କୁହାବୋଲା ସାହିତ୍ୟ

ଧ୍ରୁବ ଚରଣ ଘିବେଲା

ସମୟ ସୁଅରେ ସବୁ କିଛି ବଦଳିଲା ଭଳି ସାହିତ୍ୟର ଗତି, ପ୍ରକୃତି, ଧାରା ବି ତହିଁରୁ ବାଦ୍‌ ପଡ଼ିଯାଇ ନାହିଁ ।
ସାହିତ୍ୟର ଧାରା ବଦଳି ଯାଉଥିବାର ଖାସ୍‌ ଅନୁଭବ ହେଉଛି। ଆଜିର ଦିନରେ ଅନେକାନେକ ତ ସାହିତ୍ୟ ଲେଖୁଛନ୍ତି। ଏହା ଭଲ କଥା ନିଶ୍ଚୟ। ହେଲେ ଏବେ କୁହାବୋଲା କରି ଲେଖା ଛପାଇବାଠୁ ଆରମ୍ଭକରି ପୁରସ୍କାର ସଂଗ୍ରହ ପର୍ଯ୍ୟନ୍ତ ନୂଆ ନୂଆ ତରିକା ଆପଣାଉଛନ୍ତି ସାହିତ୍ୟ କ୍ଷେତ୍ରକୁ ପ୍ରବେଶ କରୁଥିବା ଚାଲାକ୍‌ ଚତୁରମାନେ। ଏହା ବିଶେଷକରି ପରିଲକ୍ଷିତ ହୁଏ ସହଯୋଗ ଭିତ୍ତିରେ ଲେଖା ଛପାଇବା କାର୍ଯ୍ୟଧାରାରେ। ପୁଣି ପୁରସ୍କାର ପାଇଁ ସେମିତି ସହଯୋଗ ରାଶି ଦିଆଗଲେ କେଉଁଠୁ କେଉଁଠୁ ପୁରସ୍କାର ହାତେଇ ହୁଏ। ସ୍ବାଭିମାନୀ ଯାହା ସେଇ ଦୁଇ କାର୍ଯ୍ୟରୁ ବିରତ ରହିଥାନ୍ତି। ନିଜକୁ ଦୂରେଇ ରଖନ୍ତି। ସହଯୋଗ ରାଶି ଦେଇ ଲେଖା ଛପାଇବା ଓ ପୁରସ୍କାର ପାଇବା ଆଦୌ ଠିକ୍‌ କଥା ନୁହେଁ। କିନ୍ତୁ ଏ ଧାରାରେ ଅନେକାନେକ ରହୁଥିବାର ମନେ ହୁଅନ୍ତି ।
ସହଯୋଗ ରାଶି ଦେଇ ମଞ୍ଚ ଚଢ଼ିବାର ସୁଯୋଗ ସୃଷ୍ଟି ମଧ୍ୟ କରାଯାଏ। ମୁଖ୍ୟ ଅତିଥି ପାଇଁ ଡୋନେଶନ୍‌ ସବୁଠୁ ଚଢ଼ା ରହିଥାଏ। ମଞ୍ଚ ଚଢ଼ିବା ପଛର ପ୍ରଚ୍ଛନ୍ନ ଆକାଂକ୍ଷା ଥାଏ ମଞ୍ଚ ଉପରୁ ନିଜକୁ ବିଜ୍ଞପିତ କରିବା। ପୁଣି ସାହିତ୍ୟରେ ସମ୍ମାନ ନିଆରା, ଏଇ ଭାବନା ରଖି ବୋଧେ ଅନେକାନେକ ଆଜିର ଦିନରେ ସାହିତ୍ୟ ମଞ୍ଚମୁହଁା ରହିବାକୁ ମନସ୍ଥ କରୁଛନ୍ତି। ଅନ୍ୟ ମଞ୍ଚ ଅପେକ୍ଷା ସାହିତ୍ୟ ମଞ୍ଚ ଚଢ଼ିବାରେ ବିଶେଷ ଅସୁବିଧା ରହି ନ ଥାଏ କେବଳ ଦେବା ଦକ୍ଷତା ଥିଲେ। ଯେଉଁମାନଙ୍କର ଦେବା ଦକ୍ଷତା ଥାଏ, ସେମାନେ ରାଜ୍ୟଟା ଯାକ ଜିଲାରୁ ଜିଲା ଘୂରିବୁଲନ୍ତି ସାହିତ୍ୟ ମଞ୍ଚ ଚଢ଼ିବା ପାଇଁ ଏବଂ ସାହିତ୍ୟ ମଞ୍ଚ ଚଢ଼ି ସାହିତି୍ୟକ ମଧ୍ୟ ବୋଲାଇ ହୁଅନ୍ତି। ଖାସ୍‌ ସାହିତ୍ୟ ମଞ୍ଚ ଚଢ଼ିବା ଅଭ୍ୟାସ ଜାରି ରଖି ସାମାନ୍ୟ ସାହିତ୍ୟ ରୁଚିରୁ ବିରାଟ ସାହିତି୍ୟକ ବୋଲାଇବାର ସୌଭାଗ୍ୟ ସାଉଁଟିଥାନ୍ତି। ନିଜେ ଯେଉଁଠି ଯେଉଁଠି ସାହିତ୍ୟ ମଞ୍ଚ ଚଢ଼ିଥାନ୍ତି, ନିଜ ସ୍ଥାନରେ ସାହିତ୍ୟ ସଭା କରାଇ ବିଭିନ୍ନ ସ୍ଥାନର ଲେଖକଙ୍କୁ ନିଜ ମଞ୍ଚରେ ବସାଇବାର ସୁଯୋଗ ଦିଅନ୍ତି। ”ମୋତେ ଡାକ, ତୁମକୁ ଡକାଯିବ“ ଧାରା ଚାଲିଛି ଆଜି ଆମ ରାଜ୍ୟର କିଛି ଅନୁଷ୍ଠାନ ଭିତରେ।
ଅଳ୍ପ ଦିନରେ ପ୍ରତିଷ୍ଠିତ ହେବା ଚିନ୍ତାଧାରା ପ୍ରତିଷ୍ଠାକାଙ୍ଗାଳଙ୍କୁ ବାଟବଣା କରିଥାଏ। ଭୁଲ୍‌ ବାଟର ବାଟୋଇ କରାଏ। ”ତୁ ତ ମୂତୁରୀ, ମଁୁ ତ ମୂତୁରୀ“ ନ୍ୟାୟରେ ଭୁଲ ଟ୍ରାକ୍‌ରେ ଯାଇ ଭଲ ଟ୍ରାକ୍‌ ଧରିଥିବାର ଦୁର୍ବଳ ବିଚାର ରଖନ୍ତି। ଅଥଚ ସବଳ ମନେ କରନ୍ତି। ସବଳ ଥିବାର ଜଣେଇ ହୁଅନ୍ତି। କୁହାବୋଲାରେ ସାହିତ୍ୟ ମଞ୍ଚ ଚଢ଼ିବା ଭଳି କୁହାବୋଲା ସାହିତ୍ୟ ଚାଷରେ ମାତିଥାନ୍ତି ”ମନ୍ଦ କବି ଯଶ ପ୍ରାର୍ଥୀମାନେ“। ଦେଇ ଲେଖା ଛପାନ୍ତି। ସହଯୋଗ କଥା ଉଠିଥାଏ ଏଠି ସେଠି ପ୍ରକାଶ ପାଉଥିବା ଅଦିନିଆ ସାହିତ୍ୟ ପତ୍ରିକା ଛପାଇବା ପାଇଁ। ଅନ୍ୟପକ୍ଷରେ ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥା ”ନିଏ ନାହିଁ ଅଥଚ ଦେଇଥାଏ“ ଆର୍ଥିକ ପ୍ରୋତ୍ସାହନ ରାଶି ତା’ ଲେଖକଙ୍କୁ। ପ୍ରତିଷ୍ଠିତ ସଂସ୍ଥା ‘କୁହାବୋଲା ସାହିତ୍ୟ’କୁ ପ୍ରୋତ୍ସାହିତ କରି ନଥାନ୍ତି।
