Posted inଖେଳ

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେନି ଲିପେର

ମୋନାକୋ,୨୮।୪(ଏପି): ଆମେରିକୀୟ ପାରା ଅଲିମ୍ପିକ ଧାବକ ବ୍ଲାକ ଲିପେରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି। ଏ ନେଇ ସେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ପ୍ରତ୍ୟାଖ୍ୟାନ କରିଛି। ତାଙ୍କର ଦୁଇଟି ନକଲି ବା କୃତ୍ରିମ ଗୋଡ ଅସାଧାରଣ ଭାବେ ଲମ୍ବା ରହିଛି। ତେଣୁ ସେ ଅନ୍ୟ ପ୍ରତିଯୋଗୀଙ୍କଠାରୁ ଅପେକ୍ଷାକୃତ ସୁବିଧା ହାସଲ କରିବାର ସମ୍ଭାବନା ଥିବାରୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ତାଙ୍କ ଆବେଦନକୁ ଗ୍ରହଣ କରିନାହିଁ।
ଲିପେର ଅସାଧାରଣ ଭାବେ ଡେଙ୍ଗା ଧାବକ ଭାବେ ଦୌଡୁଛନ୍ତି ବୋଲି ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ମେକାନିକାଲ ଏଡ୍ସ ରିଭ୍ୟୁ ପ୍ୟାନେଲ ସୋମବାର ସ୍ପଷ୍ଟ କରିଛି। ଲିପର ତାଙ୍କ ଷ୍ଟାଣ୍ଡିଂ ଉଚ୍ଚତା ୧୮୪ ସେଣ୍ଟିମିଟରରେ ଦୌଡ଼ିବେ ବୋଲି ଆବେଦନ କରିଥିଲେ। ତେବେ ନିୟମ ଅନୁସାରେ ସେ ୧୭୪.୪ ସେଣ୍ଟିମିଟରରୁ ଅଧିକ ଉଚ୍ଚତାରେ ଦୌଡ଼ିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଆଣ୍ଠୁ ତଳକୁ ବିନା ଗୋଡରେ ଲିପେର ଜନ୍ମଗ୍ରହଣ କରିଥିଲେ। ତେଣୁ ସେ କୃତ୍ରିମ ଗୋଡ ନେଇ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସର ମେଜର ଇଭେଣ୍ଟ ଓ ଅଲିମ୍ପିକ୍ସରେ ଅଂଗ୍ରହଣ କରିପାରିବେ ନାହଁି ବୋଲି କୁହାଯାଇଛି।
ଦକ୍ଷିଣ ଆଫ୍ରିକା ପାରା ଆଥ୍‌ଲେଟ ଓସ୍କାର ପିଷ୍ଟୋରିୟସଙ୍କ ମାମଲା ମଧ୍ୟ ସମାନ ଥିଲା। ତାଙ୍କ କୃତ୍ରିମ ଗୋଡ ଅନ୍ୟମାନଙ୍କ ତୁଳନାରେ ତାଙ୍କୁ ସୁବିଧା ପହଞ୍ଚାଉ ନ ଥିବା ନେଇ କୋର୍ଟ ଅଫ୍‌ ଅର୍ବିଟ୍ରେସନ ଫର ସ୍ପୋଟର୍‌ସ (କାସ) ହୃଦୟଙ୍ଗମ କରିଥିଲା। ଫଳରେ ତାଙ୍କୁ ବଡ଼ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ପିଷ୍ଟୋରିୟସ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଓ ୪୦୦ ମି. ଦୌଡ଼ର ସେମିଫାଇନାଲରେ ପ୍ରବେଶ କରିଥିଲେ। ପାରାଅଲିମ୍ପିକ୍ସରେ ଲିପେର ପିଷ୍ଟୋରିୟସଙ୍କ ପଛରେ ରହି ୪୦୦ମି. ରେ ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri