Posted inଜାତୀୟ

ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି

ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍‌ ରେଳ ନେଟ୍‌ଓ୍ବର୍କ। ଭାରତର ମୋଟ ଟ୍ରେନ୍‌ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍‌ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍‌ ଚାଳକ ଲୋକୋ ପାଇଲଟ୍‌ ଅତି ଦୟନୀୟ ଅବସ୍ଥାରେ ଦାୟିତ୍ୱ ତୁଲାଉଛନ୍ତି। ପ୍ରାୟ ୧୪ ହଜାର ଇଞ୍ଜିନରେ ସେମାନଙ୍କ ଲାଗି ପାଣି ନାହିଁ କି ବସିବାକୁ ଚେୟାର ମଧ୍ୟ ନାହିଁ। ଲୋକୋ ପାଇଲଟ୍‌ଙ୍କୁ ୧୨ ଘଣ୍ଟା ଏପରି କି ବେଳେବେଳେ ୧୪ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ାହୋଇ ଡ୍ୟୁଟି କରିବାକୁ ପଡ଼ୁଛି। ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ପାଇଲଟ୍‌ ମଧ୍ୟ ଏହି ଅସୁବିଧା ଭୋଗୁଛନ୍ତି। ମାତ୍ର ୯୭ ଟ୍ରେନ୍‌ରେ ଟଏଲେଟ୍‌ ରହିଛି। ଯେତେବେଳେ ବି ଟ୍ରେନ୍‌ ଦୁର୍ଘଟଣା ଘଟିଥାଏ, ଲୋକୋ ପାଇଲଟ୍‌ଙ୍କ ତ୍ରୁଟି ଖୋଜିବାରେ ସମସ୍ତେ ଲାଗିପଡ଼ନ୍ତି। କିନ୍ତୁ ସେମାନଙ୍କ ଅସୁବିଧା ଉପରେ କେହି ଦୃଷ୍ଟି ଦିଅନ୍ତି ନାହିଁ। ଦୁର୍ଘଟଣା ଘଟିଲେ ଅଫିସରମାନେ ଏହି ଅସୁବିଧା ଉପରେ ଆଲୋଚନା କରି କିଛିଦିନ ସୁଧାର ପାଇଁ ଉଦ୍ୟମ କରନ୍ତି। ପରେ ସବୁ ପୁଣି ପୂର୍ବ ଭଳି ହୋଇଯାଏ। ୨୦୧୬ରେ ମାନବାଧିକାର କମିଶନ ଟ୍ରେନ୍‌ଗୁଡ଼ିକରେ ଏସି ଏବଂ ଟଏଲେଟ୍‌ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଉପରେ ଅଦ୍ୟାବଧି ପଦକ୍ଷେପ ନିଆଯାଇ ନାହିଁ। ରନିଂ ଷ୍ଟାଫ୍‌ଙ୍କୁ ୯ ଘଣ୍ଟାରୁ ଅଧିକ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଗାଇଡ୍‌ଲାଇନ୍‌ ଆସିଥିଲା। ତାକୁ ମଧ୍ୟ କାର୍ଯ୍ୟକାରୀ କରାଗଲା ନାହିଁ। ବିଳାସପୁର ରେଳମଣ୍ଡଳର ସିଂହପୁର ଷ୍ଟେଶନରେ ଏପ୍ରିଲ ୧୯ରେ ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହେବାରୁ ଜଣେ ଲୋକୋ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ମାଲଗାଡ଼ି ଚଳାଉଥିବା ଲୋକୋପାଇଲଟ୍‌ ଲଗାତର ୧୪ ଘଣ୍ଟା ଧରି ଡ୍ୟୁଟି କରି କ୍ଳାନ୍ତ ହୋଇଯାଇଥିଲେ। ଏହି ରିପୋର୍ଟ ମଧ୍ୟ ପୂର୍ବ ରିପୋର୍ଟଗୁଡ଼ିକ ଭଳି ନାଲିଫିତା ତଳେ ନିଖୋଜ ହେବାକୁ ବସିଲାଣି।
ଓଭରଟାଇମ୍‌ ଖଟଣି
ଉସ୍‌ଲାପୁର ଷ୍ଟେଶନ, ସମୟ ଅପରାହ୍ନ ୩ଟା। ଏକ ମାଲବାହୀ ଟ୍ରେନ୍‌ ପ୍ରାୟ ଘଣ୍ଟାଏ ଧରି ମିଡିଲ ଲାଇନ୍‌ ଉପରେ ଛିଡ଼ା ହୋଇଥିଲା। ଏହାର ଲୋକୋ ପାଇଲଟ୍‌ ରେଲଓ୍ବେର ନିୟମ ଅନୁସାରେ ସୂଚନା ଦେଇ ନ ଥିଲେ। ସେ କେବଳ ଏତିକି କହିଥିଲେ, ଷ୍ଟେଶନ, ଆଉଟର ବା ଘଞ୍ଚ ଜଙ୍ଗଲ-ପାହାଡ଼ଗୁଡ଼ିକରେ ଅପେକ୍ଷା କରିବା ଅଭ୍ୟାସ ହୋଇଗଲାଣି। ଲୋକୋ ପାଇଲଟ୍‌ଙ୍କ ସଂଖ୍ୟା ୫୦-୬୦ ହଜାରରେ ସୀମିତ ହୋଇଯାଇଛି। ଏଥିପାଇଁ ଓଭରଟାଇମ୍‌ କାମ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି।
ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ଯାଏ ପ୍ରତୀକ୍ଷା
ପାସେଞ୍ଜର ଟ୍ରେନ୍‌ଗୁଡ଼ିକର ଲୋକୋ ପାଇଲଟ୍‌ଙ୍କୁ ସିଗ୍‌ନାଲ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥାଏ। କିନ୍ତୁ ମାଲବାହୀ ଟ୍ରେନ୍‌ ଚଳାଉଥିବା ଲୋକୋ ପାଇଲଟ୍‌ଙ୍କୁ ସବୁଜ ସଙ୍କେତ ପାଇଁ ଅନେକ ଘଣ୍ଟା ଧରି ଖରା ଓ ରାତିର ଅନ୍ଧାରରେ ପ୍ରତୀକ୍ଷା କରିବାକୁ ପଡ଼ିଥାଏ। ସେମାନେ ଟ୍ରେନ୍‌ରୁ ଓହ୍ଲାଇପାରନ୍ତି ନାହିଁ। ଟ୍ରେନ୍‌ରେ ହିଁ ଥାଇ ସଜାଗ ହେବାକୁ ପଡ଼େ, କେତେବେଳେ ଗ୍ରୀନ୍‌ ସିଗ୍‌ନାଲ ଆସିବ ଏବଂ ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଆଡ଼କୁ ଅଗ୍ରସର ହେବ।

ମହିଳା ଲୋକୋ ପାଇଲଟ୍‌ କୁହନ୍ତି…

ଟଏଲେଟ୍‌ ବ୍ୟବହାର କରିବା ପାଇଁ ଆମକୁ ଇଞ୍ଜିନ୍‌ କ୍ୟାବିନେଟ୍‌ରୁ ଓହ୍ଲାଇ ପ୍ଲାଟ୍‌ଫର୍ମ କିମ୍ବା ନିକଟସ୍ଥ କୋଚ୍‌କୁ ଧାଇଁବାକୁ ପଡ଼ିଥାଏ। କିନ୍ତୁ ଟ୍ରେନ୍‌ର ସୀମିତ ରହଣି କାଳ ମଧ୍ୟରେ ଏହା ସାରିବାକୁ ପଡ଼େ। ତେଣୁ ଆମ ମଧ୍ୟରୁ ଅଧିକାଂଶ ଲୋକୋ ପାଇଲଟ୍‌ ଡ୍ୟୁଟି ସମୟରେ ଅଧିକ ପାଣି ପିଇବା ଓ ଖାଦ୍ୟ ଖାଇବାକୁ କୁଣ୍ଠାବୋଧ କରିଥାଆନ୍ତି। ଏକକାଳୀନ ୧୧ ଘଣ୍ଟିଆ ଡ୍ୟୁଟି ଭିତରେ ଖାଦ୍ୟ ଓ ପାନୀୟ ଉପରେ ନିୟନ୍ତ୍ରଣ କିଡ୍‌ନୀ ଷ୍ଟୋନ୍‌ ଭଳି ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ପାଲଟେ। ପରିସ୍ରା କରିବାକୁ ନ ଯିବା ଯୋଗୁ ମୂତ୍ରାଶୟରେ ସଂକ୍ରମଣ ମଧ୍ୟ ହୋଇଥାଏ। ରେଲଓ୍ବେ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?