ସୂଚନା ଫଳକରେ ସୀମିତ ସୌନ୍ଦର୍ଯ୍ୟକରଣ

ବାରିପଦା ଅଫିସ,୧୭ା୬ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଉ ନ ଥିବାରୁ ଶ୍ରଦ୍ଧାଳୁ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକ ଦେଖାଣିଆ ଭାବେ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ମନ୍ଦିର ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ମଧ୍ୟ ଉନ୍ନତିକରଣ ଲାଗି କୌଣସି ତପତ୍ରତା ପ୍ରକାଶ ପାଇନାହିଁ। କେବଳ ପର୍ଯ୍ୟଟନ ବିଭାଗର ଏକ ସୂଚନା ଫଳକ ବ୍ୟତିତ କୌଣସି ଅନୁଦାନ ମିଳିନାହିଁ। ତତ୍‌କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ବର୍ଷେ ପୁରିବାକୁ ଯାଉଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
୧୨ଜୁନ ୨୦୨୧ ଜୁନ୍‌ ୧୨ରେ ମୟୂରଭଞ୍ଜ ଜିଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଉତ୍ତର ଓଡ଼ିଶାର ଏହି ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ ନିମନ୍ତେ ୫୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ଜୁଲାଇ ୨୭ରେ ତତ୍‌କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାଣତ୍ରୀଗସ୍ତରେ ଆସି ମନ୍ଦିରର ଉନ୍ନତି କରଣ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସର୍ବସାଧାରଣରେ ପ୍ରକାଶ କରିଥିଲେ। ଏହି ଅର୍ଥରେ ପୁରାତନ ମନ୍ଦିରର ବେଢ଼ା ଓ ଭିତରପାର୍ଶ୍ୱ ମରାମତି, ମନ୍ଦିରକୁ ଲାଗିଥିବା ଜଳାଶୟରେ ବୋଟିଂ ବ୍ୟବସ୍ଥା ସହିତ ଏକ ଝୁଲାପୋଲ ନିର୍ମାଣ, ପାର୍କ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ, ସ୍ବାଗତ ତୋରଣ ନିର୍ମାଣ, ରାସ୍ତାର ଉଭୟ ପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ମାଣତ୍ରୀ କଲେଜ ସମ୍ମୁଖରେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ ପାଇଁ ଉଦ୍ଦିଷ୍ଟ ୩ ଏକର ଜମିକୁ ଚିହ୍ନଟ କରି ଦଖଲମୁକ୍ତ କରିବାକୁ ମନ୍ତ୍ରୀ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନତିକରଣ କାର୍ଯ୍ୟର ରୂପରେଖ ଓ ଅଟକଳ ପ୍ରସ୍ତୁତି ଆରମ୍ଭ ସାଙ୍ଗକୁ ସେପ୍ଟେମ୍ବର ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ମନ୍ତ୍ରୀ ଘୋଷଣା କରିଥିଲେ ବୋଲି ମାଣତ୍ରୀର ଦେବାଶିଷ ରଞ୍ଜନ ଦାଶ, ଭାନୁଶଙ୍କର ପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ମନ୍ଦିରର ପରିଛା ପ୍ରଦୀପ କୁମାର ପଣ୍ଡାଙ୍କ ପୌରହିତ୍ୟରେ ବହୁ ନେତୃବୃନ୍ଦ ଉପସ୍ଥିତ ରହି ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ଓ ମନ୍ଦିରର ପୁନଃରୁଦ୍ଧାର କରିବାକୁ ନେଇ ଆଲୋଚନା କରିଥିଲେ। ସେବାୟତମାନଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ଆଇଟିଡିଏ ପକ୍ଷରୁ ମନ୍ଦିର ପରିସର ଚଟାଣରେ ଟାଇଲ ବିଛାଇବା କାର୍ଯ୍ୟ ବିବାଦ ଯୋଗୁ ବନ୍ଦ ରହିଛି। ଏପରି ସ୍ଥଳେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ମାଣତ୍ରୀ ମନ୍ଦିର କେବଳ କାଗଜପତ୍ରରେ ସୀମିତ ରହିଛି ବୋଲି ଅଞ୍ଚଳର ସରୋଜ ନାଏକ, ବାସନ୍ତୀ ପାତ୍ର ଓ ଜଗନ୍ନାଥ ନାଏକ କହିଛନ୍ତି। ତେବେ ଜିଲାରେ ଥିବା ମଠ ମନ୍ଦିର ମଧ୍ୟରୁ ଦେବୋତ୍ତର ବିଭାଗକୁ ସିଂହଭାଗ ରାଜସ୍ବ ଯୋଗାଉଥିବା ବୈଦ୍ୟନାଥ ମନ୍ଦିରର ଉନ୍ନୟନ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି ା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟୁଥିବା ମାଣତ୍ରୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଲେ ପୁରୁଣା ଐତିହ୍ୟ ଜୀବନ୍ତ ହୋଇ ଉଠିବ ବୋଲି ଶ୍ରଦ୍ଧାଳୁମାନେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ଡାକ୍ତର ଆନ୍ଦୋଳନ: ଆଲୋଚନାକୁ ଡାକିଲେ ସରକାର

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମେତ ୧୩ଦଫା ଦାବି ନେଇ ବୁଧବାରଠାରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଦରମା ବନ୍ଦ…

ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ: ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର):ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି(ଗ୍ରୀନ୍‌ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri