ଘୋଡାହାଡ଼ ଡ୍ୟାମ୍‌: ୬୪ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି,୧୧ା୧(ଡି.ଏନ.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡାହାଡ଼ ଡ୍ୟାମ୍‌ରେ ଗତ ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ମଙ୍ଗଳବାର ଶେଷ ହୋଇଛି। ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ଡ୍ୟାମ୍‌ର ୧୦ ଅଞ୍ଚଳରେ ଗଣନା କାର୍ଯ୍ୟ କରାଯାଇଥିଲା। ସତନ୍ତ୍ର ତାଲିମପ୍ରାପ୍ତ ବନ କର୍ମଚାରୀମାନେ ୧୦ଟି ଦଳରେ ବିଭକ୍ତ ହୋଇ ଡଙ୍ଗା ସାହାଯ୍ୟରେ ଡ୍ୟାମ୍‌ ଅଞ୍ଚଳରେ କୁମ୍ଭୀର ଗଣନା କରିଥିଲେ। ଚଳିତବର୍ଷ ୬୪ଟି କୁମ୍ଭୀର ରହିଥିବା ଗଣନା ପରେ ରିପୋର୍ଟରୁ ଜଣାପଡିଛି ବୋଲି ବ୍ରହ୍ମପୁର ବନଖଣ୍ଡ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ କହିଛନ୍ତି। ସେହିପରି ଡ୍ୟାମ୍‌ ସଂଲଗ୍ନ ବିଭିନ୍ନ ଗ୍ରାମର ଜଳାଶୟଗୁଡିକରେ ୧୭ଟି କୁମ୍ଭୀର ଥିବା ଚିହ୍ନଟ କରାଯାଇଛି। ଅପରପକ୍ଷରେ ଡ୍ୟାମ୍‌ରେ ବହୁ ସଂଖ୍ୟକ ଗୋମୁହଁା ପ୍ରଜାତିର କୁମ୍ଭୀରଥିବା ଗବେଷକ ଡ.ଅନନ୍ତ ରାମ କର କହିଛନ୍ତି। ୧୯୬୭ରେ ପ୍ରତିଷ୍ଠା କରାଯାଇଥିବା ଘୋଡାହାଡ଼ ଡ୍ୟାମ୍‌କୁ ଶୀତ ଋତୁରେ ବହୁ ସଂଖ୍ୟକ ଦେଶୀ ବିଦେଶୀ ପକ୍ଷୀ ଆସିଥାନ୍ତି। ଏଠାରେ ବନ ବିଭାଗ ପକ୍ଷରୁ ପରିବେଶଭିତ୍ତିକ ପର୍ଯ୍ୟଟନସ୍ଥଳ ଇକୋ ଟୁରିଜମ୍‌ ପ୍ରତିଷ୍ଠା କରାଯାଇଛି ବୋଲି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ କହିଛନ୍ତି। କୁମ୍ଭୀର ଗଣନା କାର୍ଯ୍ୟରେ ବନପାଳ ସନ୍ତୋଷ ମଲ୍ଲିକ,ସୋମନାଥ ମଲ୍ଲିକ,ଡି.ପ୍ରଶାନ୍ତ ରାଓ,ଅରୁଣ କୁମାର ଦାସଙ୍କ ସମେତ ୫୦ ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ସାମିଲ ଥିଲେ। ଗତ ବର୍ଷ ଡ୍ୟାମ୍‌ରେ ୫୮ କୁମ୍ଭୀର ଥିବାବେଳେ ପାର୍ଶ୍ୱବର୍ତ୍ତୀ ଗ୍ରାମ ଜଳାଶୟଗୁଡିକରେ ୧୮ କୁମ୍ଭୀର ଚିହ୍ନଟ କରାଯାଇଥିଲା। ଡ୍ୟାମ୍‌ରେ ୫ଟି କୁମ୍ଭୀର ବଢ଼ିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri