୨୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୧୪।୧: ରେକର୍ଡ ଉଚ୍ଚ ସ୍ତରରେ ରହିବା ପରେ ବୁଧବାର ଭାରତୀୟ ଶେୟାର ବଜାରରେ କିଛିଟା ପ୍ରଭାବ ପଡ଼ିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ୨୫ ପଏଣ୍ଟ ନିମ୍ନରେ ରହିଛି। ପ୍ରଫିଟ ବୁକିଂ ଏବଂ ବିଶ୍ୱ ବଜାରର ପ୍ରଭାବ ଫଳରେ ଶେୟାର ବଜାରରେ ଏଭଳି ପ୍ରଭାବ ପଡିଛି। କାରବାର ଶେଷ ବେଳକୁ ସେନ୍‌ସେକ୍ସ ୨୪.୭୯ ପଏଣ୍ଟ ( ୦.୦୫%) ନିମ୍ନରେ ରହି ୪୯,୪୯୨.୩୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏହାଦିନ ମଧ୍ୟରେ ୪୯,୭୯୫.୧୯ ପଏଣ୍ଟ ସ୍ତର ଛୁଇଁଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧.୪୦ ପଏଣ୍ଟ ଉପରେ ରହିଛି। ଏହା ନୂଆ ରେକର୍ଡ ସ୍ତର ୧୪,୫୬୪.୮୫ ସ୍ତରରେ କାରବାର ବନ୍ଦ ହୋଇଛି। ଦିନ ମଧ୍ୟରେ ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତର ୧୪,୬୫୩. ୩୫ ସ୍ତର ଛୁଇଁଥିଲା। ସେନ୍‌ସେକ୍ସରେ ଏସ୍‌ବିଆଇ, ଆଇଟିସି, ଏନ୍‌ଟିପିସି, ଭାରତୀ ଏୟାରଟେଲ ଏବଂ ଓଏନ୍‌ଜିସି କାରବାର ଉନ୍ନତ ରହିଛି। ସବୁଠାରୁ ଭଲ କାରବାର କରିଥିବା କମ୍ପାନୀ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ରହିଥିବା ବେଳେ ଏହାର କାରବାର ପ୍ରାୟ ୬% ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ମେ ମାସରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା ଯୋଡିପାରିଛି। ଦେଶବ୍ୟାପି ଲକ୍‌ଡାଉନ ଥିବା ସତ୍ତ୍ୱେ ମଧ୍ୟ ଏହା ଅଧିକ...

ୟୁନିୟନ ବ୍ୟାଙ୍କ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ...

ନିଯୁକ୍ତି ସଙ୍କଟ: ନୂଆ ସରକାରଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧୩।୫: ଆଉ କେଇଟା ଦିନ ପରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ମହାକୁମ୍ଭ ଶେଷ ହୋଇଯିବ। ମେ ୨୩ରେ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ ନୂଆ...

ଇରାନ, ଭେନେଜୁଏଲା ତେଲ ଭାରତକୁ ଆସିପାରେ

ନୂଆଦିଲ୍ଲୀ: ଭାରତ ଏହାର ଅଶୋଧିତ ତେଲ ଆମଦାନୀ କୌଶଳରେ ପରିବର୍ତ୍ତନ ଆଣିପାରେ। ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡିକରୁ ପୁଣି ଥରେ ତେଲ ଭାରତକୁ ଆସିପାରେ...

ନିବେଶକଙ୍କୁ ୧୪.୨୨ ଲକ୍ଷ କୋଟି କ୍ଷତି

  ନୂଆଦିଲ୍ଲୀ,୨୪-୩: କରୋନା ପ୍ରଭାବରେ ଭାରତୀୟ ପୁଞ୍ଜି ବଜାର କାରବାର ଲଗାତାର ଭାବେ ଖସୁଥିବା ବେଳେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନିବେଶକଙ୍କୁ ରେକର୍ଡ ସ୍ତର...

ଟାଟା ମୋଟର୍ସର ଇଣ୍ଡିଆକୀ ଦୁସରୀ ଦିଓ୍ବାଲି ଅଭିଯାନ

ନୂଆଦିଲ୍ଲୀ,୧୪-୧୧: ଟାଟା ମୋଟର୍ସ ପକ୍ଷରୁ ଇଣ୍ଡିଆକୀ ଦୁସରୀ ଦିଓ୍ବାଲି ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ କ୍ଷୁଦ୍ର ବାଣିଜି୍ୟକ ଯାନ ଉପରେ ଗ୍ରାହକଙ୍କୁ...

ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି...

ଅର୍ବାନ ଲ୍ୟାଡରର ୯୬% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ: ହୋମ୍‌ ଡେକୋର ସଲ୍ୟୁଶନ କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶଧନକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ କ୍ରୟ କରିଛି।...

Advertisement


Archives

Model This Week

Why Dharitri