Posted inଜାତୀୟ

ପାଠ ପଢ଼ିଥିବା ମହିଳାଙ୍କୁ ଚାକିରି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୬ : ଏକ ଛାଡପତ୍ର ମାମଲାରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ମହିଳା ପାଠପଢ଼ି ଶିକ୍ଷିତ ହୁଅନ୍ତି, ତେବେ ତାଙ୍କୁ ଚାକିରତ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏହି ମାମଲାରେ ହାଇକୋର୍ଟରେ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ସ୍ତ୍ରୀଙ୍କୁ ଭରଣ ପୋଷଣ ପ୍ରଦାନ କରିବାକୁ ନିମ୍ନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟର ବିଚାରପତି ଭାରତୀ ଡାଙ୍ଗରେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପୁଣେର ପରିବାର କୋର୍ଟ ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ,ଜଣେ ମହିଳାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ଚାକିରି କରିବେ କିମ୍ବା ଘରେ ରହିବେ ତାହା ଚୟନ କରିବାର ଅଧିକାର ତାଙ୍କର ଅଛି। ତାଙ୍କୁ ଚାକିରି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ସେ କହିଛନ୍ତି, ଆମ ସମାଜ ଏପର୍ଯ୍ୟନ୍ତ ଗ୍ରହଣ କରି ନାହିଁ ଯେ ଜଣେ ଗୃହିଣୀ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସହଯୋଗ କରିବା ଉଚିତ୍‌।

ମହିଳା ତାଙ୍କ ବୁଦ୍ଧି ବିବେକ ଅନୁଯାୟୀ ସେ ଚାକିରି କରିବା ନିଷ୍ପତ୍ତି ନେବାର ଅଧିକାର ରହିଛି। ସେ ସ୍ନାତକ ହୋଇଥିବାରୁ ତାଙ୍କୁ ଚାକିରି କରିବାକୁ କେବେ ମଧ୍ୟ ବାଧ୍ୟ କରାଯାଇପାରିବ ନାହିଁ। ସ୍ନାତକ ହେବାର ଅର୍ଥ ନୁହେଁ ଯେ ସେ ଘରେ ବସି ପାରିବେ ନାହିଁ ଏବଂ ତାଙ୍କ ପାଇଁ ଚାକିରି ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ନିଜର ଉଦାହରଣ ଦେଇ ବିଚାରପତି କହିଛନ୍ତି, ଆଜି ମୁଁ ଏହି କୋର୍ଟର ବିଚାରପତି। ମନେକର ମୁଁ ଆସନ୍ତାକାଲି ଘରେ ବସିବି, ତା’ହେଲେ ତୁମେ କହିବ ଯେ ମୁଁ ବିଚାରପତି ହେବାକୁ ଯୋଗ୍ୟ, ତେଣୁ ମୁଁ ଘରେ ବସି ପାରିବି ନାହିଁ? ଏହି ମାମଲାରେ ସ୍ବାମୀଙ୍କ ଆଇନଜୀବୀ ହାଇକୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପରିବାର କୋର୍ଟ ଭୁଲ ନିର୍ଦ୍ଦେଶ ଦେଇଛନ୍ତି।

ସ୍ତ୍ରୀ ଜଣକ ସ୍ନାତକ ଏବଂ ବଞ୍ଚିବା ପାଇଁ ଏକ ଚାକିରି ନେବାକୁ ସକ୍ଷମ ବୋଲି ଆଇନଜୀବୀ କହିଥିଲେ। ସ୍ତ୍ରୀଙ୍କୁ ମାସିକ ୫ ହଜାର ଟଙ୍କା ଏବଂ ୧୩ ବର୍ଷର ଝିଅଙ୍କର ରକ୍ଷଣାବେକ୍ଷଣ ପାଇଁ ୭୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିବା ପୁଣେ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ପହଞ୍ଚିଛନ୍ତି। ଆସନ୍ତା ସପ୍ତାହରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri