ରାସ୍ତା ଅବରୋଧ କରି ଗ୍ରାମବାସୀଙ୍କ ପ୍ରତିବାଦ

ବ୍ରହ୍ମବରଦା/ଯାଜପୁର ସଦର,୧ା୭(ଯଯାତି କେଶରୀ ବେହେରା/ସମର ବିଜୟ ଶରଣ): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ଝାଲପଡ଼ା ଗ୍ରାମରେ ରାଶନ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ସକାଳେ ଝାଲପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବରୁଅଁା-ବାଲିଚନ୍ଦ୍ରପୁର ମୁଖ୍ୟରାସ୍ତାକୁ ଝାଲପଡ଼ା ଛକଠାରେ ଟାୟାର ଜାଳି ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ଫଳରେ ୨ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା। ଖବର ପାଇ ବ୍ରହ୍ମବରଦା ପୋଲିସ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲା। ହେଲେ ଉପରିସ୍ଥ ଅଧିକାରୀ ଆସି ଘଟଣାର ସମାଧାନ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଫଳରେ ସେମାନଙ୍କୁ ବୁଝାଇବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ପୋଲିସ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଯାଇଥିଲେ।
ଗ୍ରାମବାସୀ କହିଛନ୍ତି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାଶନ ସାମଗ୍ରୀକୁ ଝାଲପଡ଼ା ଗ୍ରାମର ଡିଲର ପର୍ଶୁରାମ ମୁଦୁଲି ବଣ୍ଟନ କରୁଛନ୍ତି। ହେଲେ ୪ ମାସ ହେବ ସେ ୭୨୬ ହିତାଧିକାରୀଙ୍କୁ ସାମଗ୍ରୀ ନ ଦେଇ ହଡ଼ପ କରିଛନ୍ତି। ଏନେଇ ପ୍ରତିବାଦ କରୁଥିବା ଗ୍ରାମର କେତେଜଣ ମୁଷ୍ଟିମେୟ ଲୋକଙ୍କୁ ରାତିଅଧିଆ ଚାଉଳ ଦେଇ ସେମାନଙ୍କ ପାଟି ଚୁପ୍‌ କରି ଦେଉଛନ୍ତି। ହେଲେ ଗରିବ ଶ୍ରେଣୀର ଲୋକେ ଡିଲରଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ଆଜି କାଲି କହି ସେ ସାମଗ୍ରୀ ଦେଉନାହାନ୍ତି। ପୂର୍ବରୁ ବ୍ଲକ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହ ଡିଲରଙ୍କ ଘର ଆଗରେ ପ୍ରତିବାଦ କରାଯାଇଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା। ଶେଷରେ ନିରୁପାୟ ହୋଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷରେ ସମ୍ପୃକ୍ତ ଡିଲର ହିତାଧିକାରୀଙ୍କଠାରୁ ଆଗୁଆ ଫିଙ୍ଗରପ୍ରିଣ୍ଟ ନେଉଥିଲେ ମଧ୍ୟ ସାମଗ୍ରୀ ଦେଉ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାର ପ୍ରଚ୍ଛଦ ପଟରେ କୌଣସି ରାଜନେତାଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ସେହିପରି ଡିଲରଶିପ୍‌ ପର୍ଶୁରାମଙ୍କ ନଁାରେ ଥିବାବେଳେ ତାଙ୍କ ପୁଅ ସାମଗ୍ରୀ ବିତରଣ କରୁଥିବା ସୂଚନା ମିଳିଛି। ଏ ସମ୍ପର୍କରେ ପର୍ଶୁରାମଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କ ପୁଅ କହିଛନ୍ତି, ଗଁା ବହୁ ବଡ଼ ହେଉଥିବାରୁ ମୁଁ ଆଗୁଆ ଫିଙ୍ଗର ପ୍ରିଣ୍ଟ୍‌ ନେଇଯାଏ। ରାଶନ ସାମଗ୍ରୀ ଷ୍ଟକ୍‌ ନାହିିଁ। ଆସିଲେ ସମସ୍ତଙ୍କୁ ଦିଆଯିବ। ଏହାକୁ ଗ୍ରାମବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ସେମାନେ ରାଶନ ଘୋଟାଲାର ତଦନ୍ତ ଦାବି କରିଛନ୍ତି। ଦେଖିବାକୁ ଅପେକ୍ଷା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri