ତାଲିକା ପ୍ରସ୍ତୁତକର୍ତ୍ତା, ତାଲିକା ବାହାରେ

ଭୁବନେଶ୍ୱର,୨୮।୬: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଶନିବାର ୩୦ ଜିଲା ପାଇଁ ପର୍ଯ୍ୟବେକ୍ଷକ ଓ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି। ସେଥିରେ ବିଧାୟକ, ମନ୍ତ୍ରୀ ଓ ବିରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତେବେ ନୂଆ ତାଲିକାରେ ଦଳର ଯୁବ ସଙ୍ଗଠନକୁ ଦୀର୍ଘବର୍ଷ ଧରି ସମ୍ଭାଳି ଆସିଥିବା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ କୋଣଠେସା କରାଯାଇଛି। ଦିନେ ଯେଉଁମାନେ ସଙ୍ଗଠନର ତାଲିକା ପ୍ରସ୍ତୁତ କରୁଥିଲେ ସେମାନଙ୍କୁ ଆଜି ତାଲିକା ବାହାରେ ରଖାଯାଇଛି।
ଜଣେ ନେତାଙ୍କୁ ୨ଟି ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୟ ଏବଂ ଅରୁଣଙ୍କୁ କୌଣସି ଜିଲା ଦାୟିତ୍ୱ ଦିଆଯାଇ ନାହିଁ। ଛାତ୍ର ଓ ଯୁବ ସଂଗଠନ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଦୁଇ ନେତା ଆଜି ଗୁରୁତ୍ୱ ହରାଇଥିବା ନେଇ ଆଲୋଚନା ହେଉଛି।
ସଞ୍ଜୟ ୨୦୦୮ରୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ଯୁବ ସଂଗଠନଗୁଡ଼ିକରେ ତାଙ୍କର ଖୁବ୍‌ ପ୍ରଭାବ ରହିଥିଲା। ଦୀର୍ଘ ୯ ବର୍ଷ ଧରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇବା ପରେ ୨୦୧୭ରେ ଏହି ପଦବୀରେ ଅମରେଶ ପତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯୁବ ବିଜେଡି ସଭାପତି ଦାୟିତ୍ୱରୁ ବିଦା ହେବା ପରେ ମଧ୍ୟ ଯୁବ ସଂଗଠନରେ ତାଙ୍କର ପୂର୍ବଭଳି ପତିଆରା ରହିଥିଲା। ୨୦୧୭ରେ ସଞ୍ଜୟଙ୍କୁ ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ଭାବେ ନିଯୁକ୍ତି ଦିଆଯାଇଥିଲା। ଯୁବ ସଙ୍ଗଠନରେ ପ୍ରଭାବଶାଳୀ ଥିବାରୁ ୨୦୧୯ ସାଧାରଣ ନିର୍ବାଚନକୁ ଦେଖି ତାଙ୍କୁ ନବରଙ୍ଗପୁର ଏବଂ ରାୟଗଡ଼ା ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ଦାୟିତ୍ୱରେ ୩ ବର୍ଷ ରହିବା ପରେ ୨୦୨୦ ନଭେମ୍ବରରେ ତାଙ୍କୁ ଯୁବ ଦାୟିତ୍ୱରୁ ହଟାଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୯ରେ ବ୍ରହ୍ମଗିରିରୁ ବିଧାନସଭା ନିର୍ବାଚନ ହାରିବା ପରେ ସଞ୍ଜୟଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦବୀରେ ଥଇଥାନ କରାଯାଇଛି।
ଅନ୍ୟପକ୍ଷେ ଛାତ୍ର ବିଜେଡି ସଂଗଠନରେ ବେଶ୍‌ ପ୍ରଭାବଶାଳୀ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦଳ ସଙ୍ଗଠନରେ ଗୁରୁତ୍ୱ ଦେଇ ନାହିଁ। ୨୦୦୩ରୁ ୨୦୨୦ ପର୍ଯ୍ୟନ୍ତ ସେ ଛାତ୍ର ସଂଗଠନ କଥା ବୁଝୁଥିଲେ। ସେ ଛାତ୍ର ବିଜେଡି ସାଧାରଣ ସମ୍ପାଦକଠାରୁ ଆରମ୍ଭ କରି ସଭାପତି ଦାୟିତ୍ୱ ତୁଲାଇଥିଲେ। ୨୦୦୪ରେ ବିଧାୟକ ହେବା ପରେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ୨୦୨୦ ଯାଏ ଛାତ୍ର ସଂଗଠନର ଦାୟିତ୍ୱ ନ୍ୟସ୍ତ କରିଥିଲା।
ଏବେକାର ବିଜେଡି ରାଜନୀତି ଦେଖିଲେ ନବୀନ ପଟ୍ଟନାୟକଙ୍କ ନୂତନ ରାଜନୈତିକ ଚିନ୍ତା ସ୍ପଷ୍ଟ ବାରି ହେଉଅଛି। ଏହି ଦୁଇ ବରିଷ୍ଠ କିନ୍ତୁ ଯୁବ ନେତାଙ୍କ ନାମ ତାଲିକାରେ ନ ଥିବାରୁ ଜଣାପଡୁଛି ଯେ ନୂଆ ନୀତିରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ମୁଖ୍ୟ ଦାୟିତ୍ୱ ଦିଆଯାଉଛି। ସେଥିପାଇଁ ସେହି ପଦବୀରେ ସର୍ବଶ୍ରେଷ୍ଠ ହେବାର ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟଙ୍କର ଅକୁହା କଥା ଭାବେ ରାଜନୈତିକ ପର୍ଯ୍ୟବେକ୍ଷକ ଧରି ନେଉଛନ୍ତି।

ଅନିଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri