ନିଶ୍ଚିହ୍ନ ହେବାକୁ ବସିଛି ଲିଙ୍ଗରାଜଙ୍କ କୁଡୁଆ ସମ୍ପତ୍ତିି

ପୁରୁଣା ଭୁବନେଶ୍ୱର,୧୦ା୫(ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଜାନିଯାତ୍ରାରେ ନୀତିକାନ୍ତି ପାଇଁ ଛତିଶାନିଯୋଗ ନିୟୋଜିତ ରହିଛନ୍ତି। ସମସ୍ତ ସେବା ପାଇଁ ସେବାୟତଙ୍କୁ ଜମି ଖଞ୍ଜାପଡ଼ା ରହିଛି। ସେହପରି କୁମ୍ଭକାର ସେବାୟତଙ୍କୁ ମଧ୍ୟ ଜମି ଖଞ୍ଜାପେଡ଼ା ରହିଛି। ତେବେ ମନ୍ଦିର ପ୍ରଶାସନ ମାର୍ଫତରେ ବିଭିନ୍ନ ଅଞ୍ଚଳରେ ଥିବା ଶହ ଶହ ଏକର ଜମି ବିକ୍ରି ଚାଲିଛି। ଏହି ପରିପ୍ରେକ୍ଷୀରେ କୁମ୍ଭକାର ସେବାୟତଙ୍କ ପାଇଁ ଯୋଗାଇ ଦିଆଯାଇଥିବା କୁଡୁଆ ସମ୍ପତ୍ତି ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଲାଣି।
ମୁତାବକ, ଠାକୁରଙ୍କ ବିଭିନ୍ନ ଜାନିଯାତ୍ରା ପାଇଁ ଏବଂ ପ୍ରତ୍ୟହ ଶଙ୍ଖୁଡ଼ି ଭୋଗପାଇଁ ମାଟି କୁଡୁଆ, ହାଣ୍ଡି, ସରା, ପଲମ ବ୍ୟବହାର ହୋଇଥାଏ। ଏଥିପାଇଁ କୁମ୍ଭାର ସେବାୟତ ନିୟୋଜିତ ଅଛନ୍ତି। ଏକଦା ଏମାନଙ୍କୁ ୨୦ରୁ ୨୯ ଏକର ଜମି ସେବା କାର୍ଯ୍ୟ ପାଇଁ ଦିଆଯାଇଥିଲା। ଏସମସ୍ତ ସମ୍ପତ୍ତି ବିକ୍ରି ହୋଇ ପ୍ରାୟ ନିଶ୍ଚିହ୍ନ ହେବାକୁ ବସଲାଣି। ଅଭିଯୋଗ ମୁତାବକ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ନୁଆଗଁା ମୌଜାରେ ଥିବା ପ୍ରାୟ ଏକର ଜମିକୁ ଚଞ୍ଚକତା ପୂର୍ବକ ଘରବାଡ଼ି କରାଯାଇ ବିକ୍ରି ହେଉଛି। ଠାକୁରଙ୍କ ମୂଲ୍ୟବାନ ସମ୍ପତ୍ତି ଫେରି ଆସିଲେ ଶ୍ରୀଜିଉଙ୍କ ସେବାପୂଜାରେ ବ୍ୟାହାତ ଘଟିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଏନେଇ ପୂଜାପଣ୍ଡା ସେବାୟତ ନିଯୋଗ ସମ୍ପାଦକ ସଚ୍ଚୀକାନ୍ତ ପୂଜାପଣ୍ଡା କହିଛନ୍ତି, ସ୍ବୟଂ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିକୁ କିଣିଥିବା ବ୍ୟକ୍ତିଙ୍କଠାରୁ ଆଇନ ଅନୁଯାୟୀ ଉଦ୍ଧାର କରାଯାଉ। କୁମ୍ଭକାର ସେବାୟତ ପ୍ରଫୁଲ ମୁଦୁଲି କହିଛନ୍ତି, ଠାକୁରଙ୍କ ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ। ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି, ସେବା ପୂଜା ପାଇଁ ଖଞ୍ଜାଯାଇଥିବା ଜମିଗୁଡ଼ିକ ଉଦ୍ଧାର ପାଇଁ କେସ୍‌ ଦାଏର ହୋଇଛି। ଏଥିସହ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri