ଲିପଷ୍ଟିକରେ ରହିଛି କ୍ୟାନସର ତତ୍ତ୍ୱ

ନୂଆଦିଲ୍ଲୀ,୨୫।୧୦: ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ। ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି। ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫଏଏସ ବା ପରଫ୍‌ଲୁରୋଆଲକାଇଲ୍‌ ଆଣ୍ଡ ପଲିଫ୍ଲୁରୋଆଲକାଇଲ ସବଷ୍ଟାନ୍ଥେସକୁ ବହୁଳ ବ୍ୟବହାର କରିଥାଉ। ଏହା ‘ଫର୍‌ ଏଭର କେମିକାଲ’ ନାମରେ ମଧ୍ୟ ପରିଚିତ।

କିନ୍ତୁ ଆପଣ ଜାଣିଛନ୍ତି କି ଏହି ରାସାୟନିକ କେମିକାଲ ଆମ ଶରୀର ପ୍ରତି ଅତ୍ୟନ୍ତ ବିପବିଜ୍ଜନକ। ଏହି କେମିକାଲ ଆମ ଡେ ଟୁଡେ ଲାଇଫରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ବହୁଳ ବ୍ୟବହାର କରାଯାଏ। ବିଶେଷକରି ୱାଟରଫ୍ରୁଫ୍‌ କସମେଟିକ ବଡି ଲୋଶନ, ସନସ୍କ୍ରିମ, ଲିପଷ୍ଟିକ, ନେଲ ପଲିସ, ଫାଉଣ୍ଡେସନ, ଆଇଶ୍ୟାଡୋ, ମସ୍କାରା ଇତ୍ୟାଦିରେ କରେ ପିଏଫଏଏସ ରହିଥାଏ। ଓ୍ବାଟରଫ୍ରୁପ୍‌ ଯୋଗୁ ପାଣି ସଂସ୍ପର୍ଶରେ ଆସିଲେ ଏଥିରେ କିଛି ପ୍ରଭାବ ପଡି ନ ଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି କି, ଏହି ରାସାୟନିକ ତତ୍ତ୍ୱରେ କ୍ୟାନସର ତତ୍ତ୍ୱ ରହିଛି। ଯାହା ପିଲା ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେଣ୍ଟର ଫର୍‌ ଡିଜିଜି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାରେ, ପିଏଫଏଏସ ରାସାୟନିକ ତତ୍ତ୍ୱ ମଣିଷର ରକ୍ତରେ ପାଣି, ଖାଦ୍ୟ, ପବନ ଆଦି ଜରିଆରିରେ ଶରୀରରେ ପ୍ରବେଶ କରିଥା ଏ । ୨୦୧୬ରେ କାନାଡାରେ, ୨୦୨୨ରେ ୟୁରୋପର ଅନେକ ଦେଶ ଏହି କେମିକାଲର ବ୍ୟବହାରକୁ ନିଷେଧ କରିଥିରିଲେ । ତେବେ କେବଳ ପ୍ରସାଧନ ସାମଗ୍ରୀ ଓ କପଡାରେ ନୁହେଁ ରୋଷେଇ ଘରେ ବ୍ୟବହୃତ ବାସନ, ପାଟିକୁ ସୁଆଦ ଲାଗୁଥିବା ଷ୍ଟ୍ରିଟ୍‌ ଫୁଡ୍‌ର ପ୍ୟାକେଜିଂ କଭରରେ ମଧ୍ୟ ଏହି କେମିକାଲ ବ୍ୟବହାର ହେଉଛ। ଏହି କେମିକାଲ ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା ମହିଳା ନିସନ୍ତାନ ହେବା, ମଧୁମେହ, କିଡନୀ ରୋଗ, ହର୍ମୋନ ଅସନ୍ତୁଳିତ ହେବା ଇତ୍ୟାଦି ସମସ୍ୟା ଦେଖାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri