ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୯: ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଲଘୁଚାପ ପ୍ରଭାବରେ, ବଙ୍ଗୋପସାଗରର ଉତ୍ତର ଉପକୂଳରେ ଘଣ୍ଟାପ୍ରତି ୪୦-୫୦ କି.ମି ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ। ଏନେଇ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ବିଷାକ୍ତ କରୁଛି ସହରାଞ୍ଚଳ ଓ ଶିଳ୍ପାଞ୍ଚଳର ଦୂଷିତ ଜଳ : ରିପୋର୍ଟ ମାଗିଲେ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ

କଟକ ସଦର,୧୭ା୬(ଡି.ଏନ୍‌.ଏ.) : ସହରାଞ୍ଚଳ ଓ ଶିଳ୍ପାଞ୍ଚଳରୁ ନିର୍ଗତ ଦୂଷିତ ଜଳ ଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକୁ ବିଷାକ୍ତ କରୁଛିିି। ବିଶେଷକରି ମହାନଦୀ ଓ ତା’ର...

ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟଶଙ୍କର

ପୁରୀ ଅଫିସ,୨୭।୨: କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଗସ୍ତି ଶ୍ରୀମନ୍ଦିରରେ...

ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ

ପୁରୀ ଅଫିସ,୧୦।୧୨: ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଶୁକ୍ରବାର ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟା ବେଳେ ନିଳାଦ୍ରୀ...

ମୁନିଗୁଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ମୁନିଗଡ଼ା,୭।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗ୍ରାମ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଡଙ୍ଗରିଆ...

ଭିଜିଲାନ୍ସ ଜାଲରେ ଟେକ୍ନିକାଲ ଆସିଷ୍ଟାଣ୍ଟ

ଭଦ୍ରକ ଅଫିସ,୧୮।୬: ଭଦ୍ରକ ଡିପିସି ଅଫିସର ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କ ଘରେ ଗୁରୁବାର ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରଛନ୍ତି। ଆୟ ବର୍ହିଭୁତ...

ସାଲେପୁରରେ ସରିଲା ମତଦାନ

ନିଶ୍ଚିନ୍ତକୋଇଲି,୨୦ା୨(ସ୍ବ.ପ୍ର.): ସାରା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସରିଛି। କଟକ ଜିଲା ସାଲେପୁର ବ୍ଲକରେ ରବିବାର ସକାଳୁ ମତଦାତାମାନେ ଭୋଟ୍‌ କେନ୍ଦ୍ର ସମ୍ମୁଖରେ ଲମ୍ବାଧାଡ଼ିରେ...

୩ ମାସରେ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠୁ ରାଜ୍ୟ ପୋଲିସ ପକ୍ଷରୁ ଧରପଗଡ ଜୋରଦାର କରାଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ବିଭାଗ...

ଓସିଏସ୍‌ ପାଇଲେ କିସ୍‌ର ୪ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୧୦(ବ୍ୟୁରୋ):ଚଳିତ ଶିକ୍ଷାବର୍ଷରେ ଆବାସିକ ଜନଜାତି ଅନୁଷ୍ଠାନ କିସ୍‌ର ଛାତ୍ରୀଛାତ୍ର ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ୩୯୨ଜଣଙ୍କ ମଧ୍ୟରୁ...

Advertisement
Archives

Model This Week