୪ ଛୁଆ ଜନ୍ମଦେଲା ସିଂହୀ ରେୱା

ବାରଙ୍ଗ,୧୧।୧(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସିଂହୀ ରେୱା ପ୍ରଥମଥର ମା’ ହୋଇଥିବା ବେଳେ ୪ଟି ଛୁଆକୁ ଜନ୍ମ ଦେଇଛି। ହେଲେ ଜନ୍ମଦେବାର କିଛି ସମୟ ମଧ୍ୟରେ ନବଜାତକ ଛୁଆଙ୍କୁ ମା’ସ୍ନେହରୁ ବଞ୍ଚତ୍ତ ହେବାକୁ ପଡିଛି। ମା’ ରେୱା ଜନ୍ମ ଦେଇଥିଲେ ମଧ୍ୟ ଛୁଆଙ୍କୁ ଗ୍ରହଣ ନ କରିବାରୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛଡ଼ାଯାଇଛି। ଶୁକ୍ରବାର ଅନ୍ୟତମ ଆକର୍ଷଣ ସାଜିଥିବା ଧଳା ବାଘୁଣୀ ରୂପା ୩ ଶାବକକୁ ଜନ୍ମ ଦେବାର ୪ଦିନ ପରେ ମଙ୍ଗଳବାର ସିଂହୀ ରେୱା ତା’ର ପ୍ରଥମଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଛି। ଏସିଆଟିକ୍‌ ସିଂହ ଜିତ୍‌ ସହ ମିଳନ ଘଟି ପ୍ରଥମକରି ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିବା ରେୱା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ତା’ପ୍ରତି କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିଲେ। ପ୍ରଥମକରି ସିଂହୀ ରଓ୍ବୋ ମା’ ହେଉଥିବାରୁ ସିଂହସଫାରୀର ଏକ ସେଲରେ ସ୍ବତନ୍ତ୍ର ଭାବେ ତାକୁ ରଖାଯାଇ ସିସିକ୍ୟାମେରା ଦ୍ୱାରା ଗତିବିଧିକୁ ଲକ୍ଷ୍ୟ କରାଯାଇଥିଲା। ଆବଶ୍ୟକ ନ ଥିଲେ ରେୱା ରହୁଥିବା ସେଲ୍‌ ପାଖକୁ କର୍ମଚାରୀମାନଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିଲା। ଶେଷରେ ମଙ୍ଗଳବାର ରେୱା ପର୍ଯ୍ୟାୟକ୍ରମେ ୪ ଛୁଆକୁ ଜନ୍ମ ଦେଇଥିଲା। କିନ୍ତୁ ପ୍ରଥମ ଛୁଆଟି ଜନ୍ମହେବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲା। ଦ୍ୱିତୀୟ ଛୁଆକୁ ଜନ୍ମଦେଇ ସାରିଲା ପରେ ରେୱା ଗ୍ରହଣ କରି ନଥିଲା। ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ରଓ୍ବୋ ଛୁଆକୁ ଗ୍ରହଣ କଲା ନାହିଁ। ବାଧ୍ୟ ହୋଇ କର୍ମଚାରୀମାନେ ମା’ଠାରୁ ଅଲଗା କରି ଛୁଆଟିକୁ ଚିକିତ୍ସାଳୟ ପାଖରେ ଥିବା ଲାଳନପାଳନ କେନ୍ଦ୍ରକୁ ସ୍ତାନାନ୍ତର କରିଥିଲେ। ତୃତୀୟ ଛୁଆଟି ମଧ୍ୟ ଜନ୍ମ ପରେ ମରିଯାଇଥିଲା। ଶେଷରେ ଚତୁର୍ଥ ଛୁଆକୁ ଜନ୍ମ ଦେବାର କିଛି ସମୟ ମଧ୍ୟରେ ଗ୍ରହଣ କରି ନ ଥିଲା। ପ୍ରାୟ ଅଧଘଣ୍ଟା ପରେ ତାକୁ ମଧ୍ୟ ମା’ଠାରୁ ଅଲଗା କରି ଲାଳନପାଳନ କେନ୍ଦ୍ରକୁ ଆଣିଥିଲେ। ନବଜାତକ ୨ଟିକୁ ବଞ୍ଚାଇ ରଖିବା ପାଇଁ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଉଭୟ ଛୁଆଙ୍କୁ ଇନକ୍ୟୁବେଶନ ଚାମ୍ବରରେ ରଖାଯିବା ସହ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଛି। ଏହାସହ ପ୍ରଥମକରି ମା’ ହୋଇଥିବା ସିଂହୀ ରେୱାର ଏଭଳି ଆଚରଣ ପରେ ତା’ପ୍ରତି କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବାର ଉପନିର୍ଦେଶକ ସଞ୍ଜିତ କୁମାର କହିଛନ୍ତି। ତେବେ ଏହି ନବଜାତକକୁ ମିଶାଇବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ସମୁଦାୟ ୨୩ରେ ପହଞ୍ଚତ୍ଛି। ସେଥିମଧ୍ୟରେ ଏସିଆ ଟିକ-୧୩, ଆଫ୍ରିକାନ-୧, ହାଇବ୍ରିଡ-୭ ଓ ଛୁଆ-୨।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?