କୁହାବୋଲା ସାହିତ୍ୟ

ଧ୍ରୁବ ଚରଣ ଘିବେଲା

ସମୟ ସୁଅରେ ସବୁ କିଛି ବଦଳିଲା ଭଳି ସାହିତ୍ୟର ଗତି, ପ୍ରକୃତି, ଧାରା ବି ତହିଁରୁ ବାଦ୍‌ ପଡ଼ିଯାଇ ନାହିଁ ।
ସାହିତ୍ୟର ଧାରା ବଦଳି ଯାଉଥିବାର ଖାସ୍‌ ଅନୁଭବ ହେଉଛି। ଆଜିର ଦିନରେ ଅନେକାନେକ ତ ସାହିତ୍ୟ ଲେଖୁଛନ୍ତି। ଏହା ଭଲ କଥା ନିଶ୍ଚୟ। ହେଲେ ଏବେ କୁହାବୋଲା କରି ଲେଖା ଛପାଇବାଠୁ ଆରମ୍ଭକରି ପୁରସ୍କାର ସଂଗ୍ରହ ପର୍ଯ୍ୟନ୍ତ ନୂଆ ନୂଆ ତରିକା ଆପଣାଉଛନ୍ତି ସାହିତ୍ୟ କ୍ଷେତ୍ରକୁ ପ୍ରବେଶ କରୁଥିବା ଚାଲାକ୍‌ ଚତୁରମାନେ। ଏହା ବିଶେଷକରି ପରିଲକ୍ଷିତ ହୁଏ ସହଯୋଗ ଭିତ୍ତିରେ ଲେଖା ଛପାଇବା କାର୍ଯ୍ୟଧାରାରେ। ପୁଣି ପୁରସ୍କାର ପାଇଁ ସେମିତି ସହଯୋଗ ରାଶି ଦିଆଗଲେ କେଉଁଠୁ କେଉଁଠୁ ପୁରସ୍କାର ହାତେଇ ହୁଏ। ସ୍ବାଭିମାନୀ ଯାହା ସେଇ ଦୁଇ କାର୍ଯ୍ୟରୁ ବିରତ ରହିଥାନ୍ତି। ନିଜକୁ ଦୂରେଇ ରଖନ୍ତି। ସହଯୋଗ ରାଶି ଦେଇ ଲେଖା ଛପାଇବା ଓ ପୁରସ୍କାର ପାଇବା ଆଦୌ ଠିକ୍‌ କଥା ନୁହେଁ। କିନ୍ତୁ ଏ ଧାରାରେ ଅନେକାନେକ ରହୁଥିବାର ମନେ ହୁଅନ୍ତି ।
ସହଯୋଗ ରାଶି ଦେଇ ମଞ୍ଚ ଚଢ଼ିବାର ସୁଯୋଗ ସୃଷ୍ଟି ମଧ୍ୟ କରାଯାଏ। ମୁଖ୍ୟ ଅତିଥି ପାଇଁ ଡୋନେଶନ୍‌ ସବୁଠୁ ଚଢ଼ା ରହିଥାଏ। ମଞ୍ଚ ଚଢ଼ିବା ପଛର ପ୍ରଚ୍ଛନ୍ନ ଆକାଂକ୍ଷା ଥାଏ ମଞ୍ଚ ଉପରୁ ନିଜକୁ ବିଜ୍ଞପିତ କରିବା। ପୁଣି ସାହିତ୍ୟରେ ସମ୍ମାନ ନିଆରା, ଏଇ ଭାବନା ରଖି ବୋଧେ ଅନେକାନେକ ଆଜିର ଦିନରେ ସାହିତ୍ୟ ମଞ୍ଚମୁହଁା ରହିବାକୁ ମନସ୍ଥ କରୁଛନ୍ତି। ଅନ୍ୟ ମଞ୍ଚ ଅପେକ୍ଷା ସାହିତ୍ୟ ମଞ୍ଚ ଚଢ଼ିବାରେ ବିଶେଷ ଅସୁବିଧା ରହି ନ ଥାଏ କେବଳ ଦେବା ଦକ୍ଷତା ଥିଲେ। ଯେଉଁମାନଙ୍କର ଦେବା ଦକ୍ଷତା ଥାଏ, ସେମାନେ ରାଜ୍ୟଟା ଯାକ ଜିଲାରୁ ଜିଲା ଘୂରିବୁଲନ୍ତି ସାହିତ୍ୟ ମଞ୍ଚ ଚଢ଼ିବା ପାଇଁ ଏବଂ ସାହିତ୍ୟ ମଞ୍ଚ ଚଢ଼ି ସାହିତି୍ୟକ ମଧ୍ୟ ବୋଲାଇ ହୁଅନ୍ତି। ଖାସ୍‌ ସାହିତ୍ୟ ମଞ୍ଚ ଚଢ଼ିବା ଅଭ୍ୟାସ ଜାରି ରଖି ସାମାନ୍ୟ ସାହିତ୍ୟ ରୁଚିରୁ ବିରାଟ ସାହିତି୍ୟକ ବୋଲାଇବାର ସୌଭାଗ୍ୟ ସାଉଁଟିଥାନ୍ତି। ନିଜେ ଯେଉଁଠି ଯେଉଁଠି ସାହିତ୍ୟ ମଞ୍ଚ ଚଢ଼ିଥାନ୍ତି, ନିଜ ସ୍ଥାନରେ ସାହିତ୍ୟ ସଭା କରାଇ ବିଭିନ୍ନ ସ୍ଥାନର ଲେଖକଙ୍କୁ ନିଜ ମଞ୍ଚରେ ବସାଇବାର ସୁଯୋଗ ଦିଅନ୍ତି। ”ମୋତେ ଡାକ, ତୁମକୁ ଡକାଯିବ“ ଧାରା ଚାଲିଛି ଆଜି ଆମ ରାଜ୍ୟର କିଛି ଅନୁଷ୍ଠାନ ଭିତରେ।
ଅଳ୍ପ ଦିନରେ ପ୍ରତିଷ୍ଠିତ ହେବା ଚିନ୍ତାଧାରା ପ୍ରତିଷ୍ଠାକାଙ୍ଗାଳଙ୍କୁ ବାଟବଣା କରିଥାଏ। ଭୁଲ୍‌ ବାଟର ବାଟୋଇ କରାଏ। ”ତୁ ତ ମୂତୁରୀ, ମଁୁ ତ ମୂତୁରୀ“ ନ୍ୟାୟରେ ଭୁଲ ଟ୍ରାକ୍‌ରେ ଯାଇ ଭଲ ଟ୍ରାକ୍‌ ଧରିଥିବାର ଦୁର୍ବଳ ବିଚାର ରଖନ୍ତି। ଅଥଚ ସବଳ ମନେ କରନ୍ତି। ସବଳ ଥିବାର ଜଣେଇ ହୁଅନ୍ତି। କୁହାବୋଲାରେ ସାହିତ୍ୟ ମଞ୍ଚ ଚଢ଼ିବା ଭଳି କୁହାବୋଲା ସାହିତ୍ୟ ଚାଷରେ ମାତିଥାନ୍ତି ”ମନ୍ଦ କବି ଯଶ ପ୍ରାର୍ଥୀମାନେ“। ଦେଇ ଲେଖା ଛପାନ୍ତି। ସହଯୋଗ କଥା ଉଠିଥାଏ ଏଠି ସେଠି ପ୍ରକାଶ ପାଉଥିବା ଅଦିନିଆ ସାହିତ୍ୟ ପତ୍ରିକା ଛପାଇବା ପାଇଁ। ଅନ୍ୟପକ୍ଷରେ ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥା ”ନିଏ ନାହିଁ ଅଥଚ ଦେଇଥାଏ“ ଆର୍ଥିକ ପ୍ରୋତ୍ସାହନ ରାଶି ତା’ ଲେଖକଙ୍କୁ। ପ୍ରତିଷ୍ଠିତ ସଂସ୍ଥା ‘କୁହାବୋଲା ସାହିତ୍ୟ’କୁ ପ୍ରୋତ୍ସାହିତ କରି ନଥାନ୍ତି।
ଦୁର୍ବଳ ସଂସ୍ଥାମାନେ ଯାହା କୁହାବୋଲା ଧାରା ଧରିଥାନ୍ତି। କୁହାବୋଲା ସାହିତ୍ୟ ନିମ୍ନମାନର ସାହିତ୍ୟ ହେବ ନିଶ୍ଚୟ। କୁହାବୋଲା କରି ଲେଖା ଛପାଇବା ତୋଷାମଦ କାମକୁ ବି ପରିପୁଷ୍ଟ କରେ। ଅସଲକୁ ସ୍ବାଭିମାନୀ ସାହିତି୍ୟକ କେବେ ବି ତୋଷାମଦକାରୀ ହୋଇ ନ ପାରନ୍ତି। କୁହାବୋଲା ସାହିତ୍ୟ ଯଥାର୍ଥରେ ଥାଏ ଦୁର୍ବଳ ସାହିତ୍ୟ। କୁହାବୋଲା ଧାରାର ସାହିତି୍ୟକ ବି ଦୁର୍ବଳ ଥାନ୍ତି। ସବଳ ସାହିତି୍ୟକ (ପ୍ରତିଷ୍ଠିତ)ଙ୍କ ଲେଖା ଦୁର୍ବଳ ନ ଥାଏ। ପୁରସ୍କାର ପ୍ରସଙ୍ଗ କଥା ବି ସେମିତି। କୁହାବୋଲାରେ ପୁରସ୍କାର ଯୋଗାଡ କରିବା ଏବର ବିଡମ୍ବନା ମାତ୍ର। ପୁରସ୍କାର ଯୋଗାଡ଼ିଆଙ୍କ ହାତରେ ଲେଖା ନ ଥିବ ପଚାଶଟି, ହେଲେ ପୁରସ୍କାର ହାତେଇ ଥିବେ ତଦୂର୍ଦ୍ଧ୍ୱ। ଯେଉଁଠି ଚୟନ ପ୍ରକ୍ରିୟା ଥାଏ ସ୍ବଚ୍ଛ, ସେଇଠି ପୁରସ୍କାରର ଥାଏ ମହତ୍ତ୍ୱ । ‘ଦିଅ, ନିଅ’ ଧାରାର ପୁରସ୍କାର କି ମାନ ମହତ ଥାଏ ଯେ ! ମହତ୍ତ୍ୱ ରହି ନ ଥାଏ କିଣା ପୁରସ୍କାରରେ। ଦେବାଟା କିଏ ଦେଖନ୍ତି କି? ପୁରସ୍କାର ହାତେଇବା ପର୍ବତ ସଭିଏ ଦେଖନ୍ତି। ବିନା ସାଧନାରେ ପ୍ରାପ୍ତି, କମ୍‌ ସାଧନରେ ବହୁ ପ୍ରାପ୍ତି ( ମଞ୍ଚ ଚଢ଼ାଠୁ ଲେଖା ଛପା ଓ ପୁରସ୍କାର ଅସୁଲି ପର୍ଯ୍ୟନ୍ତ) କଥା ଗାଥାରେ ପ୍ରକୃତରେ କ୍ଷତିଗ୍ରସ୍ତ ହୁଅନ୍ତି ପ୍ରକୃତ ନିରଳସ ସାଧକ। କିଣା ପ୍ରମାଣ ଓ ତଥ୍ୟ ଭିତ୍ତିରେ କୁହାବୋଲା ଧାରାର ବ୍ୟକ୍ତିମାନେ ଏଠି ସେଠି ଧସେଇ ପଶିବା ଦୁଃଖଦାୟକ। ସାହିତ୍ୟରେ କିନ୍ତୁ ଅସାଧୁ ସାହିତ୍ୟ ବେପାରୀଙ୍କ ଆବିର୍ଭାବ ନିନ୍ଦନୀୟ କଥା। ବଉଦରାଜ, ବୌଦ୍ଧ, ମୋ-୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri