ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ହାଲୁକା ପବନ

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାରଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପାରାଦୀପ ଠାରୁ ୫୨୦ ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି। ଏହା ଆଗାମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଯାଇ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସମେତ ବାଲେଶ୍ୱର ଜିଲାରେ ବର୍ଷା ସହ ହାଲୁକା ପବନ ଆରମ୍ଭ ହୋଇଛି। ୨୬ ତାରିଖ ଭୋର୍‌ରୁ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟମରେ ସ୍ଥଳଭାଗ ଛୁଇଁ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମରେ କ୍ୟାପିଟାଲ ଥାନାରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ,...

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଲା କିଟ୍‌

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ୍‌ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୩ ବୁଧବାର ପ୍ରକାଶ ପାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ...

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ଶୁକ୍ରବାର ସାରେ ବସିବ। ସା ୬ଟାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହେବା ନେଇ ସୂଚନା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ...

ନ୍ୟାୟ ନ ପାଇ ବିଧାନସଭା ମୁହାଁ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଗାଁଠୁ ସହର ସବୁଠି ସତେଯେମିତି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇଯାଉଛି। ଥାନାରୁ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି। ପୋଲିସର ତଦନ୍ତ...

ଦର୍ପଣ ଗଡ଼ ମନ୍ଦିରରୁ ଚୋରି ମୂର୍ତ୍ତି ଦିଲ୍ଲୀରୁ ଜବତ

ଚଣ୍ଡିଖୋଲ,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଗ୍ରାମ ଦେବତୀ ମା’କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଦିଲ୍ଲୀରୁ ଜବତ କରାଯାଇଛି। କିଛିଦିନ...

ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ ଅଫିସ୍‌, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ...

କନ୍ଧମାଳ: ୨ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ

ଫୁଲବାଣୀ ଅଫିସ, ୩ା୪: ଦୀର୍ଘ ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲାକୁ ପୁଣି ଫେରିିଛି କଣ୍ଟେନ୍‌ମେଣ୍ଟ। ସହରର ୨ ନଂ. ୱାର୍ଡ ୮ ଏବଂ ୫...

ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା...

Advertisement
Archives

Model This Week