ରାଜକୋଷକୁ ଚୂନ ଲଗାଇଛନ୍ତି ବାବୁ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜକୋଷର ମୁଖ୍ୟ ଆଧାର ହେଉଛି ଟିକସ। ଏହାର ଅବମୂଲ୍ୟାୟନ ଓ ଚଞ୍ଚକତା ଯୋଗୁ ରାଜ୍ୟକୁ ବହୁ କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡ଼ିଛି। ସରକାରୀ ବାବୁ (ଅଧିକାରୀ)ମାନେ ରାଜକୋଷକୁ ଚୂନ ଲଗାଇଛନ୍ତି। ସେମାନଙ୍କ ଦୁର୍ନୀତିଖୋର ମନୋଭାବ ଏବଂ ଅବହେଳା ଯୋଗୁ ଏଭଳି ଘଟିଛି। ବିଶେଷକରି ଓଡ଼ିଶା ଦ୍ରବ୍ୟ ଓ ସେବା ଟିକସ(ଓଜିଏସ୍‌ଟି), ଓଡ଼ିଶା ମୂଲ୍ୟଯୁକ୍ତ ଟିକସ(ଓଭାଟ୍‌) କେନ୍ଦ୍ରୀୟ ବିିକ୍ରିକର(ସିଏସ୍‌ଟି) ଓଡ଼ିଶା ପ୍ରବେଶ କର(ଓଇଟି), ପ୍ରମୋଦ କର(ଇଟି), ବୃତ୍ତିଗତ ଟିକସ(ପିଟି) ଏବଂ ଅବକାରୀ ଟିକସ ଆଦାୟ ଓ ମୂଲ୍ୟାୟନ ଠିକ୍‌ ଢଙ୍ଗରେ ନ ହେବାରୁ ସରକାର ବିପୁଳ ଟଙ୍କାର ରାଜସ୍ବ କ୍ଷତି ସହିଛନ୍ତି। ଏପରି କି ବହୁ କୋଟିର ଟିକସ ଆଦାୟ ନ ହୋଇ ଦୀର୍ଘବର୍ଷ ହେବ ପଡ଼ିରହିଛି। ଓଜିଏସ୍‌ଟି, ଓଭାଟ୍‌, ସିଏସ୍‌ଟି, ଓଇଟି, ଇଟି ଏବଂ ପିଟି ସମ୍ପର୍କିତ ୨୬୧ ମାମଲା ଯାଞ୍ଚ ପରେ ଜଣାଗଲା ଯେ, ଏ ବାବଦରେ ୫୨୮.୫୮ କୋଟି ଟଙ୍କାର ଟିକସ ଆଦାୟରେ ଅନିୟମିତତା କରାଯାଇଛି। ବିଧାନସଭାରେ ଶନିବାର ଉପସ୍ଥାପିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରାଜସ୍ବ ଓ ଆର୍ଥିକ କ୍ଷେତ୍ର-୨୦୧୯ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟର ପର୍ଦ୍ଦାଫାଶ ହୋଇଛି।
ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭାଟ୍‌, ପ୍ରବେଶ କର ଓ ଖଣି ରାଜସ୍ବ ଭାବେ ୧୩,୬୮୩.୭୧ କୋଟି ୨୦୧୯ ମାର୍ଚ୍ଚ ୩୧ ଯାଏ ଆଦାୟ ହୋଇ ନ ଥିଲା। ସେଥିରୁ ୫,୭୧୭.୩୪ କୋଟି ଟଙ୍କା ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଦାୟ ନ ହୋଇ ପଡ଼ିରହିଛି। ସେଥିମଧ୍ୟରୁ ଭାଟ୍‌ ବାବଦରେ ୨,୯୩୧.୫୬ କୋଟି ଟଙ୍କା ବକେୟା ରହିଥିବାବେଳେ ୧,୨୩୦.୧୩ କୋଟି ଟଙ୍କାର ପ୍ରବେଶ କର, ୧୪୪.୯୫ କୋଟି ଟଙ୍କାର ଯାନବାହନ ଟିକସ ଏବଂ ୧,୪୧୦.୭୨ କୋଟି ଟଙ୍କା ଖଣି ରାଜସ୍ବ ଅନାଦାୟ ଭାବେ ପଡ଼ିରହିଛି। ଟିକସ ଆଦାୟ ରେକର୍ଡପତ୍ରରେ ମଧ୍ୟ ଚଞ୍ଚକତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସିଏଜି ସମୀକ୍ଷା କରିବା ମାସକ ପୂର୍ବରୁ ରେକର୍ଡପତ୍ର ପ୍ରସ୍ତୁତ କରିବାକୁ ଟିକସ ଓ ଅଣଟିକସ ରାଜସ୍ବ କାର୍ଯ୍ୟାଳୟଗୁଡିକୁ କୁହାଯାଇଥାଏ। ତେବେ ସରକାରଙ୍କ ଟିକସ ଆଦାୟ କରୁଥିବା କାର୍ଯ୍ୟାଳୟଗୁଡିକ ୨୦୧୮-୧୯ରେ ୧,୩୬୩.୯୬ କୋଟି ଟଙ୍କା ଜଡିତ ଥିବା ୧,୧୬୦ଟି କର ନିର୍ଦ୍ଧାରଣ ନଥିପତ୍ର, ଅର୍ଥ ଫେରସ୍ତ ରେଜିଷ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ବେଳେ ଦେଖାଇ ପାରିନାହାନ୍ତି।

ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା କୃଷିଋଣରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। କୃଷି ଋଣ ଉଠାଇବା ପାଇଁ ଚାଷୀମାନଙ୍କ ନିମନ୍ତେ ରୂପେ କିଷାନ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ତେବେ ତାହାକୁ ସକ୍ରିୟ କରିବା ଲାଗି ଆବଶ୍ୟକ ଭିତ୍ତିଭୂମିି କରାଯାଇ ନ ଥିବାରୁ ରାଜ୍ୟ ରାଜକୋଷ ଉପରେ ଅଯଥା ୧୭.୪୩ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ଥିଲା। କେବଳ ସେତିକି ନୁହେଁ, ଠିକ୍‌ ସମୟରେ ବିପର୍ଯ୍ୟୟ ପ୍ରଭାବିତ ଚାଷୀଙ୍କୁ ସହାୟତା ନ ଯୋଗାଇବା, କୃଷି ସହାୟତା କେନ୍ଦ୍ର ଗଠନରେ ବିଳମ୍ବ, କମ୍ପ୍ୟୁଟରୀକରଣ ଏବଂ ନେଟୱର୍କିଂ ବିଫଳତା ଯୋଗୁ ଚାଷୀଙ୍କୁ କୌଣସି ଫାଇଦା ମିଳି ପାରି ନ ଥିଲା। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡିକୁ କମ୍ପ୍ୟୁଟରୀକରଣ କରା ନ ଯିବା ଏବଂ ଭି-ସାଟ୍‌ରେ ସଂଯୋଗ କରା ନ ଯିବା ଯୋଗୁ କୃଷକମାନେ ଇ-ବ୍ୟାଙ୍କିଙ୍ଗ୍‌ ସେବା ଓ ରୂପେ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରି ନ ଥିଲେ।

ଜଙ୍ଗଲ ଓ ପରିବେଶ ବିଭାଗରେ ମଧ୍ୟ ଅନେକ ଅନିୟମିତତାକୁ ସିଏଜି ଠାବ କରିଛନ୍ତି। ବଣାଇ ବନଖଣ୍ଡ ଅଧିକାରୀ ୨୦୧୧ରୁ ୨୦୧୮ ମଧ୍ୟରେ ଜବତ ହୋଇଥିବା କାଠଗଣ୍ଡି ଓ ଖୁଣ୍ଟିଗୁଡିକର ମୂଲ୍ୟାୟନ ନ କରି ପକାଇ ରଖିବାରୁ ସରକାରଙ୍କୁ ୧.୪୯ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଛି।
ଜଳସେଚନ ବିଭାଗର ଅପାରଗତା ଯୋଗୁ ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡିଛି। ଚାଷ ଜମିକୁ ଜଳସେଚନ ଯୋଗାଇ ଦେବାକୁ ହାଡୁଆ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତେବେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ହାଡୁଆ ଜଳସେଚନ ପ୍ରକଳ୍ପ ଆଏକଟ ମାଡିଯିବାରୁ ପ୍ରକଳ୍ପରେ ବ୍ୟୟ ହୋଇଥିବା ୬୪.୬୮ କୋଟି ଟଙ୍କା ପାଣିରେ ପଡିଛି। ଜଳସେଚନ ଯନ୍ତ୍ରୀଙ୍କର ଦୁର୍ନୀତିଖୋର ମନୋଭାବ ଯୋଗୁ ରାଜକୋଷକୁ ବହୁ କ୍ଷତି ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ନଦୀ, ହ୍ରଦ ଓ ଜଳାଶୟଗୁଡିକରୁ ଜଳ ଶୋଷୁଥିବା ଶିଳ୍ପସଂସ୍ଥାଠାରୁ ନିର୍ବାହୀ ଯନ୍ତ୍ରୀ କମ୍‌ ଟିକସ ଆଦାୟ କରିବା ଯୋଗୁ ସରକାରଙ୍କୁ କ୍ଷତି ସହିବାକୁ ପଡିଛି। ଶିଳ୍ପସଂସ୍ଥାଗୁଡିକରୁ ଜଳ କର ବାବଦରେ ୧ ହଜାର ଲିଟରକୁ ୫.୬୦ପଇସା ପରିବର୍ତ୍ତେ ୪.୫୦ ପଇସା ହିସାବରେ ଆଦାୟ କରିବାରୁ ସରକାରଙ୍କୁ ୪.୪୭ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିଛି। ୨୦୧୮ ଜାନୁୟାରୀରୁ ୨୦୧୯ ଜାନୁୟାରୀ ମଧ୍ୟରେ ସିଏଜି ଅଡିଟ୍‌ ବେଳେ ଜାଣିବାକୁ ପାଇଛନ୍ତି ଯେ, ୪୪୫ ଶିଳ୍ପାନୁଷ୍ଠାନ ମଧ୍ୟରୁ ୧୭ଟି ଲାଇସେନ୍ସ ଫି ନ ଦେଇ ସରକାରୀ ଉତ୍ସରୁ ଜଳ ନେଉଛନ୍ତି। ୨୦୧୭ ଏପ୍ରିିଲରୁ ୨୦୧୮ ଡିସେମ୍ବର ମଧ୍ୟରେ ଶିଳ୍ପସଂସ୍ଥାଗୁଡିକ ୮୩.୯୨ ଲକ୍ଷ ଘନମିଟର ଭୂତଳ ଜଳ ମାଗଣାରେ ନେଇଛନ୍ତି। ଏଥିପାଇଁ ସରକାରଙ୍କ ୬.୭୭ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ଯାଜପୁର ଜଳସେଚନ ଡିଭିଜନର ୧୪ଟି କାର୍ଯ୍ୟରେ ଲୋକଙ୍କୁ ବ୍ୟବହାର ନ କରି ଯନ୍ତ୍ର ସାହାଯ୍ୟରେ କାର୍ଯ୍ୟ କରିବାରୁ ମାଟି ଖନନ ମୂଲ୍ୟ ବୃଦ୍ଧି କରି ଠିକାଦାରଙ୍କୁ ୬.୯୦ କୋଟି ଟଙ୍କାର ଅଯଥା ଫାଇଦା ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ଡୋଜର ଦ୍ୱାରା ତ୍ରୁଟିପୂର୍ଣ୍ଣ ଆକଳନ କରି ଠିକାଦାରମାନଙ୍କୁ ୭.୧୦ କୋଟି ଟଙ୍କାର ଅନୁଚିତ ଫାଇଦା ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri