ଆଶଙ୍କାରେ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୪ା୩(ଡି.ଏନ୍‌.ଏ.): ପ୍ରତିବର୍ଷ ମହାଶିବରାତ୍ରି ପରେ ଅମାବାସ୍ୟା ଯିବାର ପ୍ରଥମ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଏହି ଯାତ୍ରା ୭ବର୍ଷ ହେବ ବନ୍ଦ ରହିଛି। ଚଳିତ ବର୍ଷ ଏହି ଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ଗୁରୁବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସର୍କିିଟ ହାଉସ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଏମ୍‌ସି ଅଧିକାରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବହୁ ବିଚାରବିମର୍ଶ ପରେ ଏହି ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଫଳରେ ଜିଲାପାଳ ମହାପାତ୍ର ବିରକ୍ତି ପ୍ରକାଶ କରି ବୈଠକକୁ ବାତିଲ କରିଥିଲେ। ଫଳରେ ଚଳିତ ବର୍ଷ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବାନେଇ ପୁଣି ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଆଇନଜୀବୀ ବିଶ୍ୱନାରାୟଣ ନାୟକ କହିଛନ୍ତି, ହାଣ୍ଡିଭଙ୍ଗା ଯାତ୍ରା ସମ୍ପର୍କରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନ କିମ୍ବା ସେବାୟତ ଭ୍ରୂକ୍ଷେପ ନ କରିବାରୁ ଏଭଳି ପରିସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ଚିକିତ୍ସକ ସୁରେନ୍ଦ୍ର ରାୟଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟଙ୍କ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ...

ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ: ସ୍ବେଚ୍ଛାସେବୀଙ୍କ ସେବା ପ୍ରଶଂସନୀୟ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ୫୬ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ...

ଉପକୂଳ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ,୧।୧୨(ସ୍ବ.ପ୍ର.): ଓଡ଼ିଶାର ଉପକୂଳ ଅଞ୍ଚଳରେ ମଙ୍ଗଳବାର ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ୨୩ ତମ ସମରାଭ୍ୟାସର ନାମ ସାଗର କବଚ ୨୦୨୧...

ଆଜି ଚିହ୍ନଟ ହେଲେ ୭୫୩ କରୋନା ଆକ୍ରାନ୍ତ, ରହିଛି ୩୧୯ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୭୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ...

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଯୁବକଙ୍କ ଅଦ୍ଧଦଗ୍ଧ ମୃତଦେହ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ରାଜଧାନୀସ୍ଥିତ ଇନଫୋସିସ୍‌ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ଜଣକ ନନ୍ଦନକାନନ ଥାନା ବାଲିପଡ଼ା...

ପ୍ରତିଷ୍ଠା ହେବ ଆଉ ୪ ମେଡିକାଲ କଲେଜ

ଭୁବନେଶ୍ୱର, ୧୫ା୨(ବ୍ୟୁରୋ): ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କରାଯିବ। ଏଥିପାଇଁ ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଗତ...

ଝାରସୁଗୁଡ଼ାରେ ହେବ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ୍‌ କେନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୬ା୩: ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ମାଳିମୁଣ୍ଡା ନିକଟରେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ...

ଗଛ ବଞ୍ଚାଇଦେଲା ଜୀବନ:ନାଳରେ ଭାସି ଯାଇଥିବା ବୃଦ୍ଧା ଉଦ୍ଧାର

ରାସୋଳ, ୨୯ା୧୦(ଡି.ଏନ.ଏ) ଗଛ ବଞ୍ଚାଇଦେଲା ବୃଦ୍ଧାଙ୍କ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମ ନିକଟରେ। ରବିବାର ରାତିରେ ସ୍ଥାନୀୟ ବଡଯୋରା...

Advertisement
Archives

Model This Week