ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି। ହେଲେ କେବଳ ମା’ କାହିଁକି, ବାପା ବି ଝିଅର ଭଲ ସାଙ୍ଗ ହୋଇପାରିବେ। ଏମିତି ବି ବାପ ଝିଅ ଅଛନ୍ତି ଯେଉଁମାନେ ଭଲ ବନ୍ଧୁ ହୋଇଥାନ୍ତି। ଝିଅ ମା’ ଅପେକ୍ଷା ବାପାଙ୍କ ପାଖରେ ଅଧିକ ଗେହ୍ଲା ହୋଇଥାନ୍ତି। ସେମାନେ ବାପାଙ୍କ ସହିତ ସବୁ କଥା ବାଣ୍ଟି ପାରନ୍ତି। ତେବେ ଆପଣ ଯଦି ଚାହାନ୍ତି ଆପଣଙ୍କ ଝିଅର ଭଲ ବନ୍ଧୁଟିଏ ହେବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଜାଣନ୍ତୁ ସେ ସମ୍ପର୍କରେ…

କଟକଣା: ଅନେକ ସମୟରେ ଝିଅମାନଙ୍କୁ ଘରେ କଟକଣା କରାଯାଇଥାଏ। ଯିବାଆସିବାଠାରୁ ଆରମ୍ଭ କରି ପୋଷାକ ପରିଧାନ ଉପରେ ମଧ୍ୟ ବାରଣ କରାଯାଏ। ଏପରି କରିବା ଦ୍ୱାରା ଝିଅମାନେ ବାପାଙ୍କୁ ଡରିଥାନ୍ତି। ତେବେ ଏହି କଟକଣା ବନ୍ଦ କରନ୍ତୁ। ଦେଖିବେ ଆପଣଙ୍କ ଝିଅ ଆପଣଙ୍କ ଭଲ ବନ୍ଧୁ ହୋଇପାରିବ।

ବନ୍ଧୁଭଳି କଥା ହୁଅନ୍ତୁ: ଝିଅ ସହ ଜଣେ ପିତା ନୁହେଁ ବରଂ ଜଣେ ଭଲ ବନ୍ଧୁ ପରି ବ୍ୟବହାର କରନ୍ତୁ। ଫଳରେ ଏହି ସ୍ନେହ ତାକୁକ ଅବାଟକୁ ଯିବାକୁ ଦେଇ ନ ଥାଏ। ଜୀବନର କଠିନ ସମୟରେ ବି ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ଭାବିଥାନ୍ତି।

ଝିଅର ପରାମର୍ଶ: ବାପା ନିଜ କାର୍ଯ୍ୟ ହେଉ କିମ୍ବା ଘରର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଝିଅର ପରାମର୍ଶ ଲୋଡ଼ିବା ଆବଶ୍ୟକ। ଏପରି କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

ଉପହାର: ଅନେକ ସମୟରେ ଝିଅର ମନ ପସନ୍ଦର ଉପହାର ତାକୁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମକା ଖାଇ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ରୋଗ

ମକା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ମନସୁନ୍‌ରେ ଲୋକେ ବଡ଼ ସଉକରେ ଏହାର ସେବନ କରିଥାନ୍ତି। ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ...

ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ...

ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ...

ବାଦଲ ଫାଟିବା ବିତ୍ପାତ

ଗତ ମାସ ୮ ତାରିଖ ଦିନ ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ରାସ୍ତାର ପହଲଗାମ ନିକଟରେ ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଅସି ୧୫...

ଚକ୍ଷୁଦାନ ସମ୍ପର୍କରେ..

”ଚକ୍ଷୁ ଦାନ ପାଇଁ ଆପଣ ନିଜକୁ କୌଣସି ଚକ୍ଷୁ ବ୍ୟାଙ୍କ୍‌ ବା ଚକ୍ଷୁ ଡାକ୍ତରଖାନା ମାଧ୍ୟମରେ ଠିକ୍‌ ଫର୍ମାଟ୍‌ରେ ନିଜକୁ ରେଜିଷ୍ଟର୍‌ କରାଇ ନିଅନ୍ତୁ। ଯଦି...

କୋଭିଡ୍‌ ୧୯: ଧ୍ରୁବୀକରଣ ସମସ୍ୟା

ବିଗତ କିଛି ମାସ ଧରି ଆମ ଦେଶରେ କୋଭିଡ୍‌ ୧୯ ସଂକ୍ରମଣ ହ୍ରାସ ପାଇଥିଲାବେଳେ ଏବେ ପୁଣି କେରଳ, ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ସ୍ଥାନରେ...

ମା’ଓ ଶିଶୁର ପୋଷଣ

ସୁସ୍ଥ ମା’ ପେଟରୁ ଜନ୍ମ ନିଏ ସୁସ୍ଥ ସମାଜ। ଏଇଠୁ ଅଙ୍କୁରିତ ହୁଏ ସୃଷ୍ଟିର ପ୍ରଥମ ମୂଳଦୁଆ। ଯେକୌଣସି ଦେଶର ଭବିଷ୍ୟତ ନିର୍ଭର କରେ ମା’...

ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ ହେଉଛି କି?

ଅନେକ ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ୍‌ ନିଦ ଭାଙ୍ଗିଥାଏ। ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠି ହୁଏନି କି ଗୋଡ଼, ହାତ ହଲାଇବାକୁ ଚେଷ୍ଟାକଲେ...

Advertisement
Archives

Model This Week