୪ ଛୁଆ ଜନ୍ମଦେଲା ସିଂହୀ ରେୱା

ବାରଙ୍ଗ,୧୧।୧(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସିଂହୀ ରେୱା ପ୍ରଥମଥର ମା’ ହୋଇଥିବା ବେଳେ ୪ଟି ଛୁଆକୁ ଜନ୍ମ ଦେଇଛି। ହେଲେ ଜନ୍ମଦେବାର କିଛି ସମୟ ମଧ୍ୟରେ ନବଜାତକ ଛୁଆଙ୍କୁ ମା’ସ୍ନେହରୁ ବଞ୍ଚତ୍ତ ହେବାକୁ ପଡିଛି। ମା’ ରେୱା ଜନ୍ମ ଦେଇଥିଲେ ମଧ୍ୟ ଛୁଆଙ୍କୁ ଗ୍ରହଣ ନ କରିବାରୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛଡ଼ାଯାଇଛି। ଶୁକ୍ରବାର ଅନ୍ୟତମ ଆକର୍ଷଣ ସାଜିଥିବା ଧଳା ବାଘୁଣୀ ରୂପା ୩ ଶାବକକୁ ଜନ୍ମ ଦେବାର ୪ଦିନ ପରେ ମଙ୍ଗଳବାର ସିଂହୀ ରେୱା ତା’ର ପ୍ରଥମଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଛି। ଏସିଆଟିକ୍‌ ସିଂହ ଜିତ୍‌ ସହ ମିଳନ ଘଟି ପ୍ରଥମକରି ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିବା ରେୱା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ତା’ପ୍ରତି କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିଲେ। ପ୍ରଥମକରି ସିଂହୀ ରଓ୍ବୋ ମା’ ହେଉଥିବାରୁ ସିଂହସଫାରୀର ଏକ ସେଲରେ ସ୍ବତନ୍ତ୍ର ଭାବେ ତାକୁ ରଖାଯାଇ ସିସିକ୍ୟାମେରା ଦ୍ୱାରା ଗତିବିଧିକୁ ଲକ୍ଷ୍ୟ କରାଯାଇଥିଲା। ଆବଶ୍ୟକ ନ ଥିଲେ ରେୱା ରହୁଥିବା ସେଲ୍‌ ପାଖକୁ କର୍ମଚାରୀମାନଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିଲା। ଶେଷରେ ମଙ୍ଗଳବାର ରେୱା ପର୍ଯ୍ୟାୟକ୍ରମେ ୪ ଛୁଆକୁ ଜନ୍ମ ଦେଇଥିଲା। କିନ୍ତୁ ପ୍ରଥମ ଛୁଆଟି ଜନ୍ମହେବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲା। ଦ୍ୱିତୀୟ ଛୁଆକୁ ଜନ୍ମଦେଇ ସାରିଲା ପରେ ରେୱା ଗ୍ରହଣ କରି ନଥିଲା। ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ରଓ୍ବୋ ଛୁଆକୁ ଗ୍ରହଣ କଲା ନାହିଁ। ବାଧ୍ୟ ହୋଇ କର୍ମଚାରୀମାନେ ମା’ଠାରୁ ଅଲଗା କରି ଛୁଆଟିକୁ ଚିକିତ୍ସାଳୟ ପାଖରେ ଥିବା ଲାଳନପାଳନ କେନ୍ଦ୍ରକୁ ସ୍ତାନାନ୍ତର କରିଥିଲେ। ତୃତୀୟ ଛୁଆଟି ମଧ୍ୟ ଜନ୍ମ ପରେ ମରିଯାଇଥିଲା। ଶେଷରେ ଚତୁର୍ଥ ଛୁଆକୁ ଜନ୍ମ ଦେବାର କିଛି ସମୟ ମଧ୍ୟରେ ଗ୍ରହଣ କରି ନ ଥିଲା। ପ୍ରାୟ ଅଧଘଣ୍ଟା ପରେ ତାକୁ ମଧ୍ୟ ମା’ଠାରୁ ଅଲଗା କରି ଲାଳନପାଳନ କେନ୍ଦ୍ରକୁ ଆଣିଥିଲେ। ନବଜାତକ ୨ଟିକୁ ବଞ୍ଚାଇ ରଖିବା ପାଇଁ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଉଭୟ ଛୁଆଙ୍କୁ ଇନକ୍ୟୁବେଶନ ଚାମ୍ବରରେ ରଖାଯିବା ସହ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଛି। ଏହାସହ ପ୍ରଥମକରି ମା’ ହୋଇଥିବା ସିଂହୀ ରେୱାର ଏଭଳି ଆଚରଣ ପରେ ତା’ପ୍ରତି କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବାର ଉପନିର୍ଦେଶକ ସଞ୍ଜିତ କୁମାର କହିଛନ୍ତି। ତେବେ ଏହି ନବଜାତକକୁ ମିଶାଇବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ସମୁଦାୟ ୨୩ରେ ପହଞ୍ଚତ୍ଛି। ସେଥିମଧ୍ୟରେ ଏସିଆ ଟିକ-୧୩, ଆଫ୍ରିକାନ-୧, ହାଇବ୍ରିଡ-୭ ଓ ଛୁଆ-୨।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri