ତାଲିକା ପ୍ରସ୍ତୁତକର୍ତ୍ତା, ତାଲିକା ବାହାରେ

ଭୁବନେଶ୍ୱର,୨୮।୬: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଶନିବାର ୩୦ ଜିଲା ପାଇଁ ପର୍ଯ୍ୟବେକ୍ଷକ ଓ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି। ସେଥିରେ ବିଧାୟକ, ମନ୍ତ୍ରୀ ଓ ବିରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତେବେ ନୂଆ ତାଲିକାରେ ଦଳର ଯୁବ ସଙ୍ଗଠନକୁ ଦୀର୍ଘବର୍ଷ ଧରି ସମ୍ଭାଳି ଆସିଥିବା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ କୋଣଠେସା କରାଯାଇଛି। ଦିନେ ଯେଉଁମାନେ ସଙ୍ଗଠନର ତାଲିକା ପ୍ରସ୍ତୁତ କରୁଥିଲେ ସେମାନଙ୍କୁ ଆଜି ତାଲିକା ବାହାରେ ରଖାଯାଇଛି।
ଜଣେ ନେତାଙ୍କୁ ୨ଟି ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୟ ଏବଂ ଅରୁଣଙ୍କୁ କୌଣସି ଜିଲା ଦାୟିତ୍ୱ ଦିଆଯାଇ ନାହିଁ। ଛାତ୍ର ଓ ଯୁବ ସଂଗଠନ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଦୁଇ ନେତା ଆଜି ଗୁରୁତ୍ୱ ହରାଇଥିବା ନେଇ ଆଲୋଚନା ହେଉଛି।
ସଞ୍ଜୟ ୨୦୦୮ରୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ଯୁବ ସଂଗଠନଗୁଡ଼ିକରେ ତାଙ୍କର ଖୁବ୍‌ ପ୍ରଭାବ ରହିଥିଲା। ଦୀର୍ଘ ୯ ବର୍ଷ ଧରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇବା ପରେ ୨୦୧୭ରେ ଏହି ପଦବୀରେ ଅମରେଶ ପତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯୁବ ବିଜେଡି ସଭାପତି ଦାୟିତ୍ୱରୁ ବିଦା ହେବା ପରେ ମଧ୍ୟ ଯୁବ ସଂଗଠନରେ ତାଙ୍କର ପୂର୍ବଭଳି ପତିଆରା ରହିଥିଲା। ୨୦୧୭ରେ ସଞ୍ଜୟଙ୍କୁ ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ଭାବେ ନିଯୁକ୍ତି ଦିଆଯାଇଥିଲା। ଯୁବ ସଙ୍ଗଠନରେ ପ୍ରଭାବଶାଳୀ ଥିବାରୁ ୨୦୧୯ ସାଧାରଣ ନିର୍ବାଚନକୁ ଦେଖି ତାଙ୍କୁ ନବରଙ୍ଗପୁର ଏବଂ ରାୟଗଡ଼ା ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ଦାୟିତ୍ୱରେ ୩ ବର୍ଷ ରହିବା ପରେ ୨୦୨୦ ନଭେମ୍ବରରେ ତାଙ୍କୁ ଯୁବ ଦାୟିତ୍ୱରୁ ହଟାଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୯ରେ ବ୍ରହ୍ମଗିରିରୁ ବିଧାନସଭା ନିର୍ବାଚନ ହାରିବା ପରେ ସଞ୍ଜୟଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦବୀରେ ଥଇଥାନ କରାଯାଇଛି।
ଅନ୍ୟପକ୍ଷେ ଛାତ୍ର ବିଜେଡି ସଂଗଠନରେ ବେଶ୍‌ ପ୍ରଭାବଶାଳୀ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦଳ ସଙ୍ଗଠନରେ ଗୁରୁତ୍ୱ ଦେଇ ନାହିଁ। ୨୦୦୩ରୁ ୨୦୨୦ ପର୍ଯ୍ୟନ୍ତ ସେ ଛାତ୍ର ସଂଗଠନ କଥା ବୁଝୁଥିଲେ। ସେ ଛାତ୍ର ବିଜେଡି ସାଧାରଣ ସମ୍ପାଦକଠାରୁ ଆରମ୍ଭ କରି ସଭାପତି ଦାୟିତ୍ୱ ତୁଲାଇଥିଲେ। ୨୦୦୪ରେ ବିଧାୟକ ହେବା ପରେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ୨୦୨୦ ଯାଏ ଛାତ୍ର ସଂଗଠନର ଦାୟିତ୍ୱ ନ୍ୟସ୍ତ କରିଥିଲା।
ଏବେକାର ବିଜେଡି ରାଜନୀତି ଦେଖିଲେ ନବୀନ ପଟ୍ଟନାୟକଙ୍କ ନୂତନ ରାଜନୈତିକ ଚିନ୍ତା ସ୍ପଷ୍ଟ ବାରି ହେଉଅଛି। ଏହି ଦୁଇ ବରିଷ୍ଠ କିନ୍ତୁ ଯୁବ ନେତାଙ୍କ ନାମ ତାଲିକାରେ ନ ଥିବାରୁ ଜଣାପଡୁଛି ଯେ ନୂଆ ନୀତିରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ମୁଖ୍ୟ ଦାୟିତ୍ୱ ଦିଆଯାଉଛି। ସେଥିପାଇଁ ସେହି ପଦବୀରେ ସର୍ବଶ୍ରେଷ୍ଠ ହେବାର ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟଙ୍କର ଅକୁହା କଥା ଭାବେ ରାଜନୈତିକ ପର୍ଯ୍ୟବେକ୍ଷକ ଧରି ନେଉଛନ୍ତି।

ଅନିଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?