ସ୍ତର ହାସଲ କରିବା ଭାରତ ପାଇଁ ସହଜସାଧ୍ୟ ହୋଇପାରିବ। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଲିଥିୟମ୍‌ ଆବିଷ୍କାର ଫେବୃୟାରୀ ୯ ଦିନ ହୋଇଥିବା ସେଣ୍ଟ୍ରାଲ୍‌ ଜିଓଲୋଜିକାଲ୍‌ ପ୍ରୋଗ୍ରାମିଂ ବୋର୍ଡ଼ର ୬୨ତମ ମିଟିଂରେ ଘୋଷଣା କରାଯାଇଥିଲା। ରିଆସି ଜିଲାର ଜିଲା ଖଣିଜ ସମ୍ପଦ ଅଧିକାରୀ ରଫିକ୍‌ ଅହମ୍ମଦ କୁହନ୍ତି ଯେ, ରିଆସି ଜିଲାର ଖଣିଜ ସମ୍ପଦର ପରୀକ୍ଷାନିରୀକ୍ଷା ସମୟରେ ବକ୍ସାଇଟ୍‌ ସଂଯୁକ୍ତ ରୂପରେ ଉପଲବ୍ଧ ହୋଇଥିଲା ଏବଂ ଏହାର ପ୍ରକ୍ରିୟାକରଣ ସମୟରେ ଲିଥିୟମ୍‌ ଆବିଷ୍କୃତ ହୋଇଥିଲା।
ପୂର୍ବରୁ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ କହିଥିଲା ଯେ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପାଇଁ ଦେଶରେ କ୍ରିଟିକାଲ୍‌ ମିନେରାଲ୍‌ ସପ୍ଲାଇ-ଚେନ୍‌କୁ ଦୃଢ଼ୀଭୂତ କରିବାକୁ ସରକାର ଖଣିଜ ସମ୍ପଦର ସୁରକ୍ଷା କ୍ଷେତ୍ରରେ ନାନାବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନାର ଲିଥିୟମ୍‌ ଖଣିଜ ସମ୍ପଦକୁ ସୁରକ୍ଷିତ କରି ରଖିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି।
ଇଣ୍ଟରନ୍ୟାଶନାଲ୍‌ ଲିଥିୟମ୍‌ ଆସୋସିଏଶନ୍‌ ଅନୁଯାୟୀ ୨୦୨୧ରୁ ୨୦୪୦ ମଧ୍ୟରେ ବିଶ୍ୱରେ ଲିଥିୟମ୍‌ ଧାତୁର ଚାହିଦା ୬ ଗୁଣ ବଢ଼ିଯିବ। ଏହାର ମୁଖ୍ୟ କାରଣ ହେବ ଇଲେକ୍ଟ୍ରିକ୍‌ ଭେହିକିଲ୍‌ ଏବଂ ଅଣପାରମ୍ପରିକ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ଆଗ୍ରହ। ଜମ୍ମୁ-କଶ୍ମୀରରେ ଲିଥିୟମ୍‌ ଧାତୁ ଆବିଷ୍କାର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ, ଯାହାକି ଭାରତବର୍ଷର ପ୍ରଥମ ପ୍ରମୁଖ ଆବିଷ୍କାରର ସ୍ବୀକୃତିଲାଭ କରିଛି। ଏହାଛଡ଼ା ୧୬୦୦ ଟନ୍‌ର ଅନ୍ୟ ଏକ କ୍ଷୁଦ୍ର ଭଣ୍ଡାର ୨ ବର୍ଷ ପୂର୍ବେ କର୍ନାଟକରେ ଆବିଷ୍କୃତ ହୋଇଥିଲା। ଦେଶରେ ବ୍ୟବହୃତ ହେଉଥିବା ମୋଟ୍‌ ଲିଥିୟମ୍‌ ବ୍ୟବହାରର ୮୦% ବିଦେଶରୁ ଆମଦାନୀ ହୋଇଥାଏ । ଚିଲି, ଆର୍ଜେଣ୍ଟିନା ଓ ବଲ୍‌ଭିଆରେ ବିଶ୍ୱର ପ୍ରାୟ ୭୫% ଲିଥିୟମ୍‌ ଗଚ୍ଛିତ ଅଛି, ଯାହାକୁ କି ‘ଲିଥିୟମ୍‌ ତ୍ରିଭୁଜ’ ବୋଲି ଆଖ୍ୟାୟିିତ କରାଯାଇଛି।
ଜମ୍ମୁ ଓ କଶ୍ମୀର ମଧ୍ୟରେ ଥିବା ହିମାଳୟ କ୍ଷେତ୍ର ଏକ ଇକୋ-ସେନ୍‌ସିଟିଭ ବା ପର୍ଯ୍ୟାବରଣ ପ୍ରତି ସମ୍ବେଦନଶୀଳ କ୍ଷେତ୍ର । ଏଠାରେ ଖଣିଜ ପଦାର୍ଥର ଉତ୍ତୋଳନ ଜୈବ ବିବିଧତା ପ୍ରତି ଏକ ଆହ୍ବାନ ହେବା ଆଶଙ୍କା ରହିଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦେଶର ଇକୋ-ସେନ୍‌ସିଟିଭ ଅଞ୍ଚଳକୁ ନାମାଙ୍କିତ କରିଛନ୍ତି। ଏ ସମସ୍ତ ଅଞ୍ଚଳ ଓ ଆଖପାଖର ଜାତୀୟ ଉଦ୍ୟାନ ମଧ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବର୍ଜିତ ବା ପ୍ରତିବନ୍ଧିତ ଅଞ୍ଚଳ । ଏହିସବୁ ଅଞ୍ଚଳର ସୁରକ୍ଷା ପ୍ରତି ଧ୍ୟାନ ଦେବା ମଧ୍ୟ ସରକାରଙ୍କ ସର୍ବାଦୌ କାମ୍ୟ ହେବ।
ଯୁଗ୍ମ ମ୍ୟାନେଜିଂ ଟ୍ରଷ୍ଟି, କଳିଙ୍ଗ ଫାଉଣ୍ଡେଶନ ଟ୍ରଷ୍ଟ
କଳିଙ୍ଗ ଭବନ, ଭୁବନେଶ୍ୱର
ମୋ: ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?