ଦୁର୍ବଳ ସଂସ୍ଥାମାନେ ଯାହା କୁହାବୋଲା ଧାରା ଧରିଥାନ୍ତି। କୁହାବୋଲା ସାହିତ୍ୟ ନିମ୍ନମାନର ସାହିତ୍ୟ ହେବ ନିଶ୍ଚୟ। କୁହାବୋଲା କରି ଲେଖା ଛପାଇବା ତୋଷାମଦ କାମକୁ ବି ପରିପୁଷ୍ଟ କରେ। ଅସଲକୁ ସ୍ବାଭିମାନୀ ସାହିତି୍ୟକ କେବେ ବି ତୋଷାମଦକାରୀ ହୋଇ ନ ପାରନ୍ତି। କୁହାବୋଲା ସାହିତ୍ୟ ଯଥାର୍ଥରେ ଥାଏ ଦୁର୍ବଳ ସାହିତ୍ୟ। କୁହାବୋଲା ଧାରାର ସାହିତି୍ୟକ ବି ଦୁର୍ବଳ ଥାନ୍ତି। ସବଳ ସାହିତି୍ୟକ (ପ୍ରତିଷ୍ଠିତ)ଙ୍କ ଲେଖା ଦୁର୍ବଳ ନ ଥାଏ। ପୁରସ୍କାର ପ୍ରସଙ୍ଗ କଥା ବି ସେମିତି। କୁହାବୋଲାରେ ପୁରସ୍କାର ଯୋଗାଡ କରିବା ଏବର ବିଡମ୍ବନା ମାତ୍ର। ପୁରସ୍କାର ଯୋଗାଡ଼ିଆଙ୍କ ହାତରେ ଲେଖା ନ ଥିବ ପଚାଶଟି, ହେଲେ ପୁରସ୍କାର ହାତେଇ ଥିବେ ତଦୂର୍ଦ୍ଧ୍ୱ। ଯେଉଁଠି ଚୟନ ପ୍ରକ୍ରିୟା ଥାଏ ସ୍ବଚ୍ଛ, ସେଇଠି ପୁରସ୍କାରର ଥାଏ ମହତ୍ତ୍ୱ । ‘ଦିଅ, ନିଅ’ ଧାରାର ପୁରସ୍କାର କି ମାନ ମହତ ଥାଏ ଯେ ! ମହତ୍ତ୍ୱ ରହି ନ ଥାଏ କିଣା ପୁରସ୍କାରରେ। ଦେବାଟା କିଏ ଦେଖନ୍ତି କି? ପୁରସ୍କାର ହାତେଇବା ପର୍ବତ ସଭିଏ ଦେଖନ୍ତି। ବିନା ସାଧନାରେ ପ୍ରାପ୍ତି, କମ୍‌ ସାଧନରେ ବହୁ ପ୍ରାପ୍ତି ( ମଞ୍ଚ ଚଢ଼ାଠୁ ଲେଖା ଛପା ଓ ପୁରସ୍କାର ଅସୁଲି ପର୍ଯ୍ୟନ୍ତ) କଥା ଗାଥାରେ ପ୍ରକୃତରେ କ୍ଷତିଗ୍ରସ୍ତ ହୁଅନ୍ତି ପ୍ରକୃତ ନିରଳସ ସାଧକ। କିଣା ପ୍ରମାଣ ଓ ତଥ୍ୟ ଭିତ୍ତିରେ କୁହାବୋଲା ଧାରାର ବ୍ୟକ୍ତିମାନେ ଏଠି ସେଠି ଧସେଇ ପଶିବା ଦୁଃଖଦାୟକ। ସାହିତ୍ୟରେ କିନ୍ତୁ ଅସାଧୁ ସାହିତ୍ୟ ବେପାରୀଙ୍କ ଆବିର୍ଭାବ ନିନ୍ଦନୀୟ କଥା। ବଉଦରାଜ, ବୌଦ୍ଧ, ମୋ-୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri