Odisha Elections 2024
Posted inଜାତୀୟ

ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି

ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍‌ ରେଳ ନେଟ୍‌ଓ୍ବର୍କ। ଭାରତର ମୋଟ ଟ୍ରେନ୍‌ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍‌ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍‌ ଚାଳକ ଲୋକୋ ପାଇଲଟ୍‌ ଅତି ଦୟନୀୟ ଅବସ୍ଥାରେ ଦାୟିତ୍ୱ ତୁଲାଉଛନ୍ତି। ପ୍ରାୟ ୧୪ ହଜାର ଇଞ୍ଜିନରେ ସେମାନଙ୍କ ଲାଗି ପାଣି ନାହିଁ କି ବସିବାକୁ ଚେୟାର ମଧ୍ୟ ନାହିଁ। ଲୋକୋ ପାଇଲଟ୍‌ଙ୍କୁ ୧୨ ଘଣ୍ଟା ଏପରି କି ବେଳେବେଳେ ୧୪ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ାହୋଇ ଡ୍ୟୁଟି କରିବାକୁ ପଡ଼ୁଛି। ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ପାଇଲଟ୍‌ ମଧ୍ୟ ଏହି ଅସୁବିଧା ଭୋଗୁଛନ୍ତି। ମାତ୍ର ୯୭ ଟ୍ରେନ୍‌ରେ ଟଏଲେଟ୍‌ ରହିଛି। ଯେତେବେଳେ ବି ଟ୍ରେନ୍‌ ଦୁର୍ଘଟଣା ଘଟିଥାଏ, ଲୋକୋ ପାଇଲଟ୍‌ଙ୍କ ତ୍ରୁଟି ଖୋଜିବାରେ ସମସ୍ତେ ଲାଗିପଡ଼ନ୍ତି। କିନ୍ତୁ ସେମାନଙ୍କ ଅସୁବିଧା ଉପରେ କେହି ଦୃଷ୍ଟି ଦିଅନ୍ତି ନାହିଁ। ଦୁର୍ଘଟଣା ଘଟିଲେ ଅଫିସରମାନେ ଏହି ଅସୁବିଧା ଉପରେ ଆଲୋଚନା କରି କିଛିଦିନ ସୁଧାର ପାଇଁ ଉଦ୍ୟମ କରନ୍ତି। ପରେ ସବୁ ପୁଣି ପୂର୍ବ ଭଳି ହୋଇଯାଏ। ୨୦୧୬ରେ ମାନବାଧିକାର କମିଶନ ଟ୍ରେନ୍‌ଗୁଡ଼ିକରେ ଏସି ଏବଂ ଟଏଲେଟ୍‌ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଉପରେ ଅଦ୍ୟାବଧି ପଦକ୍ଷେପ ନିଆଯାଇ ନାହିଁ। ରନିଂ ଷ୍ଟାଫ୍‌ଙ୍କୁ ୯ ଘଣ୍ଟାରୁ ଅଧିକ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଗାଇଡ୍‌ଲାଇନ୍‌ ଆସିଥିଲା। ତାକୁ ମଧ୍ୟ କାର୍ଯ୍ୟକାରୀ କରାଗଲା ନାହିଁ। ବିଳାସପୁର ରେଳମଣ୍ଡଳର ସିଂହପୁର ଷ୍ଟେଶନରେ ଏପ୍ରିଲ ୧୯ରେ ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହେବାରୁ ଜଣେ ଲୋକୋ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ମାଲଗାଡ଼ି ଚଳାଉଥିବା ଲୋକୋପାଇଲଟ୍‌ ଲଗାତର ୧୪ ଘଣ୍ଟା ଧରି ଡ୍ୟୁଟି କରି କ୍ଳାନ୍ତ ହୋଇଯାଇଥିଲେ। ଏହି ରିପୋର୍ଟ ମଧ୍ୟ ପୂର୍ବ ରିପୋର୍ଟଗୁଡ଼ିକ ଭଳି ନାଲିଫିତା ତଳେ ନିଖୋଜ ହେବାକୁ ବସିଲାଣି।
ଓଭରଟାଇମ୍‌ ଖଟଣି
ଉସ୍‌ଲାପୁର ଷ୍ଟେଶନ, ସମୟ ଅପରାହ୍ନ ୩ଟା। ଏକ ମାଲବାହୀ ଟ୍ରେନ୍‌ ପ୍ରାୟ ଘଣ୍ଟାଏ ଧରି ମିଡିଲ ଲାଇନ୍‌ ଉପରେ ଛିଡ଼ା ହୋଇଥିଲା। ଏହାର ଲୋକୋ ପାଇଲଟ୍‌ ରେଲଓ୍ବେର ନିୟମ ଅନୁସାରେ ସୂଚନା ଦେଇ ନ ଥିଲେ। ସେ କେବଳ ଏତିକି କହିଥିଲେ, ଷ୍ଟେଶନ, ଆଉଟର ବା ଘଞ୍ଚ ଜଙ୍ଗଲ-ପାହାଡ଼ଗୁଡ଼ିକରେ ଅପେକ୍ଷା କରିବା ଅଭ୍ୟାସ ହୋଇଗଲାଣି। ଲୋକୋ ପାଇଲଟ୍‌ଙ୍କ ସଂଖ୍ୟା ୫୦-୬୦ ହଜାରରେ ସୀମିତ ହୋଇଯାଇଛି। ଏଥିପାଇଁ ଓଭରଟାଇମ୍‌ କାମ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି।
ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ଯାଏ ପ୍ରତୀକ୍ଷା
ପାସେଞ୍ଜର ଟ୍ରେନ୍‌ଗୁଡ଼ିକର ଲୋକୋ ପାଇଲଟ୍‌ଙ୍କୁ ସିଗ୍‌ନାଲ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥାଏ। କିନ୍ତୁ ମାଲବାହୀ ଟ୍ରେନ୍‌ ଚଳାଉଥିବା ଲୋକୋ ପାଇଲଟ୍‌ଙ୍କୁ ସବୁଜ ସଙ୍କେତ ପାଇଁ ଅନେକ ଘଣ୍ଟା ଧରି ଖରା ଓ ରାତିର ଅନ୍ଧାରରେ ପ୍ରତୀକ୍ଷା କରିବାକୁ ପଡ଼ିଥାଏ। ସେମାନେ ଟ୍ରେନ୍‌ରୁ ଓହ୍ଲାଇପାରନ୍ତି ନାହିଁ। ଟ୍ରେନ୍‌ରେ ହିଁ ଥାଇ ସଜାଗ ହେବାକୁ ପଡ଼େ, କେତେବେଳେ ଗ୍ରୀନ୍‌ ସିଗ୍‌ନାଲ ଆସିବ ଏବଂ ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଆଡ଼କୁ ଅଗ୍ରସର ହେବ।

ମହିଳା ଲୋକୋ ପାଇଲଟ୍‌ କୁହନ୍ତି…

ଟଏଲେଟ୍‌ ବ୍ୟବହାର କରିବା ପାଇଁ ଆମକୁ ଇଞ୍ଜିନ୍‌ କ୍ୟାବିନେଟ୍‌ରୁ ଓହ୍ଲାଇ ପ୍ଲାଟ୍‌ଫର୍ମ କିମ୍ବା ନିକଟସ୍ଥ କୋଚ୍‌କୁ ଧାଇଁବାକୁ ପଡ଼ିଥାଏ। କିନ୍ତୁ ଟ୍ରେନ୍‌ର ସୀମିତ ରହଣି କାଳ ମଧ୍ୟରେ ଏହା ସାରିବାକୁ ପଡ଼େ। ତେଣୁ ଆମ ମଧ୍ୟରୁ ଅଧିକାଂଶ ଲୋକୋ ପାଇଲଟ୍‌ ଡ୍ୟୁଟି ସମୟରେ ଅଧିକ ପାଣି ପିଇବା ଓ ଖାଦ୍ୟ ଖାଇବାକୁ କୁଣ୍ଠାବୋଧ କରିଥାଆନ୍ତି। ଏକକାଳୀନ ୧୧ ଘଣ୍ଟିଆ ଡ୍ୟୁଟି ଭିତରେ ଖାଦ୍ୟ ଓ ପାନୀୟ ଉପରେ ନିୟନ୍ତ୍ରଣ କିଡ୍‌ନୀ ଷ୍ଟୋନ୍‌ ଭଳି ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ପାଲଟେ। ପରିସ୍ରା କରିବାକୁ ନ ଯିବା ଯୋଗୁ ମୂତ୍ରାଶୟରେ ସଂକ୍ରମଣ ମଧ୍ୟ ହୋଇଥାଏ। ରେଲଓ୍ବେ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଅବକାରି ନୀତି ମାମଲାରେ ଏଏପି ଅଭିଯୁକ୍ତ, କେଜରିଓ୍ବାଲ, ଏଏପି ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ

ନୂଆଦିଲ୍ଲୀ,୧୭।୫: ମଦ ଦୁର୍ନୀତି ମାମଲାରେ ଇଡି ଉଭୟ ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛନ୍ତି। ଇଡି...

ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା…

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜରିମାନା। ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ଜବାବ ଦାଖଲରେ ବିଳମ୍ବକୁ ନେଇ ରାହୁଲଙ୍କ ଉପରେ...

ମୁଁ ମୋ ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି, ରାହୁଲ ନିରାଶ କରିବେନି, ରାଏବରେଲି ମଞ୍ଚରେ ଏମିତି କହିଲେ ସୋନିଆ

ରାଏବରେଲି,୧୭।୫: ଶୁକ୍ରବାର ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିବା ରାଏ ବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି...

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ-...

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

୩ ଦିନ ପରେ ହୋର୍ଡିଂ ତଳୁ ମିଳିଲା ୨ ମୃତଦେହ, ବଲିଉଡରେ ଶୋକର ଛାୟା

ମୁମ୍ବାଇ,୧୭।୫: ମହାରାଷ୍ଟ୍ରର ଘାଟକୋପରରେ ହୋଇଥିବା ହୋର୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ପେଟ୍ରୋଲ ପମ୍ପ ଉପରେ ପଡିଥିବା ଏହି ହୋର୍ଡିଂ ହଟାଯିବା ମାତ୍ରେ ଏଥିରୁ...

ହେମନ୍ତ ସୋରେନଙ୍କ ନିର୍ବାଚନ ପ୍ରଚାର ପାଇଁ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫: ମନି ଲଣ୍ଡରିଂ ମାମଲାରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶୁଣାଣି କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ...

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri