Advertisement

ଫୁଟବଲ ଖେଳବେଳେ ପଡ଼ିଆରେ ବଜ୍ରପାତ: ଚାଲିଗଲା ୨ ଖେଳାଳିଙ୍କ ଜୀବନ

ସୁନ୍ଦରଗଡ଼/ନୂଆଗାଁ,୯।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅଧୀନ କନ୍ଦରକେଲା ପଞ୍ଚାୟତ ବନେଇଲତା ଗ୍ରାମରେ ରବିବାର ଅପରାହ୍ନରେ ଫୁଟବଲ ଟୁର୍ନାମେଣ୍ଟ ଚାଲିଥିବାବେଳେ ବଜ୍ରପାତ ଘଟି ୨ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟଜଣେ ଯୁବକ ଅଛନ୍ତି। ୧୮ ଖେଳାଳି ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ରାଉରକେଲାସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି। ମୃତକ ହେଲେ ମାଇକେଲ ସୂରିନ(୧୫) ଓ ଅଜୟ ଲାଖୁଆ(୨୪)। ଉଭୟଙ୍କ ଘର କୁଆଁରମୁଣ୍ଡl ବ୍ଲକ ପୁଟରୀଖମଣ ପଞ୍ଚାୟତର ବାରତାଗୁଟୁ ଗ୍ରାମରେ।

ବନେଇଲତା ଗ୍ରାମରେ ପ୍ରତି ରବିବାର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ନାମେଣ୍ଟ ହୋଇଥାଏ। ଅପରାହ୍ନରେ ଖେଳ ଚାଲିଥିବା ବେଳେ ହଠାତ୍‌ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ ୨୦ ଖେଳାଳି ପ୍ରଭାବିତ ହୋଇଥିଲେ। ସମସ୍ତଙ୍କୁ ହାତୀବାରି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ଅପେକ୍ଷାର ଅନ୍ତ ହେଉନି

ରାସୋଳ, ୨୫।୮(ଡି.ଏନ୍‌.ଏ.): ୩୦ବର୍ଷ ତଳେ ସ୍ବାମୀ ହାତ ଛାଡ଼ି ଦେବା ପରେ ମୂଲମଜୁରି ଲାଗି ଦୁଇ ପୁଅଙ୍କୁ ବଡ଼ କଷ୍ଟରେ କରିଥିଲେ ମଣିଷ। ଦଇବ ଦଣ୍ଡ...

ସାପୁଆରେ ହେବ ସେତୁ

ଢେଙ୍କାନାଳ ଅଫିସ, ୧୪।୯ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ରଥିଆପାଳ ଗ୍ରାମ ନିକଟରେ ପ୍ରବାହିତ ସାପୁଆ ନଦୀରେ ବିଜୁ ସେତୁ ଯୋଜନାରେ ଖୁବ୍‌ ଶୀଘ୍ର...

ଆଗକୁ ନିଅଣ୍ଟ ପଡ଼ିବ ଜଳ

କେନ୍ଦ୍ରାପଡ଼ା ଅଫିସ,୧୪ା୧୧: ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀରେ ବ୍ୟାରେଜ ନିର୍ମାଣ ପରେ ଏହି ସମସ୍ୟା କେନ୍ଦ୍ରାପଡ଼ା...

୧୪୭୫ ସାମ୍ପଲରୁ ୧୩୪୮ ନେଗେଟିଭ: ଅପେକ୍ଷାରେ ୧୨୭ ରିପୋର୍ଟ

ବାରିପଦା ଅଫିସ, ୧ା୫- କରୋନା ସନ୍ଦେହରେ ଜିଲାର ୧୪୭୫ ଜଣଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୧୩୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।...

ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ...

ସୂଚନା ଓ ଲୋକସମ୍ପର୍କ ବିଭାଗ: କୃପାସିନ୍ଧୁ ମିଶ୍ର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର,୨୫।୬(ବ୍ୟୁରୋ)- କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ଦ୍ୱାରା ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ...

ବରଗଡ଼ରେ ପୁଣି କଫ୍‌ସିରପ କାରବାର: ୨ ଗାଡ଼ି ଜବତ, ୫ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୩ା୧୦: ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ଗୋରୁ ମାର୍କେଟ ଅଞ୍ଚଳରୁ ବିପୁଳ ପରିମାଣରେ କଫ୍‌ ସିରପ ଜବତ କରିଛି। ଏହା ସହିତ ଏହି...

ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା ଅର୍ଥ ଫେରାଇଲା ବ୍ୟାଙ୍କ

ଅନୁଗୋଳ ଅଫିସ୍‌, ୧୬ା୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣାରେ ସମ୍ପୃକ୍ତ ବ୍ୟାଙ୍କ ଟଙ୍କା ଫେରାଇଛି। ବ୍ୟାଙ୍କ ପକ୍ଷରୁ ୫୯ ଲକ୍ଷ ୪୧ହଜାର ୪୮୧ଟଙ୍କା...

Advertisement
Archives

Model This Week