‘ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ମୃତ୍ୟୁ ସମସ୍ୟା ଓଡ଼ିଶାକୁ ଆହ୍ବାନ’

ଭୁବନେଶ୍ୱର, ୧୪ା୬(ବ୍ୟୁରୋ): ଆଉ ପୂର୍ବଭଳି ଋତୁ ଅନୁଯାୟୀ ସଂଘଟିତ ନ ହୋଇ ବର୍ଷର ଯେକୌଣସି ସମୟରେ ବାତ୍ୟା ଭଳି ପରିସ୍ଥିତି ଉପୁଜୁଛି । ଏଥିସହ ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ଓ ପାଣିରେ ବୁଡ଼ି ମୃତ୍ୟୁ ଭଳି ସମସ୍ୟା ଆମ ପାଇଁ ଆହ୍ବାନ ହୋଇଛି । କେରଳ ଓ ଆସାମ ଭଳି ରାଜ୍ୟ ସାପକାମୁଡ଼ା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି  । ଏ କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍‌ ଦିଆଗଲେ ଜୀବନ ବଞ୍ଚାଇହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।
ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ନୂତନ ଭାବେ ପଦ ଗ୍ରହଣ କରିବା ପରେ ସୋମବାର ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସ୍‌ ପରିଦର୍ଶନରେ ଯାଇଛନ୍ତି। ଏହି ଅବସରରେ ପ୍ରଦୀପ ଜେନା କହିଛନ୍ତି, ସାପ କାମୁଡା ସମ୍ପର୍କିତ ତଥ୍ୟ ଜାଣିବା ଲାଗି ବିଭାଗ ପକ୍ଷରୁ ଏକ ମୋବାଇଲ୍‌ ଆପ୍‌ ଲଞ୍ଚ କରାଯିବ। ଏହାଦ୍ୱାରା ରାଜ୍ୟର ପ୍ରତି ସ୍ବାସ୍ଥ୍ୟସେବା କେନ୍ଦ୍ରରେ ଥିବା ଆଣ୍ଟିଭେନମ୍‌ ଷ୍ଟକ୍‌ ବିଷୟରେ ଜାଣିହେବ । ସେହିଭଳି ପାଣିରେ ବୁଡ଼ି ମୃତ୍ୟୁକୁ ରୋକାଯିବା ପାଇଁ ପ୍ରତ୍ୟେକ ଅଞ୍ଚଳରେ କିଛି ସ୍ବେଚ୍ଛାସେବୀଙ୍କୁ ସନ୍ତରଣ ତାଲିମ ପ୍ରଦାନ କରାଯିବ। ବର୍ତ୍ତମାନ ରାଜ୍ୟରେ ମୋଟ ୮୮୯ ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ନୂଆକରି ୫୫ଟିର କାମ ଚାଲିଛି । ଚିଲିକା କୂଳରେ କିଛି ସମ୍ବେଦନଶୀଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି। ରାଜ୍ୟରେ ପ୍ରଥମ କରି ସାତଭାୟା ଅଞ୍ଚଳକୁ କ୍ଲାଇମେଟ୍‌ ରିଫ୍ୟୁଜି ରିହାବିଲିଟେଶନ୍‌ ପଲିସିରେ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ଏବେ ରାଜ୍ୟରେ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ୨ଟି ଗ୍ରାମ ରହିଥିବାବେଳେ ଆଗକୁ ଅଧିକ ଗ୍ରାମକୁ ସୁନାମି ମୁକାବିଲା କ୍ଷେତ୍ରରେ ପ୍ରସ୍ତୁତ ରହିବାକୁ ତାଲିମ ଦିଆଯିବ  । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ନୁହେଁ, ଅନ୍ତର୍ଜାତୀୟ ସ୍ବୀକୃତି ହାସଲ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri